• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 26 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ସମୁଦ୍ରରେ ଓଲଟିଲା ଡ଼ଙ୍ଗା: ୩ ଫେରିଲେ, ୨ ଚାଲିଗଲେ

ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଗୁଲାବ ଲ୍ୟାଣ୍ଡଫଲ୍ କରିଛି। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି।     More
  • Chandan Shishu
  • 3 years ago

ଟଳିଲା ବାତ୍ୟା ଭୟ: ୫ ଘଣ୍ଟାରେ ଦୁର୍ବଳ ହେବ

ବାତ୍ୟା ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ। ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା, କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ।  More
  • Satyendu Shekher Mishra
  • 3 years ago

ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ଗୁଲାବ, ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ ବାତ୍ୟା

ବାତ୍ୟା ଗୁଲାବକୁ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଛି ଗୁଲାବ । ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି । More
  • Satyendu Shekher Mishra
  • 3 years ago

ଭାରତ ବନ୍ଦ ବେଳେ ଗଡ଼ିବନି OSRTC ବସ୍‌

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା । More
  • Satyendu Shekher Mishra
  • 3 years ago

ଟଳିଲା ବାତ୍ୟା ଭୟ; ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ, ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ

ଟଳିଲା ବାତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ । More
  • Satyendu Shekher Mishra
  • 3 years ago

ଅରିନ୍ଦମଙ୍କୁ ଦେଶୀ ଡଙ୍ଗାରେ ଜୀବନ୍ତ ଉଦ୍ଧାର କରିଥିଲେ ମାନସ

ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣା ପରେ ସେଦିନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଫରେଷ୍ଟଗାର୍ଡ ମାନସ ବେହେରା । ବୁଡିଯାଉଥିବା ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସେ ବ୍ରିଜ୍ ଉପରୁ ଦଉଡି ପକାଇଥିଲେ ଏବଂ ପରେ ଏକ ଦେଶୀ ଡଙ୍ଗା ଜରିଆରେ ଉଦ୍ଧାର ପାଇଁ ନଦୀ ଭିତରକୁ ଯାଇଥିଲେ । More
  • Chandan Shishu
  • 3 years ago

ଭୂସ୍ଖଳନ ଆଶଙ୍କାରେ ରାସ୍ତା ସିଲ୍‌

ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ ପୂର୍ବରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ରାସ୍ତା ଉପରକୁ ମାଟି ଅତଡ଼ା ଧସିଥିଲା। ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତରେ ସମସ୍ୟା ଉପୁଜିଥିଲା ଜିଲ୍ଲା ପ୍ରଶାସନ ଓ ରେସ୍କ୍ୟୁ ଟିମ୍ ଅପରେସନ୍ ପରେ ସ୍ଥିତି ସ୍ୱାଭାବିକକୁ ଆସିଥିଲା। ସେପଟେ ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଞ୍ଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। More
  • Satyendu Shekher Mishra
  • 3 years ago

ପିପିଲି ଉପନିର୍ବାଚନ, ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର

ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି । More
  • Chandan Shishu
  • 3 years ago

ଲ୍ୟାଣ୍ଡଫଲ୍ ବେଳେ ଭୂସ୍ଖଳନ ଆଶଙ୍କା ! ୧୬ ହଜାର ଲୋକ ସ୍ଥାନାନ୍ତରିତ

ବାତ୍ୟା ଗୁଲାବ ପାଇଁ ପୁରୀରେ ୬ ନମ୍ବର, ପାରାଦୀପରେ ୩ ନମ୍ବର ଓ ଧାମରା ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଗଂଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ବାତ୍ୟା ଗୁଲାବ୍ ଦ୍ୱାରା ବିଶେଷ ପ୍ରଭାବିତ ହେବ। ଏହି ୪ ଜିଲ୍ଲା ଏହି ୪ ଜିଲ୍ଲା ସମେତ ମୋଟ୍ ୧୪ ଜିଲ୍ଲାକୁ ସଜାଗ୍ କରିଛନ୍ତି ରାଜ୍ୟ ସରକାର। More
  • Satyendu Shekher Mishra
  • 3 years ago

ଗୁଲାବ୍‌ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ! କାଁ ଭାଁ ବର୍ଷା, ପବନ ବି ନାହିଁ

ଆରମ୍ଭ ହେଲା ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ୩ ଘଣ୍ଟା ଧରି ଚାଲିବ । ଏନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆଜି ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂରରେ ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ । More
  • Satyendu Shekher Mishra
  • 3 years ago

ସଂଧ୍ୟା ୬ରୁ ଆରମ୍ଭ ହେବ ‘ଗୁଲାବ୍‌’ର ଲ୍ୟାଣ୍ଡଫଲ୍, ଖୁବ୍‌ ସ୍ପିଡ୍‌ରେ ମାଡ଼ି ଆସୁଛି

ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି । More
  • Satyendu Shekher Mishra
  • 3 years ago

ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତିରେ ଅଘଟଣ, ଧସିଲା ମାଟି ଅତଡ଼ା

ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତି ଜିଲ୍ଲାରେ ଅଘଟଣ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସି ଅବରୋଧ ହୋଇଛି । More
  • Satyendu Shekher Mishra
  • 3 years ago

ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ହସ୍ତାନର କଲେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । More
  • Rajalaxmi Sahoo
  • 3 years ago

ସାପ୍ତାହିକ ରାଶିଫଳ, ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୩, ୨୦୨୧: ଜାଣନ୍ତୁ କାହାକୁ ଆର୍ଥିକ କ୍ଷେତ୍ରରେ ମିଳିବ ସଫଳତା ?

ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଲୋକେ ଅଧିକ ଉତ୍ସାହିତ ଥାଆନ୍ତି । ନିଜ ଜୀବନକୁ ଜାଣିବା ନେଇ ଇଛା ପ୍ରକାଶ କରନ୍ତି । ତେବେ ଆସନ୍ତୁ ଏହି ସପ୍ତାହରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିନେବା... More
  • Satyendu Shekher Mishra
  • 3 years ago

‘ସାରା ଦେଶରେ ସଂକ୍ରମଣ ଓ ମୃତ୍ୟୁହାର କମୁଥିବା ବେଳେ ଓଡ଼ିଶାରେ କାହିଁକି ବଢ଼ୁଛି ?’

ରାଜ୍ୟରେ କରୋନା ସଂକ୍ରମଣରେ ଏବଂ ମୃତ୍ୟୁହାରକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲା ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । More
  • Prangyan Parimita
  • 3 years ago

ବାତ୍ୟା ମୁକାବିଲା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ୍ : ଟେଲିଫୋନ୍ ନମ୍ବର- (0674) 2393958

ବାତ୍ୟା ମୁକାବିଲା ଲାଗି କଣ୍ଟ୍ରୋଲ ରୁମ୍ ଖୋଲିଛି । କଣ୍ଟୋଲ ରୁମ୍ ଲାଗି ଦୁଇ ନୋଡାଲ ଅଧତ୍କାରୀଙ୍କ ନାଁ ଘୋଷଣା କରାଯାଇଛି । କୌଣସି ଅଧିକାରୀଙ୍କୁ ଛୁଟି କିମ୍ବା ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ । More
  • Prangyan Parimita
  • 3 years ago

’ଗୁଲାବ’ର ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ମାଡ଼ି ଆସୁଥିବା ବାତ୍ୟା ଗୁଲାବର ମୁକାବିଲା ରଣନୀତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେବା ସହ ସ୍ଥାନାନ୍ତର କାର୍ଯ୍ୟ  ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବାକୁ ସର୍ବସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । More
  • Prangyan Parimita
  • 3 years ago

’ଗୁଲାବ୍’ ପାଇଁ ପବନଜନିତ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ : SRC

ବାତ୍ୟା ଗୁଲାବ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ବାତ୍ୟା ପରେ ପବନଜନିତ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ । କୋରାପୁଟ, ଗଜପତି ଓ ମାଲକାନଗିରି ଲୋକେ ବାତ୍ୟା ସହ ଅଭ୍ୟସ୍ତ ନୁହନ୍ତି । More
  • Prangyan Parimita
  • 3 years ago

ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଛୁଟି

ବାତ୍ୟା ଗୁଲାବକୁ ଦୃଷ୍ଟିରେ ଆଗରେ ରଖି ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ସମସ୍ତ ସ୍କୁଲକୁ କାଲି ପାଇଁ ଛୁଟି ଘୋଷଣା କରାଯାଇଛି । ସ୍ଥିତିକୁ ଦେଖି ମଙ୍ଗଳବାର ଦିନ ସ୍କୁଲ ଛୁଟି ରଖାଯିବ କି ନାହିଁ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । More
  • Prangyan Parimita
  • 3 years ago

ତଳମୁହାଁ ସଂକ୍ରମଣ : ରାଜ୍ୟରେ ୫୮୫ ପଜିଟିଭ ଚିହ୍ନଟ; ୫ ମୃତ

ରାଜ୍ୟରେ ସଂକ୍ରମଣ ତଳମୁହାଁ । ଗତ୨୪ ଘଣ୍ଟାରେ ୫୮୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୩ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି More
  • Rajalaxmi Sahoo
  • 3 years ago

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ, ବରଗଡ଼ ଟାଉନ ଥାନାର ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର

ପୋଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଅଭିଯୋଗ ମାମଲାରେ ବରଗଡ଼ ଟାଉନ ଥାନାର ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଟାଉନ ଥାନାର ଜଣେ ସବ୍-ଇନ୍ସପେକ୍ଟର ଏବଂ ୨ ଜଣ ASIଙ୍କୁ କାର୍ଯ୍ୟାନ୍ତର କରାଯାଇଛି। More
  • Pallipuspa Samal
  • 3 years ago

ରବିବାର ଘରେ ପ୍ରସ୍ତୁତ କରନ୍ତୁ ‘ମାଛ ମଞ୍ଜି ବରା ତରକାରୀ’

ସାଧାରଣତଃ ଆମିଷ ଖାଉଥିବା ଲୋକେ ମାଛ ଖାଇବାକୁ ପସନ୍ଦ କରିଥାନ୍ତି । ଆଜି ଆମେ ମାଛ ମଞ୍ଜିରେ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମାଛ ମଞ୍ଜି ବରା ତରକାରି’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା । More
  • Prangyan Parimita
  • 3 years ago

ରାତି ୯ଟାରେ ଆରମ୍ଭ ହେବ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା : ଗଞ୍ଜାମ ଓ ଗଜପତିରେ ଅଧିକ ପ୍ରଭାବ ପଡ଼ିବ

ବାତ୍ୟା ଗୁଲାବ୍‌ରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି । ଆଜି ପ୍ରାୟ ରାତି ୯ଟା ପରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ । ତାବା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୫ରୁ ୮୫ କିମି ରହିବ ବୋଲି ଆକଳନ କରାଯାଉଛି । More
  • Prangyan Parimita
  • 3 years ago

ମହାନଦୀ ବ୍ରିଜରୁ ଡେଇଁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ନିଖୋଜ

ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି । More
  • Prangyan Parimita
  • 3 years ago

କଟକ ଯୋବ୍ରା ନିକଟରୁ ମିଳିଲା ଏକ ହାତୀର ମୃତଦେହ 

ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ଠାବ ହୋଇଛି । ମୁଣ୍ଡଳିରେ ଫସି ରହିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । ହାତୀର ଗୋଡ଼ ବ୍ରିଜରେ ଲାଖି ରହିଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡଳି ବ୍ୟାରେଜରୁ ହାତୀଟି ଭାସି ଆସିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ବନବିଭାଗ ପକ୍ଷରୁ ମୃତ ହାତୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  More
  • Rajalaxmi Sahoo
  • 3 years ago

ବାତ୍ୟା ‘ଗୁଲାବ’: ପବନ, ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା

ପବନ ଓ ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେଣୁ ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। More
  • Prangyan Parimita
  • 3 years ago

ଗୁଲାବର ମୁକାବିଲା ପାଇଁ ରାଜ୍ୟରେ ଓଡ୍ରାଫ ସହିତ ୧୩ଟି ଏନଡିଆରଏଫ୍ ଟିମ୍ ମୁତୟନ

ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦେଖି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଓଡ଼ିଶାକୁ ୧୩ଟି ଏନଡିଆରଏଫ୍ ଟିମ୍ ଆସିଛି । ଗଞ୍ଜାମକୁ ୩, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ପଠାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ୫ଟି ଟିମ୍ ମୁତୟନ କରାଯାଇଛି । More
  • Rajalaxmi Sahoo
  • 3 years ago

ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’: ପ୍ରବଳ ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’। ସାମୁଦ୍ରିକ ଝଡ଼ ‘ଗୁଲାବ’କୁ ଦୃଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। More
  • Prangyan Parimita
  • 3 years ago

ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ

 ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର । ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରି ସାହିରେ ଏବେ ଶୋକାକୁଳ ପରିବେଶ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସୀତାରାମଙ୍କ ଶେଷକୃତ୍ୟ କରାଯିବ । ଅପରେସନ ଗଜରାଜରେ ସାମିଲ ହୋଇ ପାଣିରେ ଫସି ରହିଥିବା ଗଜରାଜକୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇଥିଲେ ସୀତାରାମ ମୁର୍ମୁ More
  • Prangyan Parimita
  • 3 years ago

ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ

ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ଆରମ୍ଭ ହୋଇସାରିଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ । ତେଣୁ  ଗତକାଲି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । More
  • Prangyan Parimita
  • 3 years ago

ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରରେ ୨୬ଟି ଟ୍ରେନ ବାତିଲ

ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବ ପଡ଼ିବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରରେ । ସେହି ଦୃଷ୍ଟିରୁ ଏହି ଅଞ୍ଚଳ ଦେଇ ଗତି କରୁଥିବା ୨୬ଟି ଟ୍ରେନ୍ ବାତିଲ କରାଯାଇଛି । ଜୋର୍ ବର୍ଷା ପବନର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନେଇଛି ରେଳ ବିଭାଗ । ତା ସହିତ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । କେତେକ ଟ୍ରେନର ଯାତାୟତ ସମୟରେ ପରିବର୍ତ୍ତନ କରାଯାଇଥିବା ମଧ୍ୟ ସୂଚନା ଦିଆଯାଇଛି । More
  • Prangyan Parimita
  • 3 years ago

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଗୁଲାବ, ଘଣ୍ଟା ପ୍ରତି ବେଗ ୭ କିଲୋମିଟର 

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଗୁଲାବ । ଆଜି ଭୋର ୫ଟା ୧୫ରେ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ ଅନୁସାରେ ବାତ୍ୟା ଏବେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ଗୋପାଳପୁର ଠାରୁ ଏହା ୩୧୦ କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମରୁ ୩୮୦ କିଲୋମିଟର ଦୂରରେ ରହିଛି । More
  • Chandan Shishu
  • 3 years ago

ଗଜପତିରେ ଭୂସ୍ଖଳନ ଆଶଙ୍କା: ଗାଁ ଲୋକ, ପ୍ରସୂତି ସ୍ଥାନାନ୍ତରିତ

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ । ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି । More
  • Chandan Shishu
  • 3 years ago

ହେପାଜତ ମୃତ୍ୟୁ ଅଭିଯୋଗର ତଦନ୍ତ ହେବ: ଡିଆଇଜି

ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗ୍ରାମବାସୀ ବରଗଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ତେଜିତ ଗ୍ରାମବାସୀ ଏବଂ ପୋଲିସ ଧସ୍ତାଧସ୍ତି ହୋଇଥିଲା। ପରିବାର ଲୋକେ ମୃତଦେହକୁ ଧରି ଆନ୍ଦୋଳନ ବି କରିଥିଲେ। More
  • Chandan Shishu
  • 3 years ago

୮୫ କିମି ବେଗରେ ବହିବ ପବନ: ୩ ନଦୀରେ ବନ୍ୟା ଆଣିବ ଗୁଲାବ !

ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ। ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। More
  • Chandan Shishu
  • 3 years ago

ପ୍ରଥମ ଚାନ୍ସରେ ସିଭିଲ ସର୍ଭିସ କ୍ଲିୟର: ଦେଶରେ ଟପ୍‌-୪ରେ ରହିଲେ ବଡ଼ବିଲର ୟାଶ୍

ୟାଶ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ। ୨୦୧୨ରେ ସେଠାରୁ ୨ୟ ଟପର ହୋଇ କୃତକାର୍ଯ୍ୟ ହୋଇଥିଲେ। ତାଙ୍କର ଯୁକ୍ତ ୨ ପାଠପଢା ପରେ ସେ ଦିଲ୍ଲୀର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ସେ ଅର୍ଥଶାସ୍ତ୍ରକୁ ତାଙ୍କର ଅଫସନାଲ ରଖିଥିଲେ। More
  • Chandan Shishu
  • 3 years ago

ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ: କେଉଁଠି କରିବ ଲ୍ୟାଣ୍ଡଫଲ୍‌, ଜାଣନ୍ତୁ

ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୬୫ରୁ ୭୫ କିଲୋମିଟର । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । More