• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କିଛି ଅଞ୍ଚଳରେ ଝିପିଝିପି ବର୍ଷା; ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି

  • ଭୂସ୍ଖଳନ ଓ ଫ୍ଲାସ ଫ୍ଲଡ୍ ଆଶଙ୍କାରେ ୫ ଶହ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର : ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ହେଉଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ । ତେଣୁ  ଗତକାଲି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ଗୁଲାବ ଯୋଗୁଁ ରାଜ୍ୟର ୭ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆକଳନ ଅନୁସାରେ ଏହିସବୁ ଜିଲ୍ଲାରେ ପବନର ତୀବ୍ରତା ସେତେ ଅଧିକ ନହେଲେ ବି ଆଜି ଠାରୁ ଦୁଇ ଦିନ ଯାଏ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ଏହି ସାତଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଉ ୪ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । 

ପ୍ରବଳ ବର୍ଷାରୁ କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍ ବା ଅଚାନକ ବନ୍ୟା ସହ, ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ମଧ୍ୟ ବନ୍ୟା ଆସିପାରେ। ଏପରିକି ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ବି ରହିଛି। ତେଣୁ ଏଥିପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତ ଥିବା ଏବଂ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଓଡ୍ରାଫରେ ୪୨, ଏନ୍‌ଡିଆରଏଫ୍‌ରେ ୨୪ ଓ  ଅଗ୍ନିଶମ ବାହିନୀର ୧୦୨ଟି ଟିମ୍ ମୁତୟନ କରାଯିବା ନେଇ ସୂଚନା ଦେଇଛନ୍ତି ଏସଆରସି। ଏନଡିଆରଏଫ ଡିଜି ମଧ୍ୟ ଉଭୟ ଓଡ଼ିଶା ଆନ୍ଧ୍ରପ୍ରଦେଶରେ NDRF ଟିମ୍ ଆଲର୍ଟ ଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।

 

ବାତ୍ୟା ଗୁଲାବ ପ୍ରଭାବରେ ଆଜି ଠାରୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡିଠୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।