• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ। ସମୁଦ୍ରରେ ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି ଗୁଲାବ। ଏବେ ଗୋପାଳପୁର ଠାରୁ ୩୭୦ କିମି ଦୂରରେ ଗୁଲାବ ରହିଛି। ଆନ୍ଧ୍ରର କଳିଙ୍ଗପଟ୍ଟନମ ଠାରୁ ୪୪୦ କିମି ଦୂରରେ ବାତ୍ୟା ରହିଛି। ତେବେ ଆସନ୍ତାକାଲି ସଂଧ୍ୟାରେ ସ୍ଥଳଭାଗ ଛୁଇଁବ। ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୬୫ରୁ ୭୫ କିଲୋମିଟର । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ । ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି । ଏଣୁ ଏହାର ପ୍ରଭାବରେରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରିରେ ଅଧିକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।