• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜୋବ୍ରା ନିକଟରେ ଭାସୁଛି ହାତୀର ମୃତଦେହ

  • ଜୋବ୍ରା ଆନିକଟ୍ ନିକଟରେ ଭାସୁଛି ହାତୀର ମୃତଦେହ 

  • ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା  

କଟକ : ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ଠାବ ହୋଇଛି । ମୁଣ୍ଡଳିରେ ଫସି ରହିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । ହାତୀର ଗୋଡ଼ ଗେଟରେ ଲାଖି ରହିଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡଳି ବ୍ୟାରେଜରୁ ହାତୀଟି ଭାସି ଆସିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ବନବିଭାଗ ପକ୍ଷରୁ ମୃତ ହାତୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 

 ଶୁକ୍ରବାର ଦିନ ମୁଣ୍ଡଳିରେ ଏକ ହାତୀ ଅନେକ ସମୟ ଧରି ଫସି ରହିଥିଲା । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍‌ର ଏକ ବୋଟ୍ ଓଲଟି ପଡ଼ିଥିଲା । ବୋଟ୍ ଓଲଟି ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଓ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ଭାସି ଯାଇଥିଲା । 

ଗତକାଲି ମଧ୍ୟ କଟକ ମୁଣ୍ଡଳି ବ୍ରିଜ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଥିଲା ବନବିଭାଗ ।  ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଥିଲେ  ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ବାଲିଝୁଡ଼ି ନିକଟରେ ୧୫ ଟିକିଆ ହାତୀ ପଲ ଉତପାତ୍ ମଚାଇଛନ୍ତି । ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ । ରାତି ସାରା ଗାଁ ଲୋକେ ଜଗି ରହିଛନ୍ତି । ହାତୀପଲଙ୍କୁ ଘଉଡ଼ାଇବାକୁ ସ୍ଥାନୀୟଲୋକେ ଚେଷ୍ଟା କରୁଛନ୍ତି । ତେବେ ଏନେଇ ବନ ବିଭାଗରୁ ସହାୟତା ମିଳୁନଥିବାରୁ ଅନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଏଭଳି ଚଳପ୍ରଚଳ ଯୋଗୁଁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।