• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଟିଏ କ୍ଲିକରେ ବାତ୍ୟା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର . . . .

ବାତ୍ୟା ମୁକାବିଲା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ୍

·    ଫିସେରିଜ୍ ଓ ଏଆରଡି ବିଭାଗରେ ଖୋଲିଲା କଣ୍ଟ୍ରୋଲ ରୁମ୍
·    ସ୍ୱତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ୍ ଚାମ୍ବରରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା

·    କଣ୍ଟ୍ରୋଲ ରୁମର ଟେଲିଫୋନ୍ ନମ୍ବର- (0674) 2393958
·    କଣ୍ଟ୍ରୋଲ ରୁମ୍ ୨୬ ତାରିଖରୁ ୨୮ ପର୍ଯ୍ୟନ୍ତ ୨୪ ଘଣ୍ଟିଆ କାମ କରିବ
·    କଣ୍ଟୋଲ ରୁମ୍ ଲାଗି ଦୁଇ ନୋଡାଲ ଅଧତ୍କାରୀଙ୍କ ନାଁ ଘୋଷଣା
·    ବିଶ୍ୱମୋହନ ରାୟଙ୍କୁ ନୋଡାଲ ଅଫିସର, ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱ
·    ଯୁଗ୍ମ ସଚିବ ମନୋଜ ବେହେରାଙ୍କୁ କଣ୍ଟ୍ରୋଲ ରୁମ୍ ନୋଡାଲ ଅଫିସର ଦାୟିତ୍ୱ
·    SRC ଅଫିସ ଏବଂ ବିଭିନ୍ନ ବିଭାଗ ସହ ଯୋଗାଯୋଗରେ ରହିବେ ମନୋଜ ବେହେରା
·    କୌଣସି ଅଧିକାରୀଙ୍କୁ ଛୁଟି କିମ୍ବା ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ

ଗୋପାଳପୁର ପାଇଁ ୭ ନଂ ବିପଦ ସଂକେତ

·    ଗୁଲାବ ପାଇଁ ବନ୍ଦରଗୁଡ଼ିକ ସକାଶେ ବିପଦ ସଂକେତ ଜାରି
·    ଗୋପାଳପୁର ପାଇଁ ୭ ନଂ ଓ ପୁରୀ ପାଇଁ ୬ ନଂ ବିପଦ ସଂକେତ
·    ପାରାଦୀପ ଓ ଧାମରା ପାଇଁ ଲୋକାଲ ସିଗନାଲ ନଂ ୩

ବନ୍ୟା ଓ ଭୂସ୍ଖଳନ ଉପରେ ବିଶେଷ ନଜର

·    ଋଷିକୁଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ
·    ବନ୍ୟା ଆଶଙ୍କାରେ ବଂଶଧାରା ନଦୀର ଗୋଟା ବ୍ୟାରେଜ୍ ଖୋଲା 
·    ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ SRCଙ୍କ ପରାମର୍ଶ
·    ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
·    ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି
·    ପୁରୁଣା ଗଛ ଓ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପାରେ
·    ଉଦ୍ଧାର କାର୍ଯ୍ୟ ପାଇଁ NDRF,ODRAF, ଅଗ୍ନିଶମ ବାହିନୀ ପ୍ରସ୍ତୁତ

ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର 
·    ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ନିଆଯାଉଛି 
·    ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ
·    ବାତ୍ୟା ପୂର୍ବରୁ ବିଭିନ୍ନ ଅଞ୍ଚଳରେ ବର୍ଷା ‌ଆରମ୍ଭ 
·    ଗତକାଲି ରାତିଠୁ ବ୍ରହ୍ମପୁର, ପାରଳାଖେମୁଣ୍ଡି, ରାୟଗଡ଼ାରେ ବର୍ଷା 

ବାତ୍ୟା ଗୁଲାବ ପାଇଁ ସ୍କୁଲ ଛୁଟି

• ଆସନ୍ତାକଲି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

• ସ୍ଥିତି ଦେଖି ମଙ୍ଗଳବାର ପାଇଁ ନିଆଯିବ ନିଷ୍ପତ୍ତି

• ବର୍ଷା ହେଉଥିଲେ ପିଲା ଘରୁ ନବାହାରିବାକୁ ପରାମର୍ଶ ଦେଲେ ଗଣଶିକ୍ଷାମନ୍ତ୍ରୀ