• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Miss Universe Buenos Aires Beauty Pageant
୬୦ବର୍ଷୀୟା ବୃଦ୍ଧା ଜିତିଲେ ବ୍ୟୁଟି ପେଜେଣ୍ଟ; ଏବେ ମିସ୍ ଆର୍ଜେଣ୍ଟିନା ପାଇଁ କସରତ

ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଦେଖିବାକୁ ମିଳିଛି। ସେ ଏହି ପ୍ରତିଯୋଗିତା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ।

Ranbir kapoor as ram and sai pallavi as sita photos going viral
ସୁଟିଂ ସେଟ୍‌ରୁ ଭାଇରାଲ୍ ହେଉଛନ୍ତି ‘ରାମ-ସୀତା’; ଜଣା ନାହିଁ କେଉଁଠି ହେଉଛି ସୁଟିଂ

'ରାମାୟଣ' ଫିଲ୍ମର ସେଟ୍‌ରୁ ଅନେକ କଳାକାରଙ୍କ ଫଟୋ ପ୍ରକାଶ ପାଇଥିବାବେଳେ ବର୍ତ୍ତମାନ ରଣବୀର ଏବଂ ସାଇଙ୍କ କିଛି ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଉଭୟ ତାରକା ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି।

taarak Mehta ka ooltah chashmah fame mr sodhi goes missing
‘ତାରକ ମେହେଟା କା ଉଲ୍‌ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଆସିଲା ଦୁଃଖ ଖବର

ଟିଭି ଧାରାବାହିକ ‘ତାରକ ମେହେଟା କା ଉଲ୍‌ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଏକ ଦୁଃଖ ଖବର ଆସିଛି। ଖବର ମୁତାବକ, ଅଭିନେତା ୨୨ ଏପ୍ରିଲରୁ ନିଖୋଜ ଅଛନ୍ତି। ଏହି ଖବର ସମଗ୍ର ଟିଭି ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି।

Viral video monkey captures two cities of america
Viral Video: ଆମେରିକାର ସହରକୁ କବ୍‌ଜା କରିଛନ୍ତି ବାନର; ଘୋଡାରେ ବୁଲୁଛନ୍ତି!

ବାନରସେନା ଆମେରିକାର ଦ୍ୱିତୀୟ ସହର ସାନ୍‌ ଫ୍ରାନ୍ସିସ୍କୋକୁ ମଧ୍ୟ କବ୍‌ଜା କରିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳେ ଯେ ବାନରସେନା ଆମେରିକାର ସହରରେ ଘୋଡା ଚଢି ବୁଲୁଛନ୍ତି ଏବଂ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି।

Govinda surprised fans as he attended krushna sister arti singh wedding
ମନମାଳିନ୍ୟର ଅନ୍ତ ହେଲା; କୃଷ୍ଣାଙ୍କ ଭଉଣୀ ବାହାଘରରେ ସାମିଲ ହେଲେ ଗୋବିନ୍ଦା

କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀଙ୍କ ବିବାହ ପୂର୍ବରୁ ପ୍ରଶ୍ନ ଉଠୁଥିଲା ଯେ ଗୋବିନ୍ଦା ତାଙ୍କ ଭାଣିଜୀଙ୍କ ବିବାହକୁ ଆସିବେ କି ନାହିଁ? ବର୍ତ୍ତମାନ ଏହି ଅନୁମାନ ମିଛ ହୋଇଛି। ଗୋବିନ୍ଦା କେବଳ ବିବାହକୁ ଆସି ନାହାନ୍ତି ବରଂ ଆରତୀଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି।

Adhyayan Suman react about his ex-girlfriend kangana ranaut
କଙ୍ଗନା ରାଣାୱତଙ୍କ ପୂର୍ବତନ ପ୍ରେମିକଙ୍କ କ୍ଷୋଭ; କହିଲେ ଯାହା ହୋଇଛି ଭଲ ହୋଇଛି

ନିକଟରେ ଅଧ୍ୟୟନ ସୁମନ କଙ୍ଗନାଙ୍କ ସହ ତାଙ୍କର ଅତୀତ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି। କଙ୍ଗନାଙ୍କ ନାଁ ନ ନେଇ ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଥିଲେ, କିନ୍ତୁ କହିଥିଲେ ଯେ ସେ ବର୍ତ୍ତମାନ ନିଜର ଅତୀତକୁ ଭୁଲି ଯାଇଛନ୍ତି, ତେଣୁ ସେ ଏ ବିଷୟରେ ଅଧିକ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

Nora fatehi angry on paparazzi focusing unnecessarily on body parts
ବ୍ୟକ୍ତିଗତ ଅଙ୍ଗ ଉପରେ କ୍ୟାମେରା ଫୋକସ୍‌ କରିବାରୁ ରାଗିଲେ ନୋରା ଫତେହୀ; ପାପାରାଜିଙ୍କୁ କହିଲେ ଏମିତି

ନିକଟରେ ପାପାରାଜିମାନେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ କିଛି ବ୍ୟକ୍ତିଗତ ଅଙ୍ଗ ଉପର୍ କ୍ୟାମେରା ପୋକସ କରିଥିଲେ। ଏହାକୁ ନେଇ ନୋରା ପାପାରାଜିଙ୍କୁ କଡ଼ା ନିନ୍ଦା କରିଛନ୍ତି। ସେ ତାଙ୍କୁ ମୁହେଁ ମୁହେଁ ଶୁଣେଇ ଦେଇଛନ୍ତି।

Rajinikanth at age of 73 action avatar in coolie teaser release
ରିଲିଜ୍ ହେଲା ରଜନୀକାନ୍ତଙ୍କ ନୂଆ ଫିଲ୍ମର ଟିଜର; ୭୩ ବର୍ଷରେ ଦମଦାର ଆକ୍ସନ୍; ସୁନା ଚେନ୍‌ରେ ମାଡ଼

ଭାରତୀୟ ସିନେମାର ସବୁଠାରୁ ଦାମୀ ଅଭିନେତାଙ୍କ ମଧ୍ୟରେ ପ୍ରଭାସଙ୍କ ନାମ ଏକ ନମ୍ବରରେ ରହିଛି, ଯିଏ ବାହୁବଲୀ ପରେ ତାଙ୍କ ଫିସ୍‌କୁ ବହୁଗୁଣିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏମିତି ଜଣେ ଷ୍ଟାର୍‌ଙ୍କ ନାଁ ସାମ୍ନାକୁ ଆସିଛି ଯିଏ ସମସ୍ତଙ୍କ ଅପେକ୍ଷା ସବୁଠାରୁ ମହଙ୍ଗା। ସେ ହେଲେ ରଜନୀକାନ୍ତ।

Ranveer Singh files FIR against social media account promoting his deepfake video
ଡିପ୍ ଫେକ୍‌ର ଶିକାର ହୋଇ ଅଭିଯୋଗ ଆଣିଲେ ରଣବୀର ସିଂହ; କହିଲେ…

ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ସେଲିବ୍ରେଟିମାନଙ୍କ ଡିପ୍ ଫେକ୍‌ ଭିଡିଓର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପୂର୍ବରୁ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍‌, ରଶ୍ମିକା ମନ୍ଦନାଙ୍କ ସମେତ ଅନେକ ସେଲିବ୍ରେଟିରଙ୍କ ଡିପ ଫେକ୍ ଭିଡିଓ ଭାଇରାଲ ହୋଇଥିଲା। ନିକଟରେ ରଣବୀର ସିଂହଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଛି।

amitabh bachchan introducing ashwatthama changed fate of prabhas kalki 2898 ad
ଆସିଲା ‘କଲ୍କୀ ୨୮୯୮ ଏଡି’ରୁ ଅମିତାଭଙ୍କ ଟିଜର୍; ଶୁଣିବାକୁ ମିଳିଲା ଲୋମ ଟାଙ୍କୁରା ଡାଏଲଗ୍

ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଗୋଟିଏ ଲୁକ୍ ସମସ୍ତଙ୍କୁ ଚକିତ କରିଛି। ‘କଲ୍କୀ ୨୮୯୮ ଏଡି’ ଅମିତାଭ ବଚ୍ଚନଙ୍କ ଚରିତ୍ରରେ ଯେପରି ଦର୍ଶକଙ୍କୁ ରୋମାଞ୍ଚିତ କରିଛି ତାହା ସୋସିଆଲ ମିଡିଆରୁ ଆରମ୍ଭ କରି ୟୁଟ୍ୟୁବ୍‌ରେ ବହୁତ ପ୍ରଶଂସା ପାଉଛି।

thalapathy vijay 20 year old movie re-released
ପ୍ରେକ୍ଷାଳୟରେ ନୂଆ ଫିଲ୍ମର ଅଭାବ ନାହିଁ; ଏବେ କାହିଁକି ରି-ରିଲିଜ୍ ହେଲା ବିଜୟଙ୍କ ୨୦ ବର୍ଷର ଏହି ଫିଲ୍ମ

ପ୍ରେକ୍ଷାଳୟରେ ଏବେ ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ପର୍ଯ୍ୟନ୍ତ ନୂଆ ଫିଲ୍ମର ଅଭାବ ନାହିଁ। ଏଠାରେ କିନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ସିନେମା ହଲ୍‌ରେ ପୁରୁଣା ଫିଲ୍ମ ରିଲିଜ୍ ହୋଇଛି। ଥଲାପତି ବିଜୟଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭଲ ରୋଜଗାର ମଧ୍ୟ କରୁଛି।

Sunny leone so excited to be part of this amazing Malayalam film
ବଲିଉଡ୍‌ରେ ମାନ୍ଦା ପଡିଗଲା ରୋଜଗାର; ଏବେ ସାଉଥ୍‌ମୁହାଁ ବୋଲ୍ଡ କ୍ୱିନ୍ ସନୀ ଲିଓନୀ

ଯେତେବେଳେ ସନୀଙ୍କ ଯାଦୁ ବଲିଉଡରେ କାମ କଲାନି, ସେ ଏଠୁ ଆଉ ଟଙ୍କା ରୋଜଗାର କରିପାରିଲେ ନାହିଁ, ତେଣୁ ସେ ରାସ୍ତା ବଦଳେଇବା ନେଇ ନିଷ୍ପତ୍ତି ନେଲେ। ବର୍ତ୍ତମାନ ସେ ଦକ୍ଷିଣ ସିନେମା ଆଡକୁ ମୁହାଁଇଛନ୍ତି।

Actress saba azad got strong abs by eating roti with ghee
ଆବ୍ସ ଦେଖାଇଲେ ହ୍ରିତିକଙ୍କ ପ୍ରେମିକା ସବା ଆଜାଦ; ସେଲିବ୍ରେଟିମାନେ ଦେଖି ବି ଆଶ୍ଚର୍ଯ୍ୟ

ସବା ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ହ୍ରିତିକ ରୋଶନଙ୍କ ସହ ପୋଜ୍ ଦେଇ ନୁହେଁ ବରଂ ନିଜର ଏକ ଫଟୋ କାରଣରୁ ସେ ଖବରରେ ଅଛନ୍ତି। ଏହି ଫଟୋରେ ସେ ତାଙ୍କ ଆବ୍ସ ଦେଖେଇଛନ୍ତି।

Bajrangi Bhaijaan 2 script ready now salman khan clearance is awaited
‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ; କଥା ଅଟକିଛି କେବଳ ସଲମାନଙ୍କ ପାଖରେ

ଭାଇଜାନଙ୍କ ପ୍ରଶଂସକମାନେ ଖୁବ୍ ଶୀଘ୍ର ତାଙ୍କୁ ପରଦାରେ ‘ବଜରଙ୍ଗୀ ଭାଇଜାନ ୨’ ଭାବେ ଦେଖିବେ। କୁହାଯାଉଛି ଯେ ‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି ଏବଂ ବର୍ତ୍ତମାନ କେବଳ ସଲମାନ ଖାନଙ୍କ ମୁହଁରୁ ହଁ ଶୁଣିବା ବାକି ଅଛି। ଏହା ପରେ ହିଁ ଆଗକୁ ପ୍ରସ୍ତୁତି ଆରମ୍ଭ ହେବ।

Mukesh khanna slams zeenat aman on her statement of live in relationship
ଜୀନତ୍ ଅମାନ୍‌ଙ୍କ ଲିଭ୍-ଇନ୍ ରିଲେସନ୍‌ସିପ୍ ମନ୍ତବ୍ୟକୁ ନେଇ ମୁକେଶଙ୍କ କଡା ଜବାବ; କହିଲେ...

ଜୀନତ ଅମାନ୍‌ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍‌ସିପ୍‌କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍‌ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।

pushpa-2 makers earns 200 crores from first distribution deal
Broke Records: ରେକର୍ଡ ଭାଙ୍ଗୁଛି 'ପୁଷ୍ପା ୨'; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

ସାଟେଲାଇଟ୍ ଠାରୁ ଡିଜିଟାଲ୍ ଅଧିକାର ପର୍ଯ୍ୟନ୍ତ ମଧ୍ୟ ଆଶା କରାଯାଉଥିବା ମୂଲ୍ୟରୁ ଅଧିକରେ ବିକ୍ରି ହେଉଛି 'ପୁଷ୍ପା ୨'। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ଏତେ କୋଟି ଟଙ୍କା ଦେଇଛନ୍ତି।

Deep fake Video
ଆମୀରଙ୍କ ପରେ ରଣବୀରଙ୍କ ପାଳି, ଭାଇରାଲ ହେଲା ଡିପଫେକ୍ ଭିଡିଓ

ରଣବୀର ସିଂହଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ଆମୀର ଖାନଙ୍କ ପରେ ରଣବୀର ସିଂଙ୍କର ଏକ ରାଜନୈତିକ ଦଳକୁ ସମର୍ଥନ କରିବାର ଭିଡିଓ ଭାଇରାଲ ହୋଇଛି ।

Prasanth varma teases fans with an exciting update on jai hanuman poster
ଆସିଲା 'ଜୟ ହନୁମାନ'ର ପ୍ରଥମ ଝଲକ; ଧାର୍ମିକ ଚେତନାରେ ଭରପୂର

ରାମନବମୀ ଅବସରରେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ୍ ‘ହନୁମାନ’ ସିକ୍ୱେଲର ଏକ ନୂଆ ପୋଷ୍ଟର୍‌ ରିଲିଜ୍‌’ ହୋଇଛି। ଏହି ସିକ୍ୱେଲ୍‌ 'ଜୟ ହନୁମାନ' ନାମରେ ଆସିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମ ବିଷୟରେ ଏକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି।

Now 12th fail to come out on 20000 screens in china
ନିର୍ମାତା ହେବେ ମାଲାମାଲ୍; ୨୦ହଜାରରୁ ଅଧିକ ହଲ୍‌ରେ ରିଲିଜ୍ ହେବ ଏହି ହିନ୍ଦୀ ଫିଲ୍ମ

ବିଦେଶରେ ହଙ୍ଗାମା କରିବ ଭାରତୀୟ ସିନେମା। ‘୧୨ଶ ଫେଲ୍’ ଚଳଚ୍ଚିତ୍ର ଚୀନ୍‌ର ୨୦,୦୦୦ରୁ ଅଧିକ ପରଦାରେ ପ୍ରଦର୍ଶିତ ହେବ। ଏହାକୁ ନେଇ ନିର୍ମାତା ମାଲାମାଲ୍ ହେବେ ବୋଲି ଅନୁମାନ କରାଯାଉଛି।

rana daggubati is going to play villain in rajinikanth film vettaiyan
ଆସୁଛି ରଜନୀକାନ୍ତଙ୍କ ନୂଆ ଫିଲ୍ମ; ଖତରନାକ ହୋଇ ଆସୁଛନ୍ତି ରାଣା ଦଗ୍‌ଗୁବାତୀ

ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଭେଟ୍ଟାଇୟାନ୍' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ। ଏହି ସମୟରେ ଫିଲ୍ମକୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। ଏହି ଗୁଜବ ଯୋଗୁଁ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।

akshay kumar is all set to make his telugu debut with kannappa
ହେଇଗଲା ଫାଇନାଲ୍; ସାଉଥ୍‌ର ଏହି ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ଅକ୍ଷୟ

ଏବେ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ବିଷ୍ଣୁ ମଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ। ଏହା ଏକ ପୌରାଣିକ ଆଧାରିତ ଚଳଚ୍ଚିତ୍ର ହେବ, ଯେଉଁଥିରେ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ତାରକାମାନେ ମଧ୍ୟ ନଜର ଆସିବେ।

Two 'shooters' arrested
ସଲମାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣା; ବନ୍ଧା ହେଲେ ୨ଅଭିଯୁକ୍ତ

ଆମେରିକାରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ବ ଦିଆଯାଇଥିଲା।

Kamal haasan is back as senapathy on Indian 2
ନୂଆ ରୂପରେ ଆସୁଛନ୍ତି କମଲ ହାସନ; ଦେଖନ୍ତୁ 'ଇଣ୍ଡିଆନ୍ ୨'ର ପ୍ରଥମ ଝଲକ

ନିର୍ମାତା ସୋସିଆଲ ମିଡିଆରେ 'ଇଣ୍ଡିଆନ୍'ର ଆଶ୍ଚର୍ଯ୍ୟଜନକ ପୋଷ୍ଟର ରିଲିଜ୍ କରିଛନ୍ତି ଯାହା ନିଆଁ ପରି ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ କେବେ କମଲ ହାସନଙ୍କ 'ଇଣ୍ଡିଆନ୍ ୨' ପ୍ରେକ୍ଷାଳୟକୁ ଆସିବ।

Shraddha kapoor funny reaction to her lookalike in ipl 2024
Viral Video: IPLରୁ ଭାଇରାଲ୍ ହେଉଛି ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟ୍; ଅଭିନେତ୍ରୀ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ

ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା ଯେଉଁଥିରେ ଶ୍ରଦ୍ଧା କପୁରଙ୍କ ପରି ଦେଖାଯାଉଥିବା ଏକ ଯୁବତୀଙ୍କ ଝଲକ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା ଯେ ସେହି ସମାନ ହସ ଏବଂ ସମାନ ଲୁକ୍‌ ଦେଖି ନିଜେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Salman Khan
ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼ ହୋଇଥିବା ସୂଚନା । ସଲମାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଛି । ଖବର ମିଳିବା ପରେ ମୁମ୍ବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।