• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ।

  • ଏନେଇ SRC ପ୍ରଦୀପ ଜେନାଙ୍କ ସୂଚନା ।

  • ସନ୍ଧ୍ୟା ୫ଟ ସୁଦ୍ଧା ଗୋପାଳପୁରଠାରୁ ୯୦ କିଲୋମିଟର ଦୂରରେ ।

ଭୁବନେଶ୍ୱର: ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ସନ୍ଧ୍ୟା ୫ଟ ସୁଦ୍ଧା ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ରହିଛି ଗୁଲାବ୍‌ । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ।

ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ସମୟ ପାଖେଇ ଆସୁଥିବାବେଳେ ଏହାର ପ୍ରଭାବ ଦେଖଇବାକୁ ମିଳିଛି ଚିଲିକା ନିକଟବର୍ତ୍ତୀ କୃଷ୍ଣପ୍ରସାଦ ଅଂଚଳରେ । ଚିଲିକା ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଅନେକ ସମୟରେ ଶାନ୍ତ ରହୁଥିବା ଚିଲିକା ଅଶାନ୍ତ ହେଇ ପଡିଛି । ପ୍ରବଳ ବେଗରେ ପବନ ବହୁଥିବାରୁ କୂଳରେ ଲହଡ଼ି ଭାଂଗୁଛି ପାଣି । 

ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ବିଶାଖାପାଟନମ ରାଡାରରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ । ବେଳେ ବେଳେ ଏହା ୯୫ କିଲୋମିଟରକୁ ଛୁଇଁବାର ସମ୍ଭାବନା ଅଛି ।

ଏପଟେ ବାତ୍ୟା ପାଇଁ ସଜାଗ ପୁରୀ ଜିଲ୍ଲା ପ୍ରଶାସନ । ମୁଖ୍ୟତଃ କୃଷ୍ଣପ୍ରସାଦ, ବ୍ରହ୍ମଗିରି ସହ ତତସଂଲଗ୍ନ ଅଞ୍ଚଳରେ ଅଧିକ ଫୋକସ କରାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କୌଣସି ଅଘଟଣ କିମ୍ବା ବିଦ୍ୟୁତ ଭିତ୍ତିଭୂମିକୁ କିଭଳି ଶୀଘ୍ର ପୁନଃଉଦ୍ଧାର କରାଯାଇପାରିବ ସେନେଇ ଆଲୋଚନା ହୋଇଛି ।  ତଳିଆ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଅନ୍ୟପଟେ ବାତ୍ୟା ଗୁଲାବ୍‌ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଏହାସହ ବାତ୍ୟା ମୁକାବିଲା, ରିଲିଫ୍ ଓ ପୁନୁରଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ତ୍ୱ ଦେବା ସହ ସ୍ଥାନାନ୍ତର ଓ କୋଭିଡ୍‌ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବାକୁ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି । ନୂଆଦିଲ୍ଲୀ ଗସ୍ତରେ ଥିବାରୁ ସେଠାରୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲାର ସମୀକ୍ଷା କରିଥିଲେ ।