• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ମାଛ ମଞ୍ଜି ବରା ତରକାରି'

ସାଧାରଣତଃ ଆମିଷ ଖାଉଥିବା ଲୋକେ ମାଛ ଖାଇବାକୁ ପସନ୍ଦ କରିଥାନ୍ତି । ଆଜି ଆମେ ମାଛ ମଞ୍ଜିରେ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମାଛ ମଞ୍ଜି ବରା ତରକାରି’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ।

‘ମାଛ ମଞ୍ଜି ବରା ତରକାରୀ’ପାଇଁ ସାମଗ୍ରୀ:

ମାଛ ମଞ୍ଜି,ବେସନ, ଅଦା ରସୁଣ ପେଷ୍ଟ,କଟା ପିଆଜ,କଟା ଅଦା,କଟା ରସୁଣ,କଟା ଟମାଟୋ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ, ଗରମ ମସଲା,କଟା ଧନିଆ ପତ୍ର ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମାଛ ମଞ୍ଜିକୁ ଭଲ ଭାବେ ଧୋଇ ଦିଅନ୍ତୁ ।
  • ଏହାପରେ ସେଥିରେ ବେସନ ,କଟା ପିଆଜ,କଟା ରସୁଣ,କଟା ଅଦା ପାକାନ୍ତୁ ।
  • ଏହାପରେ ସେଥିରେ ଲୁଣ, ହଳଦୀ ଗୁଣ୍ଡ,କଟା କଞ୍ଚା ଲଙ୍କା କଟା ଧନିଆ ପତ୍ରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ମାଛ ମଞ୍ଜିର ଏହି ମିଶ୍ରଣକୁ ଭଳ ଭାବେ ଚକଟି ଗୋଲ ଗୋଲ ଆକାର ବରା ପରି ଗଢି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ମାଛ ମଞ୍ଜିର ବରାକୁ ଛାଣି ରଖନ୍ତୁ ।
  • ଏହାପରେ ଆଉ ଏକ କଡେଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ପକାନ୍ତୁ ।
  • ପିଆଜକୁ ଲାଲ୍ ହେବା ପର୍ଯ୍ୟନ୍ତ ଭଲ ଭାବେ ଭଜନ୍ତୁ ।
  • ଏହାପରେ ସେଥିରେ ଅଦା ଓ ରସୁଣ ପେଷ୍ଟ,କଟା ଟମାଟୋ ପକାଇ ଗୋଳାନ୍ତୁ ।
  • ଏହାପରେ ସେଥିରେ ହଦଳୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ ଓ ଅଳ୍ପ ପାଣି ଦେଇ ଭଲ ଭାବେ କଷନ୍ତୁ ।
  • ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ ଅଳ୍ପ ପାଣି ଓ ଲୁଣ ପକାନ୍ତୁ ।
  • ମସଲାର ପାଣି ଭଲଭାବେ ଫୁଟିଗଲେ ସେଥିରେ ଆଗରୁ ଛଣା ହୋଇଥିବା ମାଛ ମଞ୍ଜି ବରାକୁ ପକାନ୍ତୁ ।
  • ଏହାପରେ କମ୍ ଆଞ୍ଚରେ ମାଛ ମଞ୍ଜି ବରାକୁ ମସଲା ସହିତ ଫୁଟିବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ସେଥିରେ କଟା ଧନିଆ ପତ୍ର ଓ ଗରମ ମସଲା ଗୁଣ୍ଡକୁ ପକାଇ ଓହ୍ଲାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମାଛ ମଞ୍ଜି ବରା ତରକାରୀ’ । ଏହି ରେସିପିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।