• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

Rani Mukerji arrived in Jamnagar in the evening
ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ପ୍ରିୱେଡିଂରେ ସେଲିବ୍ରେଟିଙ୍କ ଭିଡ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରିୱେଡିଂରେ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଛି। ପୂର୍ବର ଜାମନଗରରେ ପହଞ୍ଚିଥିଲେ ଦୀପିକା ପାଦୁକୋନ, ରଣବୀର ସିଂହ, ଶାହରୁଖ ଖାନ, ଅର୍ଜୁନ କପୁର, ରାନୀ ମୁଖାର୍ଜୀ, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପରି ବଲିଉଡ ତାରକା।

President Draupadi Murmu arrived in Odisha in a special Air Force helicopter
ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଷ୍ଟ୍ରପତି ପହଞ୍ଚିବା ପାରେ ବିଭିନ୍ନ ସ୍ଥାନ ଭ୍ରମନ କରିବାର କାର୍ଯ୍ୟକ୍ରମ ରହିଛି। ତୃତୀୟ ଥର ପାଇଁ ନିଜ ଜିଲ୍ଲା ତଥା ନିଜ ଘରକୁ ଗସ୍ତ କରିବେ ରାଷ୍ଟ୍ରପତି। ଓଡ଼ିଶାରେ ପହଞ୍ଚିବା ପରେ ସୁକୁର୍ଲି ପଣ୍ଡରସିଲ୍‌ ଫୁଟବଲ ଗ୍ରାଉଣ୍ଡ ହେଲିପ୍ୟାଡ୍‌ରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯାଇଛି।

Historical khandagiri kumbha mela going on in full swing
ଜମୁଛି ଖଣ୍ଡଗିରି ମେଳା; ଭକ୍ତ ନେଉଛନ୍ତି ନାଗା ବାବାଙ୍କ ଆଶୀର୍ବାଦ

ରାଜଧାନୀରେ ଜମୁଛି ଖଣ୍ଡଗିରି ମେଳା। ସନ୍ଧ୍ୟା ହେଲେ କୁମ୍ଭ ମେଳାରେ ଲାଗୁଛି ଜବରଦସ୍ତ ଭିଡ। ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପରିବେଶ। ଆଉ ମାଘ ମେଳାକୁ ଆସିଥିବା ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତ ଭିଡ। କିଏ ମନର କଥା ଜଣାଉଛି ତ କିଏ ଦୁରାରୋଗର ଦୂରୀକରଣ ପାଇଁ ନେହୁରା ହେଉଛି ତ ଆଉ କିଏ ବାବାଙ୍କ ଠାରୁ ବିଭୂତି ନେଇ ଫେରୁଛି।

World Odia Language Conference
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'। ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିଛନ୍ତି। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହୋଇଛି।

Ayodhya Ram Mandir
ଆସୁଛନ୍ତି ପ୍ରଭୁ ଶ୍ରୀରାମ, ଚାରିଆଡ଼େ ଉତ୍କଣ୍ଠା..ଦେଖନ୍ତୁ କିଛି ଫଟୋ..

ଆସୁଛନ୍ତି ପ୍ରଭୁ ଶ୍ରୀରାମ। ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା। ସୋମବାର ହେବ ପ୍ରାଣ ପ୍ରତିଷ୍ଠା। ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ।

Ayodhya Ram Mandir
ଉତ୍ସବ ମୁଖର ଅଯୋଧ୍ୟା, ଫଟୋରେ ଦେଖିବା କିଛି ଝଲକ...

ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି।

OTV Foresight 2024
ଓଟିଭି ଫୋରସାଇଟ୍‌ ୨୦୨୪ ; ରାଜନୀତିରୁ ଅର୍ଥନୀତି ଯାଏଁ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ

ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍‌ସାଇଟ୍-୨୦୨୪’.. ମୁଖ୍ୟ ଅତିଥି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା.. କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ଯୋଗଗୁରୁ ବାବା ରାମଦେବଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ବାଗ୍ମୀ, ଶିକ୍ଷାବିତ୍‌..

Ayodhya Ram Mandir
ଭବ୍ୟ, ଦିବ୍ୟ ରୂପରେ ସଜେଇ ହେଉଛି ଅଯୋଧ୍ୟା ରାମ ମନ୍ଦିର..ଦେଖନ୍ତୁ ଫଟୋ..

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା ।

Chinese train that runs on road without track
ଅଜବ! ଏଠି ବିନା ଟ୍ରାକ୍‌ରେ ଚାଲୁଛି ଟ୍ରେନ୍

ଚୀନ୍‌ର ଏକ ସହରରେ ଚାଲୁଛି ସ୍ମାର୍ଟ ଟ୍ରେନ୍। ଏହି ଟ୍ରେନ୍ କୌଣସି ଟ୍ରାକ୍‌ରେ ନୁହେଁ ବରଂ ରାସ୍ତାରେ ଚାଲୁଛି। ଦେଶର ଝୁଝୁଓ ପ୍ରଦେଶରେ ଏହି ଟ୍ରେନ୍ ଚାଲୁଛି। ଏହି ରେଳ ବ୍ୟବସ୍ଥାର ନାମ ହେଉଛି 'ସ୍ୱୟଂଶାସିତ ରେଳ ରାପିଡ୍ ଟ୍ରାଞ୍ଜିଟ୍' (ART)। ତିନୋଟି ବଗିର ଏହି ଟ୍ରେନରେ ପ୍ରାୟ ୩୦୦ ଯାତ୍ରୀ ଏକାଠି ଯାତ୍ରା କରିପାରନ୍ତି। ଏହି ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୭୦ କିଲୋମିଟର ବେଗରେ ଚାଲିପାରେ।

Bollywood celebrates welcomed New Year 2024 in this style
New Year 2024: ନୂଆବର୍ଷକୁ ନିଜ ନିଜ ଢଙ୍ଗରେ ସ୍ୱାଗତ କଲେ ଏହି ସେଲିବ୍ରେଟିଜ୍

ନୂଆବର୍ଷ ୨୦୨୪ ଆରମ୍ଭ ହୋଇଯାଇଛି। ନୂଆ ବର୍ଷ ସହିତ ବି ଟାଉନ୍ ସେଲିବ୍ରେଟିମାନଙ୍କର ନୂଆ ପାର୍ଟିର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେହି କେହି ସେମାନଙ୍କ ପରିବାର ସହିତ ସମୟ ବିତାଇଥିବାବେଳେ ଆଉ କେହି ସେମାନଙ୍କ ପାର୍ଟନର୍‌ମାନଙ୍କ ସହିତ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ସେ କରୀନା କପୁର ଖାନ ହୁଅନ୍ତୁ କି ମଲାଇକା ଅରୋରା, ବି-ଟାଉନ ସେଲିବ୍ରେଟିମାନେ ନୂଆବର୍ଷକୁ ଖୁବ୍‌ ମଜ୍ଜା-ମଉଜ କରିଛନ୍ତି। ତେବେ ଆସନ୍ତୁ ଏହିସବୁ ବଲିଉଡ୍‌ ସେଲିବ୍ରେଟିମାନଙ୍କ ନୂଆ ପାର୍ଟିର ଫଟୋ ଦେଖିନେବା।

Ayodhya Ram Mandir
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରାମ ମନ୍ଦିର ଭିତରର ଫଟୋ...

ଉତ୍ତର ପ୍ରଦେଶ, ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ । ଇଏ ହେଉଛି ମନ୍ଦିର ବାହାରର ଏକ ଝଲକ ।

esus lovers get emotional on Christmas Day
ଖ୍ରୀଷ୍ଟମାସ ଡେ’ରେ ଭାବପ୍ରବଣ ହେଲେ ଯୀଶୁପ୍ରେମୀ; ଦେଖନ୍ତୁ ଫଟୋ

ଆଜି ଖ୍ରୀଷ୍ଟମାସ ଡେ’ ବା ବଡଦିନ। ଏହା ଖ୍ରୀଷ୍ଟ ଧର୍ମାଲମ୍ବୀମାନଙ୍କ ପାଇଁ ବଡ ପର୍ବ। ସାରା ବିଶ୍ୱରେ ଏହାକୁ ଖୁବ ଧୂମଧାମରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ନଜର ପକେଇନେବା ଓଡ଼ିଶାର କିଛି ଚିତ୍ର ଉପରେ

Balijatra 2023
ଜମୁଛି କଟକ ବାଲିଯାତ୍ରା; ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ ସାଙ୍ଗକୁ ମିଳିବ ଗାଁର ଅନୁଭୂତି

ଜମୁଛି କଟକ ବାଲିଯାତ୍ରା । ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।

Jharpada Puja Mandap
ସବୁଥର ଭଳି ଏଥର ବି ନୂଆ କରିବାର ଝୁଙ୍କରେ ରାଜଧାନୀ; ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସଜ୍ଜା

ଆସିଛି ପାର୍ବଣ । ଚଳଚଞ୍ଚଳ ହେଲାଣି ସହର ବଜାର । ମେଢ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟୁଇନସିଟିର ପୂଜା ମଣ୍ଡପ । ସରିଆସୁଥିବା ସାଜସଜ୍ଜା ଭିତରେ କେଉଁଠି ମନମୋହିଲାଣି କାଳ୍ପନିକ ପରୀ ମହଲ ତ କେଉଁଠି ତାଇୱାନର ବୁଦ୍ଧ ମନ୍ଦିର ଶୋଭା ପାଇଲାଣି । ଭୁବନେଶ୍ୱର ଝାରପଡ଼ାର ଗୋଲଡେନ୍ ପ୍ୟାଲେସ ତ ପାର୍ବଣରେ ଚାର୍ ଚାନ୍ଦ ଲଗାଇଦେବ ।

On Teacher's day, the teacher protested on the rain
ଗୁରୁଦିବସରେ ବର୍ଷାରେ ଭିଜିଭିଜି ପ୍ରତିବାଦ କଲେ ଗୁରୁ

ଆଜି ପବିତ୍ର ଗୁରୁଦିବସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷକମାନେ। ଭୁବନେଶ୍ୱରସ୍ଥ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିଛନ୍ତି ଶିକ୍ଷକ। ବର୍ଷାରେ ଭିଜି ଭିଜି କଲେ ଆନ୍ଦୋଳନ। ଦାବି ପୂରଣ ନହେଲେ ଭୋଟ୍ ବାକ୍ସରେ ଜବାବ ଦେବାକୁ ଶିକ୍ଷକ ସଂଘ ଚେତାବନୀ ଦେଇଛି।

ବାପାଙ୍କ ଶବ ପାଖରେ କାନ୍ଦୁଛନ୍ତି ଝିଅ ନିକି
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।

ରାଜଧାନୀରେ ସ୍ୱାୟତ୍ତ ଶାସନ ପାଳନ
ଆଜି ସ୍ୱୟାତ୍ତ ଶାସନ ଦିବସ

ଆଜି ସ୍ୱୟାତ୍ତ ଶାସନ ଦିବସ । ଝଲସୁଛି ବିଏମସି ଅଫିସ୍‌...ବିଭିନ୍ନ ୱାର୍ଡରେ ନୂଆ ପ୍ରକଳ୍ପର ଶିଳାନ୍ୟାସ ...ହେଲେ ରାଜଧାନୀର ଅନେକ ରାସ୍ତାରେ ଜମିଛି ପାଣି...ଉଠିଯାଇଛି ପିଚୁ ଯାହାକୁ ନେଇ ଅସନ୍ତୋଷ ବଢୁଛି

ଫାଇନାଲ ପରେଡ୍‌ ପୂର୍ବରୁ ଚାଲିଛି ରିହରସାଲ
ପ୍ରଦର୍ଶନୀ ପଡିଆରେ ଫୁଲଡ୍ରେସ ରିହରସାଲ

ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପୂର୍ବରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଫୁଲଡ୍ରେସ ରିହରସାଲ। ଏଥର ଭାଗ ନେବେ ମାତ୍ର ୫ଟି କଣ୍ଟିନଜେଣ୍ଟ।

ଜୁଡ଼ିଆ ଘାଟିରେ ଧସିଲା ପାହାଡ
କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । କେନ୍ଦୁଝରରେ ବି ସ୍ଥିତି ସଙ୍ଗୀନ ହେଲାଣି...ଜୁଡିଆ ଘାଟିରେ ପାହାଡ଼ ଧସି ପଥର ରାସ୍ତା ଉପରେ ପଡିଛି...ରାସ୍ତାରେ ଯାଉଯାଉ ଟ୍ରକ୍‌ ଉପରେ ପଡିଲା ବିରାଟ ପଥର ଖଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର।

ବର୍ଷାରେ ବେହାଲ ରାଜଧାନୀ
ବର୍ଷାରେ ବେହାଲ ଭୁବନେଶ୍ୱର : ରାସ୍ତାରେ ଖେଳିଲେ ମାଛ

ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଣ୍ଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି...ଏମିତିକି ରାସ୍ତାରେ ଖେଳୁଛନ୍ତି ମାଛ।

ଭୁବନେଶ୍ୱରରେ ପ୍ରବଳ ବର୍ଷା
ଭୁବନେଶ୍ୱରରେ ନଦୀର ଭ୍ରମ ସୃଷ୍ଟି କଲା ପ୍ରବଳ ବର୍ଷା, ଯୁଆଡେ ଦେଖିବ ପାଣି

ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ବର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି। ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତା ବୁଡ଼ି ରହିଛି। ରାସ୍ତା ଉପରେ ଅନେକ ଗାଡି ଅଧାବୁଡ଼ା ଅବସ୍ଥାରେ ରହିଛି। ନ୍ୟୁ ଫରେଷ୍ଟ କଲୋନୀ, ସୌଭାଗ୍ୟ ନଗର ଏବଂ ଜାଭିୟର ଛକ ଅଂଚଳରେ ଏବେବି ପାଣିର ସୁଅ ଛୁଟୁଛି।

ନନ୍ଦନକାନନରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳିତ

ବାଘଙ୍କ ସୁରକ୍ଷା ଓ ସରକ୍ଷଣ ପାଇଁ ଏ ଅବସରରେ ନନ୍ଦନକାନନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

President Draupadi Murmu
ଦିନିକିଆ ସିଲଭର୍‌ ସିଟି ଗସ୍ତରେ ରାଷ୍ଟ୍ରପତି; ମା’ କଟକ ଚଣ୍ତୀଙ୍କୁ ଦର୍ଶନ କଲେ, ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାରାଥନ କାର୍ଯ୍ୟକ୍ରମ । ଆଜି ଦିନ ତମାମ ମହାମହିମଙ୍କ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନ କରିଛନ୍ତି । ଏହାପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଗଲେ

ଆଜିଠୁ ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ରାସ୍ତାରେ ଅପେକ୍ଷାରତ ଶୁଭେଚ୍ଛୁଙ୍କୁ ଭେଟିଥିଲେ..ଏ ସମୟର ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ଥିଲା

ଡେଙ୍ଗୁ ନେଇ କଟକର ୨୬ ନମ୍ବର ୱାର୍ଡରେ ସଚେତନତା ରାଲି
ମାଡୁଛି ଡେଙ୍ଗୁ : ଶୋଇଛି ସିଏମସି... ସହରରେ ଥିବା ନାଳରେ ପାଣି ନୁହେଁ କୁଢକୁଢ ମଇଳା ଭାସୁଛି

ବର୍ଷା ଆରମ୍ଭ ହେବା କ୍ଷଣି ଦେଖାଦେଲାଣି ଡେଙ୍ଗୁର ଭୟ । ଏହାର ମୁକାବିଲା କରିବା ଲାଗି କଟକ ମହାନଗର ନିଗମ ଅଣ୍ଟା ଭିଡ଼ିଛି । ବିଶେଷ କରି ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସହରର ବିଭିନ୍ନ ୱାର୍ଡରେ ଏବେ ଏହି ଅଭିଯାନ ଜାରି ରହିଛି । ହେଲେ ଡେ଼ଙ୍ଗୁକୁ ପ୍ରତିହତ କରିବା ପାଇଁ ସିଏମସି ପକ୍ଷରୁ ନିଆଯଇଥିବା ପଦକ୍ଷେପ କୁ ନେଇ ସହରବାସୀ ଅସନ୍ତୋଷ ଜାହିର କରିଛନ୍ତି । ମଶା ତେଲ ସଠିକ୍ ଭାବେ ପଡୁ ନଥିବା ବେଳେ ସଫେଇ ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବା ବୋଲି ଅଭିଯୋଗ କରିଛନ୍ତି କଟକବାସିନ୍ଦା

ସାମାନ୍ୟ ବର୍ଷାରେ ସ୍କୁଲ ଭିତରେ ଆଣ୍ଠୁଏ ଉଚ୍ଚର ପାଣି
ସାମାନ୍ୟ ବର୍ଷାରେ ଉବୁଟୁବୁ ସ୍କୁଲ ପରିସର : ଭୟଭୀତ ଛାତ୍ରଛାତ୍ରୀ

ସ୍କୁଲ ନାଁ ସୁଇମିଙ୍ଗ ପୁଲ । ସ୍ଥିତି ଏମିତି ହେଲାଣି ଯେ ପିଲାମାନେ ପାଠ ପଢିବା ସହିତ ସୁଇମିଙ୍ଗ ବି ଶିଖିବେ । ଦେଖୁନାହଁନ୍ତି ବିଦ୍ୟାଳୟରେ କେମିତି ଆଣ୍ଠୁଏ ଉଚ୍ଚର ପାଣି ଜମିଛି... ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଂଟାପଡା ପଂଚାୟତ ଅନ୍ତର୍ଗତ ପୋଡାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର