• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ଦାଦାବଟିକୁ ନେଇ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଜୁକୁ ଏନ୍‌କାଉଣ୍ଟର କଲା ପୋଲିସ

ଦାଦାବଟି ନ ଦେବାରୁ ବ୍ୟାଙ୍କ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ । ତେବେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ବ୍ୟାଙ୍କ କର୍ମଚାରୀଙ୍କ ସ୍ତ୍ରୀ ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ରାତି ୧୧ଟା ୫୦ ସମୟରେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ମାଗିବାକୁ ନେଇ ଗୁଳିକାଣ୍ଡ ହୋଇଛି । More
  • Satyendu Shekher Mishra
  • 3 years ago

ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼, ବଢ଼ୁଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅଡ଼ୁଆ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରାଜ୍ୟ ବ୍ୟାପୀ ବିକ୍ଷୋଭ, ରାସ୍ତାରୋକ ଓ କଳାପତାକା ପ୍ରଦର୍ଶନ । More
  • Otv Khabar Bureau
  • 3 years ago

ପର୍ଯ୍ୟଟନ ଶିଳ୍ପକୁ ବେହାଲ କରିଛି କରୋନା

କରୋନା ମାଡ଼ରେ ଧରାଶାୟୀ ରାଜ୍ୟ ପଯର୍ୟଟନ କ୍ଷେତ୍ର । ଏହି କ୍ଷେତ୍ର ଉପରେ ନିର୍ଭର କରୁଥିବା ପରିବାରଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ହୋଟେଲ ହେଉ କି, ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ଅବା ପଯର୍ୟଟନସ୍ଥଳୀ ନିକଟରେ ଛୋଟମୋଟ ଦୋକାନ ଖୋଲି ପେଟ ପୋଷୁଥିବା ବ୍ୟବସାୟୀଙ୍କ ହାତ ବନ୍ଦ କହିଲେ ଚଳେ । ଆଗକୁ ଯଦି ସଂକ୍ରମଣ ସ୍ଥିତିରେ ସୁଧାର ନଆସେ ତେବେ ଏମାନଙ୍କ ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି । More
  • Satyendu Shekher Mishra
  • 3 years ago

ଖାଲି ଗୋବିନ୍ଦ ସାହୁର ପରକୀୟା ପ୍ରୀତି କଥା ଜାଣିଥିଲେ ମମିତା ନା ଆଉ କିଛି ରହିଛି ରହସ୍ୟ ?

ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଖୁଲାସା । ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଗିରଫ ଗୋବିନ୍ଦ ସାହୁ, ନିଜ ପରକୀୟା ପ୍ରୀତିର ପ୍ରଘଟ ହେବା ଶଙ୍କାରେ ମମିତାଙ୍କୁ କାର୍ ଭିତରେ ହତ୍ୟା କରିଛି । More
  • Satyendu Shekher Mishra
  • 3 years ago

ନାଁ କୁ ମାତ୍ର ସ୍ମାର୍ଟ ସିଟି, ରାସ୍ତା ଘାଟ ଗାଁ ଗହଳିଠୁ ବି ହୀନ !

ସ୍ମାର୍ଟ ସିଟି ରାଉରକେଲାରେ ରାସ୍ତା ସମସ୍ୟା । ସହରର ମୁଖଶାଳା କୁହାଯାଉଥିବା ପାନପୋଷ ଛକରୁ ଆରମ୍ଭ କରି ହକି ଛକ, ହନୁମାନ ବାଟିକା ଛକ ସବୁଠି ଦୟନୀୟ ରାସ୍ତାଘାଟ । More
  • Otv Khabar Bureau
  • 3 years ago

ଜଗା ଜମି ହଡପ୍‌!

ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପ ଲାଗି ଚାଲିଥିଲା ଚକ୍ରାନ୍ତ । ବାଲେଶ୍ୱର ସୋରରେ ଶ୍ରୀଜିଉଙ୍କ ଜମିକୁ ହ଼ଡ଼ପ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପରେ ଜାଗିଛି ଶ୍ରୀମନ୍ଦିର ପ୍ରଶାସନ । ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଦୁଇ ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ନାଁରେ ସୋର ଥାନାରେ ଏତଲା ହୋଇଛି । More
  • Satyendu Shekher Mishra
  • 3 years ago

ମମିତା ହତ୍ୟା ମାମଲା: ମନ୍ତ୍ରୀଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ମହିଳା କମିଶନଙ୍କ ଚିଠି

ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଏମିତିକି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତି ଅଭିଯୋଗ ଆସୁଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି NCW ଅଧ୍ୟକ୍ଷା ରେଖା ଶର୍ମା । More
  • Pramod Behera
  • 3 years ago

‘ଗୀତିନାଟ୍ୟ ନ ବଞ୍ଚିଲେ ବୈଷ୍ଣବ ପାଣି ବଞ୍ଚିବେ ନାହିଁ’

ସେ ନଟନଟିଙ୍କ ମାଧ୍ୟମରେ ସମାଜ ସଂସ୍କାର କଥା ହେଉ ଅଥବା ମହାଭାରତ, ରାମାୟଣ ପରି ପବିତ୍ର ଗ୍ରନ୍ଥର ବିଷୟବସ୍ତୁକୁ ନେଇ ନାଟକ ମାଧ୍ୟମରେ ନୃତ୍ୟ ଗୀତର ପରିବେଷଣ ହେଉ; ଏକାଧାରରେ ସେ ଥିଲେ କବି, ଲେଖକ, ସାହିତ୍ୟିକ, ସମାଜ ସଂସ୍କାରକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଓ ସର୍ବୋପରି ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହିନ ସମ୍ରାଟ। ତାଙ୍କ ସହଜ ସରଳ ଭାଷା ମାଧ୍ୟମରେ ମଞ୍ଚରେ ଗୀତିନାଟ୍ୟ ଏକା ଥରକେ ଲୋକଙ୍କ ମନକୁ ଛୁଇଁ ପାରୁଥିଲା। ସେଇଥି ପାଇଁ ତ ସେ ଗଣମାନସର କବି, ଗଣକବି ବୈଷ୍ଣବ ପାଣି। More
  • Satyendu Shekher Mishra
  • 3 years ago

ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ, ବଢ଼ୁଛି ମନ୍ତ୍ରୀଙ୍କ ଅଡ଼ୁଆ

ମମିତା ମେହେର ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ବଢ଼ୁଛି ଲୋକଙ୍କ ଆକ୍ରୋଶ । ତାଙ୍କ ଇସ୍ତଫା ଦାବି କରି ପ୍ରାୟ ଜିଲ୍ଲାରେ ରଣ ହୁଙ୍କାର ଦେଉଛନ୍ତି ବିରୋଧୀ । More
  • Satyendu Shekher Mishra
  • 3 years ago

ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

୫ ଦିନିଆ ରିମାଣ୍ଡରେ ଯିବ ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ମଂଜୁର କରିଛନ୍ତି । More
  • Pramod Behera
  • 3 years ago

ଏମିତି ଜାଗା, ଏଠି ଅସ୍ତ ହୁଅନ୍ତି ନି ସୂର୍ଯ୍ୟ

ଦିନ ପରେ ରାତି ଓ ରାତି ପରେ ଦିନ ହେବା, ଏହା ହିଁ ପ୍ରକୃତିର ନିୟମ। ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ବହୁତ କମ ଲୋକେ ଜାଣନ୍ତି ଯେ ଏ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଦୁନିଆର ଏହି ଜାଗାରେ ସୂର୍ଯ୍ୟ ୭୦ ଦିନରୁ ଅଧିକ ଅସ୍ତ ହୁଅନ୍ତି ନାହିଁ। ଏହି ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁ ନ ଥିବେ। ଆପଣଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ ଏମିତି କେମିତି ବା ହେବ? ତେବେ ଆସନ୍ତୁ ଜାଣିନେବା କେଉଁ କେଉଁ ଜାଗାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। More
  • Chandan Shishu
  • 3 years ago

କଂଗ୍ରେସର ଆନ୍ଦୋଳନ ପାଇଁ ଧରାପଡ଼ିଲା ମମିତାଙ୍କ ହତ୍ୟାକାରୀ: ସୁର

ଯଦି କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିନଥାନ୍ତା, ତାହାହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରୀରୁ ଧରାପଡ଼ିନଥାନ୍ତା। ଆମ ଘେରାଉ ଓ ଅଣ୍ଡାମାଡ଼ର ମୂଲ୍ୟ ରହିଛି। More
  • Chandan Shishu
  • 3 years ago

ଗୋବିନ୍ଦର ପରକୀୟା ସଂପର୍କ ନେଇ ଜାଣିଥିଲେ ମମିତା: ଡିଆଇଜି

ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା। More
  • Chandan Shishu
  • 3 years ago

ବାପ ପୁଅଙ୍କୁ ନିସ୍ତୁକ ମାଡ଼ ଘଟଣାରେ ବନ୍ଧାହେଲେ ୨ ସରପଞ୍ଚ

ବାପାଙ୍କୁ ଡାକି ଗୋଟେ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ। କେଵଳ ସେତିକି ନୁହେଁ, ସ୍ମୃତିଙ୍କୁ ତାଙ୍କ ବାପାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଏହି କଙ୍ଗାରୁ କୋର୍ଟର ମଜା ନିର୍ବାଚିତ ଜନପ୍ରତିନିଧିମାନେ ଭରପୁର ଉଠାଉଥିବା ବେଳେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲିନଥିଲେ। More
  • Chandan Shishu
  • 3 years ago

ଆସିଲା ନିଖୋଜ ଶିକ୍ଷୟିତ୍ରୀ ମମିତାଙ୍କ ବର୍ଥଡେ ସେଲିବ୍ରେସନ ଭିଡିଓ

ଏକ ମଫସଲ ଗାଁରୁ ଆସି ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିଲେ ମମିତା। ତାଙ୍କ ମନରେ ଥିଲା ଅନେକ ଆଶା। ଶିକ୍ଷକତା ମାଧ୍ୟମରେ ସାରା ସମାଜକୁ ଜ୍ଞାନ ବାଣ୍ଟିବେ। ହେଲେ ତାଙ୍କର ସବୁ ଆଶା ଆଶାରେ ରହିଯାଇଛି। ଅଚାନକ ସେ ନିଖୋଜ ହୋଇଯାଇଛନ୍ତି। More
  • Sarbeswar
  • 3 years ago

ସେବେ ପ୍ରଶଂସାରେ ପୋତି ପକାଇଥିଲେ, ଆଜି ମୁହଁ ବୁଲାଇ ଦେଲେ ମନ୍ତ୍ରୀ

ଦିନେ ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିଲେ, ଏବେ ପ୍ରଶ୍ନ କରିବାରୁ ଆଡ଼େଇ ଚାଲିଗଲେ। ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିବା ମନ୍ତ୍ରୀ ଆଡ଼େଇ ଚାଲିଗଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି More
  • Sarbeswar
  • 3 years ago

ଦୋଳି ଖେଳୁଛି ସଂକ୍ରମଣ: ୨୪ ଘଂଟାରେ ୫୫୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୫୫୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ଅର୍ଥାତ୍‌ ସଂଗରୋଧରୁ ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି More
  • Chandan Shishu
  • 3 years ago

 କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା !

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଛି। More
  • Chandan Shishu
  • 3 years ago

ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ !

ପୋଲିସର ଘନ ଘନ ଜେରା ପରେ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍‌ସି ଅଟକ ରଖିଛି।  More
  • Sarbeswar
  • 3 years ago

ଆଜି କୁମାର ପୂର୍ଣ୍ଣିମା: କାଲିଠୁ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଗଜଲକ୍ଷ୍ମୀ

ଆଜି କୁମାର ପୂର୍ଣ୍ଣିମା। ଗତ କାଲିଠାରୁ ଆରମ୍ଭ ହୋଇସାରିଛି ଗଜଲକ୍ଷ୍ମୀ ପୂଜା। କୋଭିଡ୍ କଟକଣା ସହ ମଣ୍ଡପରେ ଚାଲିଛି ମାଆ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି More
  • Sarbeswar
  • 3 years ago

ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗୁଳି ଖାଇଲା ସ୍ତ୍ରୀ

ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଫୁଟିଲା ଗୁଳି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦାଦାବଟିକୁ ନେଇ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି More
  • Sarbeswar
  • 3 years ago

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି More
  • Sarbeswar
  • 3 years ago

ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି। More
  • Otv Khabar Bureau
  • 3 years ago

ତେଲ ଦର ଏତେ, ଭଡା ନେବୁ ଆମେ କେତେ?

କରୋନା ପରଠାରୁ ତ ଏମିତିରେ ବହୁତ କମ୍ ଲୋକ ଅଟୋରେ ବସୁଥିଲେ, କିନ୍ତୁ ଗଲା ଦେଢ଼ ବର୍ଷ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୫ରୁ ୩୦ ଟଙ୍କା ବଢ଼ିଯାଇଛି । ଏହି ଦରବୃଦ୍ଧି ଯୋଗୁଁ ସେମାନେ ଦର ବଢ଼ାଇଥିବାରୁ, ଯାତ୍ରୀ ଅଧିକ ପଇସା ଦେବାକୁ ଅମଙ୍ଗ ହେଉଛନ୍ତି । ଫଳରେ ପରିବାର ଚଳାଇବା କଷ୍ଟକର ହେଉଥିବା କହିଛନ୍ତି ଅଟୋ ଚାଳକ । More
  • Sarbeswar
  • 3 years ago

ଏଣିକି ଜେଲ୍ ଜଗିବ ଡ୍ରୋନ

ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ। More
  • Otv Khabar Bureau
  • 3 years ago

ଡିଜିଟାଲ ପ୍ଲାଟଫର୍ମରେ ଓହ୍ଲାଇବ ଓଡିଶୀ ନୃତ୍ୟ

ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ । More
  • Sarbeswar
  • 3 years ago

ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣି କି ଓଡ଼ିଶା?

ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣିକି ଓଡ଼ିଶା? ବ୍ରାଉନସୁଗାର ହେଉ କି ଗଞ୍ଜେଇ, ରାଜ୍ୟରେ ଏ ମାରାତ୍ମକ ନିଶାଦ୍ରବ୍ୟର ବେଧଡ଼କ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ହାତରେ ଲାଗୁଛି ପୁଳା ପୁଳା ମାଲ। More