• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଏମିତିକି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତି ଅଭିଯୋଗ ଆସୁଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି NCW ଅଧ୍ୟକ୍ଷା ରେଖା ଶର୍ମା । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାମଲା ଉପରେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବା ପାଇଁ ମଧ୍ୟ ଚିଠିରେ ଲେଖିଛନ୍ତି ।

ଓଡ଼ିଶା ଡିଜିପିଙ୍କୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ, ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଏବଂ ମମିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଉଛି । ନିର୍ଦ୍ଧିଷ୍ଟ ସମୟରେ ତଦନ୍ତ ସାରି ଯଥାଶୀଘ୍ର ଆକ୍ସନ ଟେକେନ ରିପୋର୍ଟ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ  ମହାଲିଙ୍ଗ ଘଟଣାକୁ ଲଜ୍ଜାଜନକ କହିବା ସହ ମାମଲାର ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ମହିଳା କମିଶନ । 

ସେପଟେ ଗିରଫ ହୋଇଥିବା ଗୋବିନ୍ଦଙ୍କ ସହିତ ଶାସକ ବିଜେଡିର ବଡ଼ ବଡ଼ ନେତାଙ୍କ ଫଟୋ ସାମ୍ନାକୁ ଆସିଛି । ଯାହାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର । ସେ ନିୟମିତି ଗୋବିନ୍ଦଙ୍କ ସ୍କୁଲକୁ ଯାଉଥିଲେ ଓ ରାତ୍ରୀ ଯାପନ କରୁଥିଲେ ବୋଲି ବିଜେପି ଏବଂ କଂଗ୍ରେସ ଦାବି କରିଛନ୍ତି । ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ଏବଂ କଂଗ୍ରେସ ।

ଅନ୍ୟପଟେ ଦିନକୁ ଦିନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦର ସ୍ୱର ତୀବ୍ର ହେଉଥିବାରୁ ଚିନ୍ତାରେ ରାଜ୍ୟ ସରକାର । ଗୋଟିଏ ପଟେ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼ କରାଯାଇଥିବା ବେଳେ ଅନ୍ୟପଟେ ଳଯୁବ କଂଗ୍ରେସ ପକ୍ଷରୂ ନବୀନ ଳନିବାସ ଆଗରେ କଳାପତାକା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 

ଖାଲି ସେତିକି ନୁହେଁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ନବୀନ ନିବାସ ଆଗାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନ୍ୟପଟେ ଉଭୟ କଂଗ୍ରେସ ଓ ବିଜେପି ନେତୃମଣ୍ଡଳି ରାଜ୍ୟପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।