• translate
Sarbeswar

News Highlights

  • ଆଜି କଳାହାଣ୍ଡି ବନ୍ଦ

  • ସିବିଆଇ ତଦନ୍ତ ଦାବି କଲେ ବିରୋଧୀଦଳ ନେତା

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦୀପ୍ତ ନାୟକଙ୍କ ଚିଠି

  • ସତ୍ୟ ସାମ୍ନାକୁ ଆଣିବାକୁ CBI ତଦନ୍ତ ସୁପାରିସ କରିବାକୁ ଚିଠି

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି। ଏଥିସହ ଘଟଣାର CBI ତଦନ୍ତ କରି ଦୋଷୀଙ୍କୁ ଧରିବା ପାଇଁ ବିଜେପି ଦାବି କରିଛି। ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀ ସହ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ।

ଏପଟେ ଡିଏନ୍ଏ ଟେଷ୍ଟ ପରେ ହଟିବ କି ପରଦା ତାହାକୁ ନେଇ ଚାଲିଛି ଚର୍ଚ୍ଚା ! କଳାହାଣ୍ଡି ମହାଲିଙ୍ଗ୍ରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଏବେ ବି ସସ୍ପେନ୍ସ ଲାଗି ରହିଛି। ନିର୍ମାଣାଧିନ ଖେଳପଡ଼ଇାରୁ ମିଳିଥିବା ମୃତଦେହଟି ମମିତାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଏହା ଜାଣିବା ପାଇଁ ମୃତଦେହର ହେବ ଡିଏନ୍ଏ ଟେଷ୍ଟ। ମମିତାଙ୍କର ସୁନା ଚେନ୍ ସହ ପାଉଁଜି ବି ଜବତ କରିଛି ପୋଲିସ। ତେବେ ମୃତଦେହର ଅବଶେଷଟି କାହାର, ତାହା ଜଣାପଡ଼ିନାହିଁ। କାରଣ ଦଗ୍ଧ ଏବଂ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି ମୃତଦେହର ଅବଶେଷ । ଅନ୍ୟପଟେ ସନ୍ସାଇନ୍ ଇଂରାଜୀ ସ୍କୁଲ୍ର ମାଲିକ ତଥା ମୋଷ୍ଟ ୱାଣ୍ଟେଡ୍ ସଗୋବିନ୍ଦ ସାହୁକୁ ଗିରଫ ପରେ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଆଣିଛି ପୋଲିସ। ଗୋବିନ୍ଦ ସହ ନିର୍ମାଣାଧିନ ଷ୍ଟାଡ଼ିୟମରେ ମୃତଦେହ ଫିଙ୍ଗିବା ପାଇଁ ଗାତ ଖୋଳିଥିବା ଜେସିବି ଡ୍ରାଇଭରକୁ ବି ଧରିଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ଗତକାଲି ଅପରାହ୍ନରେ ଗିରଫ କରାଯାଇଥିଲା। ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ଧରିଥିଲା ପୋଲିସ।

ସେପଟେ, କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ CBI ତଦନ୍ତ ସୁପାରିସ କରିବାକୁ ଚିଠିରେ ଦାବି କରିଛନ୍ତି ପ୍ରଦୀପ୍ତ। ସମ୍ପୃକ୍ତ ବିଦ୍ୟାଳୟରେ ସେକ୍ସ ରାକେଟ ଅଭିଯୋଗର ତଦନ୍ତ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ତଦନ୍ତ ଠିକ୍ ଚାଲିପାରିବନି ବୋଲି ଲେଖିଛନ୍ତି ପ୍ରଦୀପ୍ତ।

Other Stories

  • auto driver
    Miscellaneous ତେଲ ଦର ଏତେ, ଭଡା ନେବୁ ଆମେ କେତେ?

    କରୋନା ପରଠାରୁ ତ ଏମିତିରେ ବହୁତ କମ୍ ଲୋକ ଅଟୋରେ ବସୁଥିଲେ, କିନ୍ତୁ ଗଲା ଦେଢ଼ ବର୍ଷ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୫ରୁ ୩୦ ଟଙ୍କା ବଢ଼ିଯାଇଛି । ଏହି ଦରବୃଦ୍ଧି ଯୋଗୁଁ...

  • laxmipuja
    Festivals & Events ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

    କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼...

  • Drone Eye On Sensitive Jails
    Miscellaneous ଏଣିକି ଜେଲ୍ ଜଗିବ ଡ୍ରୋନ

    ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ।

  • Uttarakhand rains
    National ବର୍ଷା ନେଲାଣି ୨୩ ଜୀବନ

    କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଭୟ ବଢ଼ାଉଛି ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି...