• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଫୁଟିଲା ଗୁଳି ।

  • ଗୁଳିମାଡ଼ରେ ମହିଳା ଗୁରୁତର ।


  • ଦାଦାବଟିକୁ ନେଇ ଗୁଳିମାଡ଼ ଅଭିଯୋଗ ।

ପୁରୀ: ଦାଦାବଟି ନ ଦେବାରୁ ବ୍ୟାଙ୍କ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ । ତେବେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ବ୍ୟାଙ୍କ କର୍ମଚାରୀଙ୍କ ସ୍ତ୍ରୀ ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ରାତି ୧୧ଟା ୫୦ ସମୟରେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ମାଗିବାକୁ ନେଇ ଗୁଳିକାଣ୍ଡ ହୋଇଛି । ବ୍ୟାଙ୍କ କର୍ମଚାରୀ ଜିତେନ୍ଦ୍ର ସାହୁ ନରେନ୍ଦ୍ର କୋଣ ଅଞ୍ଚଳରେ ଘର କରୁଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ବାରମ୍ବାର ଦାଦାବଟି ମାଗୁଥିଲେ । ହେଲେ ଜିତେନ୍ଦ୍ର ଏହାକୁ ଏଡ଼ାଇ ଚାଲିଥିଲେ ।

ଗତକାଲି ସଂଧ୍ୟାରେ ପୁଣି ଦାଦାବଟି ମାଗିବାରୁ ଜିତେନ୍ଦ୍ରଙ୍କ ସହ ଦୁର୍ବୃତ୍ତଙ୍କର ବଚସା ହୋଇଥିଲା । ପରେ ସେମାନେ ପଳାଇଥିଲେ । ରାତିରେ ଆସି ପୁଣି ଦୁର୍ବୃତ୍ତମାନେ କବାଟ ବାଡ଼େଇ ଜିତେନ୍ଦ୍ରଙ୍କୁ ଡାକିଥିଲେ । ଜିତେନ୍ଦ୍ର କବାଟ ଖୋଲିବାରୁ ସେମାନେ ଗୁଳି କରିଥିଲେ । ତେବେ ସ୍ୱାମୀ ଜିତେନ୍ଦ୍ରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଗୁଳିଟି ପତ୍ନୀ ଶକୁନ୍ତଳାଙ୍କ ପଛପଟ ଅଣ୍ଟାରେ ବାଜିଥିଲା । ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା । ଅବସ୍ଥା ଗରୁତର ହେବାରୁ ଶକୁନ୍ତଳାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେହିପରି ଦୁର୍ବୃତ୍ତମାନେ ଆଉ ତିନି ଜଣଙ୍କୁ ମଧ୍ୟ ବଟି ମାଗିଛନ୍ତି । ବଟି ନ ଦେବାରୁ ଆକ୍ରମଣ କରିବାରୁ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସେପଟେ ପୁରୀରେ ଆଜି ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନ୍‌କାଉଣ୍ଟର କରିଛି ପୁରୀ ପୋଲିସ୍‌ । ବିଜୁର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଶ୍ରୀକ୍ଷେତ୍ର ପୁରୀ ନରେନ୍ଦ୍ରକୋଣରେ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜୁ । 

 

ମଙ୍ଗଳବାର ରାତିରେ ନରେନ୍ଦ୍ରକୋଣରେ ଜଣେ ମହିଳାଙ୍କୁ ଗୁଳି କରିଥିଲା ବିଜୁ । ଗୁଳି ମାଡ଼ ପରେ ଅଭିଯୁକ୍ତ ବିଜୁ ବେହେରା ଚନ୍ଦନପୁର ଥାନା ଅଞ୍ଚଳରେ ଲୁଚି ରହିଥିଲା । ଏ ସମ୍ପର୍କରେ ଖବର ପାଇ ପୋଲିସ୍‌ ଅଚାନକ ଚଢ଼ଉ କରିଥିଲା । ବିଜୁକୁ ଆତ୍ମସମର୍ପଣ କରିବାକୁ ପୋଲିସ୍‌ କହିଥିଲା । କିନ୍ତୁ ସେ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ଏହାର ପ୍ରତିଜବାବ ଦେଇଥିଲା ପୋଲିସ୍‌ ।