• translate
Minati Mishra

News Highlights

  • ବିଧାନସଭା ଅଧିବେଶନର ଆଜି ଶେଷ ଦିନ

  •  ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଜାରି

  •  ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକଙ୍କ ହୋହଲ୍ଲା 

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଶେଷ ଦିନ। ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି। ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ହୋହଲ୍ଲା କରିଥିଲେ। ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପ୍ରାଣ ହରାଇଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ ଏବଂ ଖଣି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

କଂଗ୍ରେସ ମଧ୍ୟ ଖଣି ଦୁର୍ନୀତି ପ୍ରସଙ୍ଗରେ ନାରାବାଜି କରିଥିଲା । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଉଭୟ ସଦସ୍ୟ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧.୩୦ ପଯର୍ୟନ୍ତ ମୁଲତବୀ କରିଥିଲେ। ସେପଟେ ସାର ଓ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ ଶାସକ ବିଜେଡି ସଦସ୍ୟ। ସମସ୍ତ ସଦସ୍ୟ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ।

 ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରି ପ୍ରାଣ ହରାଇଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ  ସହିତ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରି ପ୍ରସଙ୍ଗ ଉଠାଇ ମଧ୍ୟ ଶାସକ ଦଳକୁ ଘେରିବାକୁ ଯୋଜନା କରିଛନ୍ତି  । ସେହିପରି ଖଣି ଦୁର୍ନୀତି ମଧ୍ୟ ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ନେଇ ବିରୋଧୀ ହୋହଲ୍ଲା କରିଛନ୍ତି।

 ଗତକାଲି ବାଚସ୍ପତି ମୁଲତବୀ ନୋଟିସ୍ ଗ୍ରହଣ କରିନଥିବାରୁ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ। ଖଣି ଦୁର୍ନୀତିକୁ ନେଇ କଂଗ୍ରେସ ହିଁ ଗତକାଲି ପ୍ରଥମେ ହଙ୍ଗାମା କରିଥିଲା। 

Other Stories

  • Assembly
    Politics ବିଧାନସଭାରେ ପାସ୍‌ ହେଲା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌: ୫୦% ମଧ୍ୟରେ ରହିବ ସଂରକ୍ଷଣ

    ବିଧାନସଭାରେ ପାରିତ ହେଲା ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ । ବିଲ୍‌ ଅନୁସାରେ ମୋଟ୍‌ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ...

  • Odisha Assembly
    Politics ଶାସକ-ବିରୋଧୀ କଥା କଟାକଟି। ଚାଲିପାରୁନି ଗୃହ

    ବିଧାନସଭା ଅଚଳ। ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା...

  • odisha assembly
    Politics ବିରୋଧୀଙ୍କ ହଙ୍ଗାମା, ଗୃହ ଅଚଳ

    କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା  । ଏ ନେଇ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ।  

  • Odisha Police
    Politics ରାଜ୍ୟରେ ୧୧ ହଜାର ପୋଲିସ ପଦବୀ ଖାଲି

    ପ୍ରଶ୍ନକାଳରେ ସେ କହିଥିଲେ ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି...