• translate
Sarbeswar

News Highlights

  • ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌

  • ସଂରକ୍ଷଣ ରହିବ ୫୦ ପ୍ରତିଶତ

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ । ବିଲ୍‌ ଅନୁସାରେ ମୋଟ୍‌ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବା ନେଇ ସୂଚନା ମିଳିଛି। ସେହିପରି ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ରହିବ। SC/STଙ୍କ ପାଇଁ ସଂରକ୍ଷଣ ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ରହିବ। ଏହି ବିଲ୍‌ ବିଧାନସଭାରେ ପାରିତ ହେଲା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି।

ତେବେ ପୂର୍ବରୁ ଗତ ୭ ତାରିଖରେ ପୌର ନିର୍ବାଚନ ପାଇଁ ବାଟ ଫିଟିସାରିଛି। ବିଧାନସଭାରେ ମ୍ୟୁନିସପାଲିଟି ଆଇନ ସଂଶୋଧନ ବିଲ୍ ପାରିତ ହୋଇସାରିଛି। ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିସାରିଥିଲା। ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।

ସଂଶୋଧିତ ଆଇନ ଅନୁସାରେ ପ୍ରଥମେ SC, STଙ୍କୁ ସଂରକ୍ଷଣ ଦିଆଯିବ। SC, STଙ୍କୁ ଆବଶ୍ୟକ ଆସନ ସଂରକ୍ଷଣ ଦେବା ପରେ ପଛୁଆ ବର୍ଗଙ୍କୁ ଦିଆଯିବ। ଆସନର ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ। ୩ ବର୍ଷ ହେଲାଣି, ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ସରିଲାଣି। ୩ ବର୍ଷ ତଳୁ ନିର୍ବାଚନ ହେବା କଥା କିନ୍ତୁ ସଂରକ୍ଷଣ ସୀମାକୁ ନେଇ ନିର୍ବାଚନ କରାଉନଥିବା କହି ଆସୁଥିଲେ ସରକାର। ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଆଳ କରୁଥିଲେ।

ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବକୁ ନେଇ ହାଇକୋର୍ଟରେ ୩ଟି ପୃଥକ ମାମଲା ଦାୟର ହୋଇଥିଲା। ଅଗଷ୍ଟ ୨୫ ତାରିଖରେ ହାଇକୋର୍ଟ ଏହି ମାମଲାର ଏକତ୍ର ଶୁଣାଣି କରିଥିଲେ। ଶୁଣାଣି ପ‌ରେ ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ କୋର୍ଟ। ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରି ୪ ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Other Stories

  • Pond
    Miscellaneous ଗାଁ ପୋଖରୀରେ ନିର୍ମାଣ ହେଲା ପାର୍କ

    ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲାର କପାଳେଶ୍ୱର ପଂଚାୟତ । ଏଠାକାର ପରିବେଶ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଗ୍ରାମୀଣ ପରିବେଶରେ ସହରୀ ଷ୍ଟାଇଲରେ ନିର୍ମାଣ ହୋଇଛି ଆଦର୍ଶ ପୋଖରୀ ଓ ପାର୍କ। ଯାହାର ସୌନ୍ଦର୍ଯ୍ୟକରଣ ଦେଖିବା ପାଇଁ...

  • arun sahoo
    Education ନାହାନ୍ତି ଗୁରୁ, ପିଲାଙ୍କୁ ପଢେଇବ କିଏ?

    ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

  • Dmet Chief CBK Mohanty
    COVID-19 ପିଲାଙ୍କ ନିକଟରେ ସଂକ୍ରମଣ ଓ ତୀବ୍ରତା କମ୍: DMET

    କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ...

  • Pramod Bhagat
    Sports ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୬ କୋଟି

    ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା...