• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି

  • ମହିଳାମାନେ ପିନ୍ଧିପାରିବେ ନାହିଁ ଟାଇଟ୍ ପୋଷାକ

ଶିକ୍ଷକଙ୍କୁ ଜିନ୍ସ, ଟି-ସାର୍ଟ ପିନ୍ଧିବା ମନା । ପାକିସ୍ତାନରେ ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରେ ଏହାର ପ୍ରଭାବ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଇମ୍ରାନ ସରକାର । ଫେଡେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ଏଜୁକେସନ୍ (ଏଫଡିଏ) ଅଧୀନରେ ଥିବା କୌଣସି ବିଦ୍ୟାଳୟ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଜିନ୍ସ, ଟି-ସାର୍ଟ କିମ୍ବା ଟାଇଟ୍ ପୋଷାକ ପିନ୍ଧି ପାରିବେ ନାହିଁ । ଏହାର କିଛି ଦିନ ପୂର୍ବରୁ ବାହାବଲପୁର ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଏହିପରି ପୋଷାକ ପିନ୍ଧିବା ପାଇଁ ବାରଣ କରାଯାଇଥିଲା ।

ଇମ୍ରାନ ସରକାର ସେପ୍ଟେମ୍ବର ୭ରେ FDE ମାଧ୍ୟମରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ପୋଷାକର ପରିଧାନର ଅନେକ ପ୍ରଭାବ ପଡ଼ୁଥିବା ଅନୁସନ୍ଧାନ ସମୟରେ FDE ଜାଣିବାକୁ ପାଇଛି । ଛାତ୍ରମାନଙ୍କ ଉପରେ ପ୍ରଥମ ପ୍ରଭାବ ପଡ଼ିଥାଏ । ଆଉ ଏଥିପାଇଁ ମହିଳା ଶିକ୍ଷକମାନେ ଜିନ୍ସ କିମ୍ବା ଟାଇଟ୍ ପୋଷାକ ପିନ୍ଧି ପାରିବେ ନାହିଁ ବୋଲି କୁହାଯାଇଛି । କେବଳ ମହିଳା ନୁହେଁ ତୁରନ୍ତ ପ୍ରଭାବ ପାଇଁ ପୁରୁଷ ଶିକ୍ଷକମାନଙ୍କୁ ମଧ୍ୟ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବାକୁ ବାରଣ କରାଯାଇଛି । ସେମାନଙ୍କୁ କ୍ଲାସ୍ ଏବଂ ଲ୍ୟାବରେ ଶିକ୍ଷାଦାନ ଗାଉନ୍ କିମ୍ବା କୋଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ମହିଳାଙ୍କୁ ସାଲୱାର ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ତେବେ ଏହି ନୂଆ ନିୟମ ପାଇଁ ପାକିସ୍ତାନର ଅନେକ ନ୍ୟୁଜ୍ ଚ୍ୟାନେଲରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ଜନତା । ଯେଉଁ ଦେଶରେ ୱାଜିର-ଏ-ଆଜମ ଅର୍ଥାତ୍ ପ୍ରଧାନମନ୍ତ୍ରୀ ମହିଳାଙ୍କ ପୋଷାକକୁ ଯୌନ ନିର୍ଯାତନା ପାଇଁ ଦାୟୀ କରନ୍ତି, ସେଠାରେ ଏହିପରି ନିୟମ ଜାରି ରହେ ବୋଲି କହିଛନ୍ତି ସାଧାରଣ ଜନତା । ଦେଶରେ ୩ବର୍ଷର ବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପାଇଁ କେଉଁ ନିୟମ ଲାଗୁ ହୋଇଛି, ତାହା ସରକାର ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି ।

ସେହିପରି ପାକିସ୍ତାନର ପ୍ରସିଦ୍ଧ ଶିକ୍ଷାବିତ୍ ପରଭେଜ୍ ହୁଦଭାୟଙ୍କ ସମେତ ଅନେକ ଲୋକ ସରକାରଙ୍କ ଏହି ଆଦେଶକୁ ବିରୋଧ କରିଛନ୍ତି । ସବୁ କ୍ଷେତ୍ରରେ ବହୁ ଦେଶରେ ପଛରେ ରହିଛି, ବର୍ତ୍ତମାନ ସରକାର ଗୁଣାତ୍ମକ ଶିକ୍ଷା ପରିବର୍ତ୍ତେ ତାଲିବାନର ନିୟମ ଗ୍ରହଣ କରୁଥିବା ସେ କହିଛନ୍ତି ।