• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Daily Horoscope,9 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର, ୯ ତାରିଖ, ଶନିବାର, କନ୍ୟା ୨୩ ଦିନ ଆଶ୍ୱିନ ମାସ, ଶୁକ୍ଳ ପକ୍ଷ, ତୃତୀୟା ଭୁକ୍ତ ଚତୁର୍ଥୀ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରାଇପାରେ । ଭ୍ରମଣର ଯୋଗ ରହିଛି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖା ଦେଇପାରେ ।

ପ୍ରତିକାର-ସାତୋଟି ଲବଙ୍ଗ ପାଖରେ ରଖନ୍ତୁ

 

ବୃଷ - ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି । କଳା,ସାହିତ୍ୟ ସଙ୍ଗୀତ ଅଭିନୟ ଦିଗରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହୋଇପାରନ୍ତି । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରିବ ।

ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

 

ମିଥୁନ –ଅପ୍ରିୟ ସତ୍ୟ କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ଏଣୁ ଯଗି ରଖି କଥାବାର୍ତ୍ତା କରନ୍ତୁ । ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ । ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି, ବିଳମ୍ବରେ କାର୍ଯ୍ୟ ସିଦ୍ଧି ହେବାର ସମ୍ଭାବନା ରହିଛି ।

ପ୍ରତିକାର-ଶିବଙ୍କୁ କର୍ପୂରର ଆଳତୀ କରନ୍ତୁ ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ

 

କର୍କଟ -ଆଜି ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିପାରିବ । ଅଫିସ୍ କାମରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହୋଇପାରିବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

 

ସିଂହ - ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହୋଇପାରିବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ କରିବାକୁ ପଡ଼ିପାରେ । କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ ।

ପ୍ରତିକାର-ଓମ ନମଃ ଭଗବତେ ଶ୍ରୀ ସୂର୍ଯ୍ୟ ନାରାୟଣାୟ ଏହି ମନ୍ତ୍ରକୁ ଦଶଥର ଜପ କରନ୍ତୁ

 

କନ୍ୟା - ଆଜି ମନରେ ଭାବପ୍ରବଣତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ସୃଷ୍ଟି କରିପାରେ । ସାମାଜିକ ସ୍ତରରେ କାମ କରି ସମାଲୋଚିତ ହୋଇପାରନ୍ତି ।

ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

 

ତୁଳା - ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିପାରିବେ । ମାଲି ମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରେ ।

ପ୍ରତିକାର-ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ

 

ବିଛା - ପାରିବାରିକ ଜୀବନ ସୁଖମୟ ହୋଇପାରିବ । କର୍ମ କ୍ଷେତ୍ରରେ ଆଶା କରୁଥିବା ଦିଗରୁ ସଫଳତା ମିଳିପାରିବ । ଅତ୍ୟଧିକ ପରିଶ୍ରମ ହେତୁ ଶାରୀରିକ ପୀଡ଼ା ଦେଖାଦେଇପାରେ ।

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ

 

ଧନୁ -ଆଜି ଚେଷ୍ଟା କରୁଥିବା କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇପାରିବ । ବାକି ପଡିଥିବା ଅର୍ଥ ହସ୍ତଗତ ହୋଇପାରେ । ସୁସମାଚାର ଶୁଣି ଆନନ୍ଦିତ ହୋଇପାରନ୍ତି ।

ପ୍ରତିକାର-ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

 

ମକର -ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍ ଭାବରେ ହେବା କଷ୍ଟକର ହେବାର ଆଶଙ୍କା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ର୍ଧଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରିବେ । ଅପରାହ୍ନରେ କୈାଣସି ଶୁଭ ଖବର ଶୁଣିପାରନ୍ତି ।

ପ୍ରତିକାର-ଶିବଙ୍କ ପାଖରେ ପାଞ୍ଚୋଟି ତ୍ରୀଶାଖା ବେଲପତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଢି ପ୍ରଦାନ କରନ୍ତୁ

 

କୁମ୍ଭ - ଆଜି ଦେବ ଦର୍ଶନ ପାଇଁ ମନ ବଳାଇପାରନ୍ତି । ଖାଦ୍ୟ ପେୟର ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହେବାର ଆଶଙ୍କା ରହିଛି । ପରିବାରରେ ପୁତ୍ର କନ୍ୟାଙ୍କ କାର୍ଯ୍ୟକୁ ନେଇ ମନ ଭାରାକ୍ରାନ୍ତ ରହିପାରେ ।

ପ୍ରତିକାର-ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ

 

ମୀନ -ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । କିନ୍ତୁ କର୍ମକ୍ଷେତ୍ରରେ ସଫଳତା ମିଳିପାରିବ । ଯାନବାହନ ଚଳାଇବାବେଳେ ଆଜି ସତର୍କତା ଅବଲମ୍ବନ କରନ୍ତୁ । ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇଁ ମନ ପ୍ରଫୁଲ୍ଲିତ ରହିବାର ଆଶା ଅଛି ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ ରାଶି ତେଲର ଦୀପ ପ୍ରଦାନ କରନ୍ତୁ