• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜାମିନ୍ ନାମଞ୍ଜୁର ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଆର୍ୟନ ଖାନ

  • ଅରବାଜ ସେଠ୍ ମର୍ଚାଣ୍ଟ, ମୁନମୁନ୍ ଧର୍ମେଚାଙ୍କ ଜାମିନ୍ ଆବେଦନ ବି ଖାରଜ

  • ଜମିନ୍ ଆବେଦନ ଖାରଜ କଲେ ମୁମ୍ବାଇ ଏସ୍ପ୍ଲାନେଡ ମାଜିଷ୍ଟ୍ରେଟ୍ କୋର୍ଟ

  • ୭ ଦିନିଆ ରିମାଣ୍ଡ ସରିବାରୁ ବିଚାର ବିଭାଗୀୟ ହାଜତ ଯାଇଥିଲେ ୮ ଜଣ

  • ଡ୍ରଗ୍ସ କାରବାର ଅଭିଯୋଗରେ ମୋଟ ୧୮ ଜଣଙ୍କୁ ଗିରଫ କରିଛି ଏନସିବି

ମୁମ୍ବାଇ : ଜେଲରେ  ଆର୍ୟନ ଖାନଙ୍କ ପ୍ରଥମ ରାତି । ଜାମିନ୍ ଖାରଜ ହେବାରୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ ଯାଇଥିବା କିଙ୍ଗ୍ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କର ଜେଲରେ କଟିଲା ପ୍ରଥମ ରାତି । ଗତକାଲି ଆର୍ୟନଙ୍କ ସମେତ ବନ୍ଧୁ ଅରବାଜ ସେଠ୍ ମର୍ଚାଣ୍ଟ, ମୁନମୁନ୍ ଧର୍ମେଚାଙ୍କ ଜାମିନ୍ ଆବେଦନକୁ ମୁମ୍ବାଇ ଏସପ୍ଲାନେଡ ମାଜିଷ୍ଟ୍ରେଟ୍ କୋର୍ଟ । ଆର୍ୟନଙ୍କ ସପକ୍ଷରେ ମାମଲା ଲଢ଼ୁଥିବା ଓକିଲ ସତୀଶ ମାନସିନ୍ଧେ ପୁଣି ଥରେ ଜାମିନ ଆବେଦନ କରିପାରନ୍ତି ବୋଲି ଜଣାପଡ଼ିଛି । ଗତକାଲି କୋର୍ଟରେ ଜବାବ ସୁଆଲ୍ ସମୟରେ ସେ ଯୁକ୍ତି ଦର୍ଶାଇଥିଲେ ଯେ, ଆର୍ୟନଙ୍କ ବିରୋଧରେ ଅଭିଯୋଗ ଅଛି । କିନ୍ତୁ ତାଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ମିଳିନାହିଁ ।

ତେବେ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ । ତେଣେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ । ଏହି ୮ ଜଣଙ୍କ ମଧ୍ୟରୁ ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍ ଜେଲ୍ ଏବଂ ମହିଳା କଏଦୀଙ୍କୁ ବାଇକୁଲା ଜେଲରେ ରଖାଯାଇଛି ।

ସୂଚନାଯୋଗ୍ୟ ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲରେ ୨୩ ବର୍ଷୀୟ ଆର୍ୟନଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା । ଏହାସହ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ୍‌ ମଧ୍ୟ ଜବତ ହୋଇଛି । ଆର୍ୟନ ଖାଲି ଡ୍ରଗ୍ସ ସେବନ କରୁନଥିଲେ। ଏହାର କିଣାବିକା ବି କରୁଥିବା ଏନ୍‌ସିବି ପାଖରେ ପ୍ରମାଣ ରହିଥିବା ଦର୍ଶାଯାଇଛି ।

ସେପଟେ ତଦନ୍ତ ବେଳେ ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି । ଆର୍ୟନଙ୍କ ଫୋନ୍‌କୁ ଏନ୍‌ସିବି ଜବତ କରିଛି । ଫୋନ୍‌ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି । ଆର୍ୟନଙ୍କ ମୋବାଇଲ୍‌ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି ।