• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ପର୍ସରେ ରଖନ୍ତୁ ଗୋମତି ଚକ୍ର, ସମୁଦ୍ର-କଉଡି,ମିଳିବ ଶୁଭ ଫଳ

ପ୍ରାୟତଃ ସମସ୍ତେ ଛୋଟ ୱାଲେଟ୍ ବା ପର୍ସ ନିଜ ପାଖରେ ରଖିଥାନ୍ତି । ବିଶେଷକରି ଏଥିରେ ଟଙ୍କା ରଖାଯାଏ । କିନ୍ତୁ ପ୍ରାୟତଃ ଲୋକମାନେ ଏଥିରେ ଅନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ରଖିଦେଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏଭଳି ପରିସ୍ଥିତିରେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ୱାଲେଟ୍ ବା ପର୍ସ ସହିତ ଜଡିତ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

  • ୱାଲେଟ୍‌ରେ ବେକାର ବିଲ୍ କିମ୍ବା କାଗଜ ରଖନ୍ତୁ ନାହିଁ । ଯଦି ଆପଣ ୱାଲେଟରେ ସପିଂ ବିଲ୍ କିମ୍ବା କୌଣସି ପୁରୁଣା ରସିଦ୍ ମଧ୍ୟ ରଖୁଥାନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସକୁ ଛାଡି ଦିଅନ୍ତୁ । ବାସ୍ତବରେ, ଏହି ଜିନିଷଗୁଡ଼ିକ ନକାରାତ୍ମକତା ବଢାଇଥାଏ । ତେଣୁ ଏହାକୁ ପର୍ସରେ ନ ରଖିବା ଭଲ ।
  • ବାସ୍ତୁ ଅନୁଯାୟୀ, ୱାଲେଟ୍‌କୁ କଦାପି ମଇଳା ଏବଂ ଫଟା ରଖିବା ଉଚିତ୍ ନୁହେଁ । ନିଜର ପୋଷାକ ପରି, ସମୟ ସମୟରେ ଏହାକୁ ମଧ୍ୟ ବଦଳାନ୍ତୁ । ଏଥିସହ ଏହାକୁ ପ୍ରତି ସପ୍ତାହରେ ଏକ କପଡା କିମ୍ବା ଟିସୁରେ ପୋଛି ସଫା ରଖନ୍ତୁ ।
  • ୱାଲେଟ୍‌ରେ ସଠିକ୍ ଭାବରେ ରଖନ୍ତୁ ଟଙ୍କା । ପ୍ରାୟତଃ ଲୋକମାନେ ପର୍ସ ଏବଂ ୱାଲେଟରେ କ୍ରମାଗତ ଭାବରେ ଟଙ୍କା ରଖନ୍ତି ନାହିଁ । ସେମାନେ ନୋଟ୍‌ ଗୁଡ଼ିକୁ ଫୋଲଡ୍ କରି ରଖନ୍ତି । କିନ୍ତୁ ନୋଟ୍ ଏବଂ ମୁଦ୍ରା ସବୁବେଳେ ଅଲଗା ରଖିବା ଉଚିତ୍ ।
  • ବାସ୍ତୁ ଏବଂ ଫେଙ୍ଗ୍ ଶୁଇ ଅନୁଯାୟୀ, ଛୋଟ ନୋଟ୍‌ ଗୁଡିକ ଆଗରେ ଏବଂ ବଡ ନୋଟ୍ ଗୁଡିକ ପଛରେ ରଖିବା ଉଚିତ୍ । ସେହିପରି ମୁଦ୍ରାଗୁଡ଼ିକୁ ଅଲଗା ପକେଟରେ ରଖିବା ଉଚିତ୍ ଏହା ଆର୍ଥିକ ପରିସ୍ଥିତିକୁ ମଜବୁତ କରିଥାଏ ।
  • ଗୋମତି ଚକ୍ର, ସମୁଦ୍ର-କଉଡି, ପଦ୍ମ ମଞ୍ଜୀ, ଓ ରୂପା ମୁଦ୍ରା ଇତ୍ୟାଦି ଦେବୀ ଲକ୍ଷ୍ମୀଙ୍କ ସହିତ ସମ୍ବନ୍ଧିତ । ଏହି ଜିନିଷଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷକୁ ମାଆ ଲକ୍ଷ୍ମୀଙ୍କ ପାଦରେ କିଛି ସମୟ ରଖନ୍ତୁ । ତା’ପରେ ଏହାକୁ ନିଜ ପର୍ସରେ ରଖନ୍ତୁ । ଏହା ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଦେଇଥାଏ ।
  • ଦେବୀ ଲକ୍ଷ୍ମୀଙ୍କୁ ଦିଆଯାଇଥିବା ଚାଉଳର କିଛି ଦାନାକୁ କାଗଜରେ ଗୁଡ଼ାଇ ଦିଅନ୍ତୁ । ସେହି କାଗଜ ପୁଡିଆକୁ ଆପଣଙ୍କ ୱାଲେଟରେ ଗୋଟିଏ ସ୍ଥାନରେ ରଖନ୍ତୁ । ଏହା ଆପଣଙ୍କ ଶୁକ୍ର ଗ୍ରହକୁ ମଜବୁତ କରିଥାଏ  ।ଏଥିସହ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ ।