• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସପ୍ତାହକରେ ଦୁଇ ଦୁଇ ଥର ଅଚଳ

  • ଫେସବୁକ୍ , ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର ଅଚଳ

  • ପ୍ରାୟ ଦୁଇ ଘଣ୍ଟା ଧରି ସର୍ଭର ଡାଉନ ରହିଥିଲା

  • ବିଶ୍ୱର ଅନେକ ଦେଶରେ ସର୍ଭର ଡାଉନ ରହିଥିଲା

ନୂଆଦିଲ୍ଲୀ : ସପ୍ତାହକ ମଧ୍ୟରେ ପୁଣି ଥରେ ଅଚଳ ହେଲା ଫେସବୁକ, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର । ଗତକାଲି ପ୍ରାୟ ଦୁଇ ଘଣ୍ଟା ଧରି ସର୍ଭର ଡାଉନ ରହିଥିଲା । ଏଥିଯୋଗୁଁ ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା । ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା । ସର୍ଭର ସମସ୍ୟାକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ଫେସବୁକ୍ କର୍ତ୍ତୃପକ୍ଷ । ଯେଉଁ ୟୁଜରମାନେ ଆପ୍ ବ୍ୟବହାର କରିପାରି ନାହାନ୍ତି, ସେମାନଙ୍କୁ କ୍ଷମା ମାଗିଛି ଫେସବୁକ୍ ।

ବୈଷୟିକ ତ୍ରୁଟିର ସମାଧାନ ପରେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ ଫେସବୁକ୍ କର୍ତ୍ତୃପକ୍ଷ । ଗତ କିଛି ଘଣ୍ଟା ଧରି ଫେସବୁକ୍ ସେବା ଯୋଗାଇ ପାରିନଥିଲା, ଏଥିପାଇଁ ଆମେ ଦୁଃଖିତ । ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ ସୋସିଆଲ ମିଡ଼ିଆରେ ଉପରେ କେତେ ନିର୍ଭରଶୀଳ ସେ ସର୍ମ୍ପକରେ ଆମେ ଅବଗତ । ଫେସବୁକ୍ ଆପରେ ଦେଖାଦେଇଥିବା ସମସ୍ୟାର ସମାଧାନ କରାଯାଇଛି ବୋଲି ଫେସବୁକ୍ ପକ୍ଷରୁ ଟ୍ୱିଟ କରାଯାଇଛି । ସୋସିଆଲ ମିଡିଆ ଚଳିତ ସପ୍ତାହରେ ଦୁଇ ଥର ଡାଉନ୍ ପଡ଼ିଥିଲେ ସୁଦ୍ଧା ୟୁଜର ଧୈର୍ଯ୍ୟ ରକ୍ଷା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ଗତ ସୋମବାର ୬ ଘଣ୍ଟାରୁ ଅଧିକ ସମୟ ଅଚଳ ହୋଇ ପଡିଥିଲା ସୋସିଆଲ ମିଡିଆ । ଏଥିଯୋଗୁଁ ସାରା ବିଶ୍ୱର ୧୦୦କୋଟିରୁ ଅଧିକ ୟୁଜର ପ୍ରଭାବିତ ହୋଇଥିଲେ । ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା। ଅନେକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହୋଇଥିଲା ଏହି ୩ ସୋସିଆଲ୍‌ ମିଡିଆ ଆପ୍‌।

ତେବେ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍‌ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଥିଲା । କମ୍ପାନୀକୁ ୭ ବିଲିୟନ ଡଲାର ଅର୍ଥାତ୍‌ ୫୨,୧୦୦ କୋଟି ଟଙ୍କାର ଝଟ୍‌କା ଲାଗିଥିଲା । ୨୦୦୮ ପରଠାରୁ କେବେ ହେଲେ ଫେସ୍‌ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା। ୨୦୦୮ରେ ଫେସ୍‌ବୁକ୍‌ ସର୍ଭରେ ଏକ ଭାଇରସ୍‌ ପ୍ରବେଶ କରିଥିଲା। ଫଳରେ ସାଇଟ୍‌ ପୁରା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଚଳ ହୋଇପଡ଼ିଥିଲା।