• translate
Satyendu Shekher Mishra

News Highlights

  • ଇସ୍ତାଫା ଦେବେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା !

  • ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ନିଷ୍ପତି ।

  • ଏହି ଚର୍ଚ୍ଚାକୁ ଦିଗ ଦେଇଛି ଖୋଦ୍‌ ୟେଦୁଙ୍କ ବୟାନ ।

ବାଙ୍ଗାଲୁରୁ: ସରଗରମ କର୍ଣ୍ଣାଟକ ରାଜନୀତି । ଇସ୍ତାଫା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା । ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ୟେଦୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । କିଛି ଦିନ ହେବ ଏନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏହି ଚର୍ଚ୍ଚାକୁ ଦିଗ ଦେଇଛି ଖୋଦ୍‌ ୟେଦୁଙ୍କ ବୟାନ । ସେ କହିଛନ୍ତି, ‘କେନ୍ଦ୍ରୀୟ ବିଜେପି ନେତାମାନେ ମୋତେ ଯାହା କହିବେ, ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ । ସେମାନେ ଯଦି ମୋତେ ଇସ୍ତଫା ଦେବାକୁ କହିବେ, ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବି । ମୁଁ ମୋର ସମର୍ଥକମାନଙ୍କୁ କହିବାକୁ ଚାହୁଁଛି ଯେ ନିଷ୍ପତ୍ତି ଯାହା ବି ହେଲେ, ଏହାକୁ ବିରୋଧ କରି ବିକ୍ଷୋଭ କରିବାର କୌଣସି କାରଣ ନାହିଁ ।’

ତେବେ ଆଗାମୀ ୨୬ ତାରିଖରେ ସେ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ରହିଛି । ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକାରେ ବିଜେପି ସରକାରକୁ ୨ ବର୍ଷ ପୂରିବ । ଏଥିପାଇଁ ବିଧାୟକ ଦଳ ବୈଠକ ବସିବାର ଅଛି ।ଏହି ସମୟରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଏହାପରେ ଆଉ ଜଣେ ନେତା ନୂଆ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ ।

ଏହା ପୂର୍ବରୁ ୟେଦୁ ଇସ୍ତଫା ଦେବା ପ୍ରସଙ୍ଗକୁ ଏଡ଼ାଇ ଆସୁଥିଲେ । କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ତେଣୁ ତାହାକୁ ଦୂର କରିବା ଲାଗି ୟେଦିୟୁରପ୍ପା ଇସ୍ତଫା ଦେବା ନେଇ ବୈଠକ ହୋଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ ୟେଦିୟୁରପ୍ପା । 

Other Stories