• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଇରାଶି ଗାଁର ବିଭୁଧେନ୍ଦ୍ରଙ୍କୁ କୋଠରୀରେ ବନ୍ଦ କରି ରଖିଛି କମ୍ପାନୀ

  • ଘରକୁ ଫେରିବାକୁ କହିଲେ ମିଳୁଛି ଅକଥନୀୟ ଯାତନା

ଖଲ୍ଲିକୋଟ୍(ସିଲୁ ବିଶ୍ୱାଳ) : ବିଦେଶରେ ଫସି ରହିଛନ୍ତି ଓଡ଼ିଆ ଯୁବକ । କରୋନା ମହାମାରୀର ଭୟ ଭିତରେ ଗାଁକୁ ଆସିବାକୁ ଚାହିଁଲେ ବି ଆସିପାରୁ ନାହାନ୍ତି । କାମ ଛାଡ଼ି ଦେଶକୁ ଫେରିବାକୁ ଚାହିଁଲେ ମିଳୁଛି ଅକଥନୀୟ ନିର୍ଯାତନା । ଗୋଟିଏ ବନ୍ଦ କୋଠରୀରେ ଓଡ଼ିଆ ଯୁବକଙ୍କୁ ବନ୍ଦ କରି ରଖାଯାଇଛି । ଦିନେ ନୁହ କି ଦୁଇ ଦିନ ନୁହେଁ ଗୋଟିଏ ବର୍ଷେ ହେବ ଏପରି ବନ୍ଦୀ ଜୀବନ କାଟୁଛନ୍ତି । ଜାଣିଶୁଣି ବିଭିନ୍ନ ମିଛ କେସରେ ଛନ୍ଦି ଯୁବକକୁ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ନିଜ ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛି ମା’ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ଗାଁର ଭିକାରୀ ଚରଣ ପଣ୍ଡାଙ୍କ ସାନ ପୁଅ ବିଭୁଧେନ୍ଦ୍ର ପଣ୍ଡା। ପରିବାର ପୋଷଣ ପାଇଁ ସୁଦୂର ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ । ଲୋକାଲ ଏଜେଣ୍ଟ ମାଧ୍ୟମରେ ୨୦୧୯ ମସିହା ସେପ୍ଟେମ୍ବର ୧୭ ତାରିଖରେ ଦୁବାଇର ସାରଜା ଇଣ୍ଡଷ୍ଟ୍ରିଆଲ ଏରିଆ ସ୍ଥିତ ଅଲମଦିନା ଥମ୍ବିବା କାମ୍ପାନୀକୁ କାମ ପାଇଁ ଯାଇଥିଲେ । ଚୁକ୍ତିନାମା ଅନୁସାରେ ଦୁଇ ବର୍ଷ କାମ କରିବା ପରେ ଗାଁକୁ ଫେରିବେ । କିନ୍ତୁ ଚୁକ୍ତିନାମାର ସମୟ ସୀମା ଶେଷ ହେବା ସହ ଆଉ ଗୋଟିଏ ବର୍ଷ ବିତିଗଲାଣି । ହେଲେ ବିଭୁଧେନ୍ଦ୍ରଙ୍କୁ ଗାଁକୁ ଛାଡିବା ପରିବର୍ତ୍ତେ ଏବେ ସେଠାରେ ତାଙ୍କୁ ନିର୍ଯାତନା ଦେଉଥିବା କହି ପରିବାର ଲୋକ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ।

ବିଭୁଧେନ୍ଦ୍ରଙ୍କୁ କିଛି ଦିନ ହେବ ଗୋଟିଏ ବନ୍ଦ କୋଠରୀରେ ବନ୍ଦ କରି ରଖିଛନ୍ତି । ଠିକରେ ଖାଇବାକୁ ଦିଆଯାଉ ନଥିବା ବେଳେ ପାରିଶ୍ରମିକ ବି ମିଳୁନି। ହେଲେ ସେଠାରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଓଡ଼ିଆ ଯୁବକ । ନିର୍ଯାତନାର ଏକ ଭିଡିଓ ମଧ୍ୟ ହସ୍ତଗତ ହୋଇଛି। ଦୀର୍ଘ ଦିନ ହେଲା ବନ୍ଦ କୋଠରୀ ରଖିଛି ମାଲିକ।..କିଛିଦିନ ହେବ ପୁଅ ର ଫୋନ କଲ ନଆସିବାରୁ ପରିବାର ଲୋକେ ଦୁବାଇର ଅନ୍ୟ ସ୍ଥାନରେ ରହୁଥିବା ଜଣେ ଓଡ଼ିଆ ଯୁବକ ସହ ଯୋଗାଯୋଗ କରିବା ପରେ ଏକଥା ଜାଣିବାକୁ ପାଇଥିଲେ। ପରେ ପୁଅକୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଗାଁରେ ବୃଦ୍ଧ ବାପା, ମାଆ ପୁଅକୁ ତିନିବର୍ଷ ହେବ ଦେଖିନାହାନ୍ତି, ପୁଅକୁ ଝୁରି ଝୁରି ତାର ଫେରିବା ବାଟକୁ ଚାହି ବସିଛନ୍ତି। ମାଆ ଚନ୍ଦ୍ରକଳା ଆଖିରୁ ଲୁହ ଶୁଖୁନି ।