• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ED ନିକଟରେ ହାଜର ହେଲେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ । ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅଭୟକାନ୍ତ । ତାଙ୍କୁ ଦିନ ସଢ଼େ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜେରା କରିଛନ୍ତି ଇଡି ଅଧକାରୀ ।

ସେପଟେ ଏ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ୍ କରାଯାଇଛି । ଏମାନଙ୍କ ପୂର୍ବରୁ ହାଜର ସମନ ହୋଇଥିଲା ଏବଂ ହାଜର ପାଇଁ ସେମାନେ ସମୟ ମାଗିଥିବା ସତ୍ତ୍ୱେ ଦ୍ୱିତୀୟ ଥର ଲାଗି ସମନ୍ କରାଯାଇଛି । ସେହିଭଳି ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କୁ ମଧ୍ୟ ପଚରାଉଚରା ଲାଗି ଇଡି ଯୋଜନା କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୦୨୦ ନଭେମ୍ବରରେ ଭିଜିଲାନ୍ସ ୧୩ଟି ସ୍ଥାନରେ ଚଢାଉ କରିଥିଲା । ସେତେବେଳେ ଭିଜିଲାନ୍ସ ୯ କୋଟି ୩୫ ଲକ୍ଷ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା । 

ସୂଚନାଯୋଗ୍ୟ, ଗତ ଜୁନ୍ ମାସ ୧୮ ତାରିଖରେ ଅଭୟ ଝାରପଡ଼ା ଜେଲରୁ ମୁକୁଳିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା।