• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତୀରନ୍ଦଜୀରୂ ଭାରତର ପଦକ ଆଶା ।

  • କୋରିଆ ସହ ଭାରତର ହୋଇପାରେ କଡ଼ା ମୁକାବିଲା ।

  • କ୍ୱାର୍ଟର ଫାଇନାଲରେ ଡାଇରେକ୍ଟ ଏଣ୍ଟ୍ରି କରିଛି କୋରିଆ ।

ଟୋକିଓ: ତୀରନ୍ଦାଜୀରେ ଦେଶକୁ ପ୍ରଥମ ଅଲିମ୍ପିକ୍ ପଦକ ଉପହାର ଦେବା ଲକ୍ଷ୍ୟରେ ଥିବା ଭାରତୀୟ ତୀରନ୍ଦାଜଙ୍କୁ ଆଗକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ । ଭାରତୀୟମାନେ କ୍ୱାର୍ଟର ଫାଇନାଲରେ କୋରିଆକୁ ଭେଟିବାକୁ ଯାଉଛନ୍ତି । ଉଭୟ ପୁରୁଷ ଏବଂ ମିଶ୍ରିତ ଡବଲ୍ସ ଯୋଡି ବିପକ୍ଷରେ କୋରିଆନ୍‌ ଖଳିବ ।

ପ୍ରଥମେ ଭାରତୀୟ ଟିମ୍‌ ଆଠ ନମ୍ବର ରାଙ୍କରେ ଥିବା ଚୀନୀ ତାଇପେ ଯୋଡ଼ି ସହ ମୁକାବିଲା କରିବ । ଯଦି ଚୀନ ଭାରତୀୟ ଟିମ୍ ପ୍ରଥମ ରାଉଣ୍ଡ ପାର କରିଦେଉଛି, ତେବେ ଶେଷ ଆଠ ଜଣଙ୍କ ମଧ୍ୟରେ ଶୀର୍ଷ ଥିବା କୋରିଆ ସହ ଭାରତର ମୁକାବିଲା ହେବ । ସେହିଭଳି ଯଦି ଭାରତୀୟ ପୁରୁଷ ଦଳ ଓପନିଂ ରାଉଣ୍ଡରେ ଅଷ୍ଟମ ରାଙ୍କରେ କାଜାଖସ୍ତାନକୁ ପରାସ୍ତ କରେ, ତେବେ ଏଠାରେ ମଧ୍ୟ ଶୀର୍ଷରେ ଥିବା କୋରିଆକୁ ସାମ୍ନା କରିବ । ତେବେ କୋରିଆ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରେ ମଇଦାନକୁ ଓହ୍ଲାଇବ ।

ବ୍ୟକ୍ତିଗତ ରାଙ୍କିଙ୍ଗ୍‌ରେ, ସମସ୍ତ ତିନି ଭାରତୀୟ ତୀରନ୍ଦାଜ ଶ୍ରେଷ୍ଠ ୩୦ ଜଣିଆ ତାଲିକା ବାହାରେ ରହିଛନ୍ତି । କିନ୍ତୁ ଯାଦବ, ଅଭିଜ୍ଞ ଖେଳାଳି ଦାସଙ୍କ ଠାରୁ ଆଗରେ ରହିଛନ୍ତି । ଯାଦବ ୩୧ ରାଙ୍କରେ ଥିବା ବେଳେ ଦାସ ୩୫ ରାଙ୍କରେ ରହିଛନ୍ତି । ଯାଦବ ଏବଂ ଦାସଙ୍କ ସ୍କୋର ସମାନ ଥିଲା (୩୨୯) । କିନ୍ତୁ ମହାରାଷ୍ଟ୍ରର ତୀରନ୍ଦାଜ ଶେଷ ୬ଟି ସେଟ୍‌ରେ ତାଙ୍କୁ ପଛରେ ପକାଇ ୭୨୦ ରୁ ୬୫୬ ସ୍କୋର କରିଥିଲେ । ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ବିଜେତା ରାୟ ତାଙ୍କର ତୃତୀୟ ଅଲିମ୍ପିକ୍ ଗେମ୍ ଖେଳୁଛନ୍ତି ।

୬୪ ତୀରନ୍ଦାଜୀଙ୍କ ମଧ୍ୟରେ ୩୮ ତମ ସ୍ଥାନରେ ରହିଛନ୍ତି । ଯାଦବଙ୍କ ସ୍କୋର ଏବଂ ମହିଳା ଇଭେଣ୍ଟରେ ଦୀପିକାଙ୍କ ୬୬୩ ସ୍କୋରକୁ ଦୃଷ୍ଟିରେ ରଖି ଭାରତକୁ ମିଶ୍ରିତ ଟିମ୍‌ ଇଭେଣ୍ଟରେ ନବମ ରାଙ୍କ ମିଳିଛି । ଏମାନଙ୍କଠାରୁ ଦେଶ ପଦକ ଆଶା ରଖିଛି । ଦୀପିକା ଦିନ ଆରମ୍ଭରୁ ମହିଳା ରାଙ୍କିଂ ରାଉଣ୍ଡରେ ନବମ ସ୍ଥାନ ହାସଲ କରିଥିଲେ । ଭାରତୀୟଙ୍କ ମଧ୍ୟରେ ଯାଦବଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଦୀପିକା ଏବଂ ଦାସଙ୍କ 'ପାୱାର୍ କପଲ'କୁ ହିଁ ମଇଦାନକୁ ଡେବ୍ୟୁ ପାଇଁ ଛାଡ଼ିବ ଭାରତ ।