• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ଲିନ୍‌ ସ୍ୱିପ୍‌ କଲା ଭାରତ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ତିନୋଟି ଯାକ ମ୍ୟାଚ୍‌ ଜିତି କ୍ଲିନ୍‌ ସ୍ୱିପ୍‌ କଲା ଭାରତ । ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଭାରତ । ପ୍ରଥମେ ମଇଦାନକୁ ଓହ୍ଲାଇ ଭାରତ ୭ ୱିକେଟ୍‌ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୪ ରନ୍‌ କରିଥିଲା । 

ଏହାର ଜବାବରେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ତୃତୀୟ ଓଭରରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ୨ ଓଭର୍‌ରେ ଦଳ ୨୨ ରନ୍‌ ହାସଲ କରି ନେଇଥିବା ବେଳେ ତୃତୀୟ ଓଭର୍‌ ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲ ପ୍ରଥମେ ଡାରେଲ ମିଚେଲ(୫)ଙ୍କୁ ଆଉଟ କରିଥିଲେ । 

ଏହାପରେ ମାର୍କ ଚାପମ୍ୟାନ(୦) ଓ ଗ୍ଲେନ ଫିଲିପ୍ସ(୦)ଙ୍କୁ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରି ଦେଇଥିଲେ। ତେବେ ଓପନର ମାର୍ଟିନ ଗପ୍ଟିଲ କାଉଣ୍ଟର ଆଟାକ ଆରମ୍ଭ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ତାଙ୍କୁ କିଛି ସମୟ ପାଇଁ ଟିମ ସାଇଫର୍ଟ ସହଯୋଗ କରିଥିଲେ। ଗପ୍ଟିଲ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ ।

ତେବେ ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ୱିକେଟ୍ ପାଇଛନ୍ତି । ସେହିପରି ଭେଙ୍କଟେଶ ଆୟର, ଦୀପକ ଚହର ଓ ୟୁଜଭେନ୍ଦର ଚହଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ।

ତେବେ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚରେ ଭାରତ ଟସ୍‌ ଜିତିଥିଲେ ମଧ୍ୟ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । କିନ୍ତୁ ଏଥର ଭାରତର ଅଧିକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲେ । ତେବେ ତାଙ୍କର ଏହି ଏକ୍ସପେରିମେଣ୍ଟ ସଫଳ ହୋଇଛି । ଅନ୍ୟପଟେ ରାହୁଲ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଟି-୨୦ ସିରିଜ୍‌ । ଯାହାକୁ ସେ କ୍ଲିନ୍‌ ସ୍ୱିପ୍‌ କରିଛନ୍ତି ।