• translate
Satyendu Shekher Mishra

News Highlights

  • କୋପା ଆମେରିକା କପ୍ ଫାଇନାଲରେ ବ୍ରାଜିଲ ।

    ଲଗାତର ଦ୍ୱିତୀୟ ଥର ପାଇଁ ବ୍ରାଜିଲ ଫାଇନାଲରେ ।

    ସେମିଫାଇନାଲ ମ୍ୟାଚରେ ବ୍ରାଜିଲ ୧-୦ଗୋଲରେ ପେରୁକୁ ହରାଇଛି

ନୂଆଦିଲ୍ଲୀ: କୋପା ଆମେରିକା କପ୍ ଫାଇନାଲରେ ପହଞ୍ଚିଛି ବ୍ରାଜିଲ । ଲଗାତର ଦ୍ୱିତୀୟ ଥର ପାଇଁ ବ୍ରାଜିଲ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ସେମିଫାଇନାଲ ମ୍ୟାଚରେ ବ୍ରାଜିଲ ୧-୦ଗୋଲରେ ପେରୁକୁ ହରାଇଛି । ଆଜିର ମ୍ୟାଚରେ ନେମ୍ୟାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧର ୩୪ତମ ମିନିଟରେ ନେମ୍ୟାର ପେରୁର ତିନିଜଣ ଡିଫେଣ୍ଡରକୁ ମାତ ଦେଇ ଲୁକାସ ପାକୋଟାଙ୍କୁ ଏକ ଆକର୍ଷଣୀୟ ପାସ ଦେଇଥିଲେ । ଲୁକାସ ଏହାକୁ ଗୋଲରେ ପରିଣତ କରି ବ୍ରାଜିଲକୁ ୧-୦ଗୋଲରେ ଅଗ୍ରଣୀ କରିଥିଲେ । ତା’ପରଠାରୁ ପେରୁ ଟିମ୍ ପୁରା ଚାପରେ ରହିଥିଲା । ଆସନ୍ତାକାଲି ଅନ୍ୟ ଏକ ସେମିଫାଲରେ ଆର୍ଜେଣ୍ଟିନା କଲମ୍ବିଆକୁ ଭେଟିବ । ଏହି ମ୍ୟାଚର ବିଜେତା ସହ ବ୍ରାଜିଲ ଜୁଲାଇ ୧୧ରେ ଫାଇନାଲ ମ୍ୟାଚ ଖେଳିବ ।

ଅନ୍ୟପଟେ ଏଏଫସି ମହିଳା ଏସିଆନ୍ କପ୍ ସ୍ଥାନାନ୍ତର । କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଏଫସି ମହିଳା ଏସିଆନ୍ କପକୁ ସ୍ଥାନାନ୍ତର କରାଯାଇଛି । ଏହି ମ୍ୟାଚ ଗୁଡିକ ମୁମ୍ବାଇ ଓ ପୁନେରେ ଖେଳାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଏଫସି ମହିଳା ଏସିଆନ କପ୍ ପାଇଁ ପ୍ରସ୍ତୁତି ଚାଲୁରହିଥିବା ବେଳେ ଏହାର ସ୍ଥାନାନ୍ତରଣ କରାଯାଇଛି । ଆସନ୍ତାବର୍ଷ ଜାନୁଆରୀ ୨୦ରୁ ଫେବୃଆରୀ ୬ ପର୍ଯ୍ୟନ୍ତ ଏଏଫସି ମହିଳା ଏସିଆନ୍ କପ୍ ଆୟୋଜିତ ହେବ ।

Other Stories