• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରଥଯାତ୍ରାରେ ଗଜପତି କରିବେ ଛେରାପହଁରା ।

    ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ସୂଚନା ।

    ବାହୁଡ଼ାରେ ବି ଛେରାପହଁରା କରିପାରନ୍ତି ଗଜପତି ।

ଭୁବନେଶ୍ୱର: ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ । ଏମିତିକି ସେ ଆହୁରି କହିଛନ୍ତି ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ । ଆର୍ଥାତ୍‌ ବାହୁଡ଼ାରେ ମଧ୍ୟ ଗଜପତି ମହାରାଜା ଛେରାପହଁରା କରିପାରନ୍ତି ବୋଲି କହିଛନ୍ତି ଗଜପତି ମହାରାଜ । ତେବେ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଗଜପତି । ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା ।