• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେସକୁ ଦୁର୍ବଳ କରିଦେବା ପାଇଁ ପୋଲିସକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି

  • ମମିତା ହତ୍ୟା ମାମଲାରେ ବିଜେପି ନେତା ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା

  • ମହାଲିଙ୍ଗ କଲେଜରେ ଯେଉଁ କେଳେଙ୍କାରୀ ଚାଲୁଥିଲା ତଦନ୍ତ ଆବଶ୍ୟକ

ଭୁବନେଶ୍ୱର : ଉତ୍ତରାଞ୍ଚଳ DIG ବିବୃତି ଦେବାକୁ ଯୋଗ୍ୟ ନୁହନ୍ତି । ମମିତା ହତ୍ୟା ମାମଲାରେ ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଏଭଳି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ ଉପରେ ନ୍ୟସ୍ତ କରିଦିଆଯିବା କଥା । କେସକୁ ଦୁର୍ବଳ କରିଦେବା ପାଇଁ ପୋଲିସକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଉତ୍ତରାଞ୍ଚଳ ଡିଆଇଜି ଯାହା ବିବୃତି ଦେଉଛନ୍ତି, ସେଥିପାଇଁ ସେ ଯୋଗ୍ୟ ନୁହନ୍ତି । କାରଣ କଳାହାଣ୍ଡି ଜିଲ୍ଲା ତାଙ୍କ ରେଞ୍ଜରେ ଆସୁନାହିଁ । ମହାଲିଙ୍ଗ କଲେଜରେ ଯେଉଁ କେଳେଙ୍କାରୀ ଚାଲୁଥିଲା ତାହାର ତଦନ୍ତ ଆବଶ୍ୟକ ।

୨ ଜିଲ୍ଲା ମଧ୍ୟରେ ଘଟଣା ଘଟିଛି, ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଉଚିତ୍ । କେସ୍ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ରେଜିଷ୍ଟର୍ ହୋଇଛି । ସେମାନେ ଅନୁସନ୍ଧାନ କରୁଛନ୍ତି । କିନ୍ତୁ ଯୌନ କେଳଙ୍କାରୀ ହୋଇଥିବା କଲେଜଟି କଳାହାଣ୍ଡିରେ ଜିଲ୍ଲାରେ ଅବସ୍ଥିତ । କଳାହାଣ୍ଡି ଜିଲ୍ଲାରେ ହିଁ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାଣ୍ଡ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଘଟିଛି ।

ନିକଟରେ ଜାତୀୟ ମହିଳା କମିସନ୍ ବଲାଙ୍ଗୀର ଏସପିଙ୍କୁ ତଥ୍ୟ ମାଗିଥିଲେ ଏବଂ ହାଜର ହେବାକୁ ମଧ୍ୟ କହିଥିଲେ । ହେଲେ ବଲାଙ୍ଗୀର ଏସପି ଏ ମାମଲାରେ ହାଜର ହେବାକୁ ମନା କରିଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ ହତ୍ୟାକାଣ୍ଡ ଘଟିଛି, ଏହା ମୋ ଅଧିନସ୍ଥ ନୁହେଁ ବୋଲି ସେ ହାଜର ହେବାକୁ ସଫା ସଫା ମନା କରିଦେଇଥିଲେ ।

ମମିତା ହତ୍ୟା ମାମଲାରେ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହେଉଛି । ଏଭଳି କେସରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଏ । କିନ୍ତୁ ଅତି ସମ୍ବେଦନଶୀଳ ଘଟଣା ହୋଇଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇ ନାହିଁ । ମୂଳରୁ ଏ କେସ୍‌ର ଅନୁସନ୍ଧାନ ଭଲରେ ନହେଉ ବୋଲି ଚେଷ୍ଟା କରାଯାଉଛି , ତାହା ବର୍ତ୍ତମାନ ସ୍ପଷ୍ଟ ଜଣାପଡ଼ୁଛି ।

ସୂଚନାଯୋଗ୍ୟ ଗତକାଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଉତ୍ତରାଞ୍ଚଳ ଡିଆଇଜିଙ୍କ କ୍ଳିନଚିଟ୍‌ ଦେଇଥିବା ନେଇ ବର୍ଷିଥିଲେ ବିରୋଧୀ। ଡ଼ିଆଇଜି ଦୀପକ କୁମାର ବିଜେଡିର ମୁଖପାତ୍ର ଭାବେ କାମ କରୁଥିବା ଅଭିଯୋଗ କରିଥିଲା ବିଜେପି । କଂଗ୍ରେସ୍ ବି ଡିଆଇଜିଙ୍କୁ ଟାର୍ଗେଟ୍ କରିଥିଲା ।

ସେପଟେ ମମିତା ହତ୍ୟା ମାମଲାରେ ପୋଲିସ୍ ୧୬୪ ସିଆରପିସିରେ ୧୦ଜଣ ଓ ୧୬୧ ସିଆରପିସିରେ ୧୦୦ ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ କରିଛି । ୧୬୪ ବୟାନ ରେକର୍ଡ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ଦୁଇଜଣ ବଙ୍ଗାଳୀ ବ୍ୟକ୍ତି ଓ ଜଣେ ଛାତ୍ରୀ ଥିବା ଜଣାପଡିଛି । ସେହିପରି ଗୋବିନ୍ଦ ସାହୁ ୫ରୁ ୬ଟି ମୋବାଇଲ୍ ବ୍ୟବହାର କରୁଥିଲା ସେଥିରେ ବ୍ୟବହାର ହେଉଥିବା ସିମକାର୍ଡ଼ ଅନ୍ୟମାନଙ୍କ ନାଁରେ କିଣାଯାଇଥିବା ସୂଚନା ମିଳିଥିଲା । ସେମାନଙ୍କର ମଧ୍ୟ ୧୬୪ ଧାରାରେ ବୟାନ୍ ରେକର୍ଡ ହୋଇଛି ।