• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମୁଖମଣ୍ଡଳର କୁଞ୍ଚନ ଦୂର କରେ ଆଭାକୋଡା

ଆମେ ମୁହଁର ସୌନ୍ଦର୍ଯ୍ୟତା ପାଇଁ ବିଭିନ୍ନ କ୍ରିମ୍ ବା ଘରୋଇ ଉପଚାର କରିଥାଏ । କେବଳ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଆମ ପାଇଁ ଯଥେଷ୍ଟ ନୁହେଁ ,ସେଥିପାଇଁ ଆମକୁ ନିଜ ଖାଦ୍ୟରେ ମଧ୍ୟ କିଛିଟା ଜିନିଷ ସାମିଲ କରିଲେ ମୁହଁର ସୌନ୍ଦର୍ଯ୍ୟତା ଦୁଇ ଗୁଣିତ ହେବ । ତେବେ ଚାଲନ୍ତୁ ଜାଣିବା ମୁଖମଣ୍ଡଳର କୁଞ୍ଚନ ବା ରିଙ୍କଲ୍ସକୁ କିଭଳି ଦୂର କରିବା ।

ଦେଶୀ ଘିଅ:

  • ଯଦି ଆପଣ ନିଜ ଚର୍ମରେ କୁଞ୍ଚନ ବା ରିଙ୍କଲ୍ସ କମ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ଦେଶୀ ଘିଅ ଖାଆନ୍ତୁ । ପ୍ରତ୍ୟେକ ଦିନ ୧ ରୁ ୨ ଚାମଚ ଦେଶୀ ଘିଅ ଖାଇବା ଆବଶ୍ୟକ । ଦେଶୀ ଘିଅରେ ଗୁଡ଼ ଫ୍ୟାଟ ରହିଥାଏ ,ଯାହା ଶରୀର ପାଇଁ ନିହାତି ଜରୁରୀ ଅଟେ । ଏହାକୁ ଗରମ କରି ଖାଇବା ପରିବର୍ତ୍ତେ ଯେକୌଣସି ତରକାରୀ ଉପରେ ପକାଇ ଖାଇପାରିବେ ।

ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ:

  • ଶରୀରରେ ପ୍ରୋଟିନ କମିବା ଦ୍ୱାରା କୁଞ୍ଚନ ଦ୍ରୁତ ଗତିରେ ଦେଖାଦେଇଥାଏ ।  ତେଣୁ ଏହି କୁଞ୍ଚନ ବା ରିଙ୍କଲ୍ସକୁ କମ କରିବା ପାଇଁ ଆପଣ ଉଚ୍ଚ ମନର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ । ପ୍ରୋଟିନ ଦ୍ୱାରା ଆମର ମାଂସପେଶୀ ତିଆରି ହୋଇଥାଏ । ଯଦି ଆପଣ ସାକାହାରୀ ତେବେ ପନିର ,ନ୍ୟୁଟ୍ରିଲା ଓ ଡାଲି ଖାଇବା ଆବଶ୍ୟକ । ଯଦି ଆପଣ ମାଂସାହାରୀ ତେବେ ଚିକେନ ଓ ଅଣ୍ଡା ଇତ୍ୟାଦି ଖାଦ୍ୟ ଖାଇପାରିବେ ।
LemonLemon

ଲେମ୍ବୁ:

  • ଆପଣ ସମସ୍ତେ ଜାଣିଥିବେ ଲେମ୍ବୁପାଣି ଆପଣଙ୍କ ଶରୀର ପାଇଁ କେତେ ହିତକର । ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରତେକଦିନ ଲେମ୍ବୁପାଣି ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆପଣଙ୍କ ତ୍ୱଚା ଓ ଚର୍ମ ଅତ୍ୟନ୍ତ ସୁନ୍ଦର ହୋଇଥାଏ । ଲେମ୍ବୁରେ ଭିଟାମିନ-ସି ରେ ଭରପୁର ରହିଥିବା କାରଣରୁ ତ୍ୱଚା ସହିତ ଇମ୍ୟୁନିଟି ମଧ୍ୟ ବୃଦ୍ଧି ପାଇଥାଏ ।
AvacodaAvacoda

ଆଭାକୋଡା:

  • ମୁଖମଣ୍ଡଳର କୁଞ୍ଚନ ପାଇଁ ଆଭାକୋଡା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହି ଫଳରେ ପ୍ରୋଟିନ ସହିତ ଗୁଡ଼ ଫ୍ୟାଟ ରହିଥିବା କାରଣରୁ ମୁଖ ମଣ୍ଡଳର କୁଞ୍ଚନ ଦୂର ହୋଇଥାଏ । ତେଣୁ ଏହାକୁ ନିଜ ଖାଦ୍ୟରେ ପ୍ରତେକ ଦିନ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।