• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନାରେ ଅନାଥ ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଲାଗୁ କରି ପୁଣି ଥରେ ବନ୍ଦ କରାଯିବାକୁ ନେଇ ଥମୁନି ରାଜନୈତିକ ଆରୋପ ପ୍ରତ୍ୟାରୋପ।ଆଜି ଉଭୟ ବିଜେପି ଏବଂ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।ା ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଏହା ନାଁକୁ ଖାଲି ଆଶୀର୍ବାଦ। କେତେ ପିଲା ଓ କେଉଁ ମାନେ ଯୋଜନାରେ ଉପକୃତ ହେଲେ ସେ ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟ କଲେ ନାହିଁ। ସେପ୍ଟେମ୍ବର ୧୫ ପରେ ଅନାଥ ଶିଶୁ କାହିଁକି ଯୋଜନାରୁ ବଞ୍ଚିତ ହେବେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

ସେହିପରି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ପୁଣି ଥରେ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏଯାଏଁ ୩୧ ହଜାର ଶିଶୁ ଅଭିଭାବକଙ୍କୁ ହରାଇଥିବାବେଳେ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ମାତ୍ର ୧୦ ହଜାର। ବଳକା ୨୧ ହଜାର ପିଲାଙ୍କୁ ଯୋଜନାରେ ସାମିଲ କରାଯାଉ ବୋଲି ଦେବାଶିଷ ଦାବି କରିଛନ୍ତି।

ଉଭୟ ବିଜେପି ଏବଂ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି, ଆଶୀର୍ବାଦ ଯୋଜନାକୁ ପୁନଃ ଚାଲୁ ପାଇଁ ବିଚାର କରିବାକୁ ସରକାରଙ୍କୁ କମିଶନ ସୁପାରିଶ କରିବ। ଏବେ ପିତାମାତାଙ୍କୁ ହରାଇଥିବା ଶିଶୁ ନିରାପତ୍ତା ସ୍କିମରେ ସାମିଲ ହେବେ ବୋଲି ଅଧ୍ୟକ୍ଷା କହିଛନ୍ତି।