• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ଉମରକୋଟରେ ହେଲିକପ୍ଟର ଯାଞ୍ଚ କଲେ ମାଜିଷ୍ଟ୍ରେଟ ଓ ପୋଲିସ। ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ଫ୍ଲାଇଂ ସ୍କ୍ୱାର୍ଡ। ହେଲିକପ୍ଟର ଯାଞ୍ଚ ନେଇ ଫ୍ଲାଇଂ ସ୍କ୍ୱାର୍ଡ ମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରାୟ ୨୦/୨୫ ମିନିଟ ହେଲିକପ୍ଟର ଯାଞ୍ଚ ହେଲା, କିନ୍ତୁ ହେଲିକପ୍ଟରରୁ କିଛି ମିଳିଲାନି ବୋଲି ସୂଚନା ଦେଇଛନ୍ତି ଫ୍ଲାଇଂ ସ୍କ୍ୱାର୍ଡ ମୁଖ୍ୟ ।

ସେପଟେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ଗୁମାସ୍ତା, ରିମୋଟ କଣ୍ଟ୍ରୋଲରେ ଚାଲିଛି ରାଜ୍ୟ ସରକାର। ବିପଦରେ ଗଣତନ୍ତ୍ର, ସଭାରେ କେବଳ ଗୋଟିଏ ନେତା ରହୁଛନ୍ତି ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଚେକ୍‌ ଦେବା ପାଇଁ ଶାହଙ୍କ ହୁଙ୍କାର; ସୋନପୁରରୁ ପଡ଼ିଲା ମୂଳଦୁଆ

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବା ପଛରେ ଉଦ୍ଦେଶ୍ୟ ରହିଛି । ଗୋଟିଏ ଆସନ ବାବୁଙ୍କ ପାଇଁ ଛାଡ଼ିବେ। ତାଙ୍କୁ ସେଠାରେ ଦାୟିତ୍ୱ ଦେବେ । ପାଣ୍ଡିଆନଙ୍କୁ ପଛ ଦ୍ୱାର ବାଟେ ବିଧାନସଭାକୁ ପ୍ରବେଶ କରାଇ ଶାସନଭାର ଦେବାର ଚକ୍ରାନ୍ତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାକୁ ସଫଳ କରାଇ ଦେବୁନି ବୋଲି କହିଛନ୍ତି ସମୀର ମହାନ୍ତି ।

ସୂଚନା ଅନୁସାରେ ଚଳିତ ନିର୍ବାଚନରେ ପୁଣି ଥରେ ପଶ୍ଚିମ ଓଡ଼ିଶା କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କ ପାରମ୍ପାରିକ ଆସନ ହିଞ୍ଜିଳିରୁ ଲଢ଼ିବା ସହ କଣ୍ଟାବାଞ୍ଜି ଆସନରୁ ମଧ୍ୟ ପ୍ରାର୍ଥୀ ହେବେ। ୨୦୧୯ ନିର୍ବାଚନରେ ମଧ୍ୟ ସମାନ କାର୍ଡ ଖେଳିଥିଲେ ନବୀନ । ହିଞ୍ଜିଳିରୁ ନିର୍ବାଚନ ଲଢ଼ିବା ସହ ବିଜେପୁରରୁ ମଧ୍ୟ ସେ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ ସେ ବିଜେପୁର ଆସନକୁ ଛାଡ଼ି ଦେଇଥିଲେ। ପରେ ସେଠାରେ ଉପନିର୍ବାଚନ ହୋଇଥିଲା ଏବଂ ବିଜେଡିରୁ ରୀତା ସାହୁ ବିଜୟୀ ହୋଇଥିଲେ ।