• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଛତ୍ରପତି ଶିବାଜୀଙ୍କ ରାଜ୍ୟରେ ମହିଳାଙ୍କ ଇଜ୍ଜତ ସହ ଖେଳାଯାଉଛି । ପ୍ରତ୍ୟେକ ଦିନ ଲଜ୍ଜିତ ହେବାକୁ ପଡୁଛି । ଆଜି ଯଦି ବାଲାସାହେବ ଥାନ୍ତେ, ସେ କେବେ ଏହାକୁ ପସନ୍ଦ କରିନଥାନ୍ତେ ।’ ରାଗ ଜର୍ଜରିତ ଓ ଭାବବିହ୍ୱଳ ହୋଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଏଭଳି ଏକ ଚିଠି ଲେଖିଛନ୍ତି ଏନ୍‌ସିବି ଅଫିସର ସମୀର ଓ୍ୱାଙ୍ଖଡ଼େଙ୍କ ପତ୍ନୀ କ୍ରାନ୍ତି ଓ୍ୱାଙ୍ଖଡ଼େ ।

ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ୱାବ ମଲ୍ଲିକଙ୍କ ବାରମ୍ବାର ଆକ୍ରମଣରେ କ୍ଷୁବ୍ଧ ହୋଇ କ୍ରାନ୍ତି ଓ୍ୱାଙ୍ଖଡ଼େ ଉଦ୍ଧବଙ୍କୁ ଏଭଳି ଏକ ଚିଠି ଲେଖିଛନ୍ତି । ସ୍ୱାମୀଙ୍କ ପାଇଁ ନ୍ୟାୟ ଭିକ୍ଷା କରିବା ସହ ସାକ୍ଷାତ କରିବା ଲାଗି ଅନୁମତି ମାଗି ଚିଠି ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ‘ପ୍ରତ୍ୟେକ ଦିନ ଆମ ପରିବାର ଅପମାନ ସହୁଛି । ଆଜି ଏଠାରେ ବାଲାସାହେବ ନାହାନ୍ତି, ତା ବଦଳରେ ଆପଣ ଅଛନ୍ତି । ଆମେ ତାଙ୍କୁ ଆପଣଙ୍କଠାରେ ଦେଖୁଛୁ । ଆପଣଙ୍କୁ ବିଶ୍ୱାସ ମଧ୍ୟ କରୁଛୁ । ଆହୁରି ମଧ୍ୟ ବିଶ୍ୱାସ ଅଛି ଯେ, ଆପଆମ ପରିବାର ପ୍ରତି ଅନ୍ୟାୟ ହେବାକୁ ଦେବେ ନାହିଁ ।’

ଖାଲି ସେତିକି ନୁହେଁ ଉଦ୍ଧବଙ୍କ ଉଦ୍ଦେଶ୍ୟରେ କ୍ରାନ୍ତି ଆହୁରି ଲେଖିଛନ୍ତି ଯେ, ‘ଜଣେ ମରାଠୀ ଭାବେ ଆପଣଙ୍କଠାରୁ ନ୍ୟାୟ ଆଶା କରୁଛୁ । ଏଥିପାଇଁ ଆପଣଙ୍କୁ ଅୁରୋଧ କରୁଛୁ ବୋଲି ସେ ଲେଖିଛନ୍ତି । ଡ୍ରଗ୍ସ ମାଧ୍ୟମରେ ଦୈନିକ ଆସୁଥିବା ରୋଜଗାର ବନ୍ଦ ହୋଇଯିବାରୁ ସେ ସମୀରଙ୍କୁ କାମ କରିବାକୁ ଦେଉନାହାନ୍ତି ବୋଲି କ୍ରାନ୍ତି କହିଛନ୍ତି ।’ ସେପଟେ ସମୀରଙ୍କ ଭଉଣୀ ଯସ୍ମିନ, ନଓ୍ୱାବଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଏତଲା ଦେଇଛନ୍ତି । ତେବେ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମନ୍ତ୍ରୀ ନୱାବ ମଲ୍ଲିକ୍‌ ସମୀର ୱାଙ୍ଖଡେଙ୍କ ନାଁରେ ଆଣିଛନ୍ତି ଅନେକ ସାଂଘାତିକ ଅଭିଯୋଗ । ପ୍ରଥମେ ୱାଙ୍ଖଡେଙ୍କ ବାର୍ଥ ସାର୍ଟିଫିକେଟ୍‌କୁ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ହିନ୍ଦୁ ନୁହେଁ ବରଂ ଜଣେ ମୁସ୍‌ଲମାମ୍‌ ବୋଲି କହିଥିଲେ ନୱାବ୍‌ । ଏହାପରେ ଚାକିରି ପାଇବା ଲୋଭରେ ୱାଙ୍ଖଡେ ମୁସଲ୍‌ମାନ ହୋଇ ମଧ୍ୟ ନିଜକୁ ହିନ୍ଦୁ ବୋଲି ଫେକ୍‌ ପରିଚୟ ଦେଇଥିବା ନୱାବ୍‌ ଅଭିଯୋଗ କରିଥିଲେ । ତେବେ ଏଭଳି ବାରମ୍ବାର ଅଭିଯୋଗ ପରେ ୱାଙ୍ଖଡ଼େଙ୍କ ପତ୍ନୀ ଜବାବ ମଧ୍ୟ ଦେଇଥିଲେ । ସୋସିଆଲ ମିଡିଆରେ ସେ ନିଜ ବାହାଘର ଫଟୋ ସେୟାର କରି ସମୀର ୱାଙ୍ଖଡ଼ ଜଣେ ହିନ୍ଦୁ ବୋଲି ପ୍ରମାଣ ଦେଇଥିଲେ । ଆଉ କହିଥିଲେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବିବାହ ହୋଇଛି । ପ୍ରଥମ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସମୀରଙ୍କୁ ବିବାହ କରିଥିବା କହିଥିଲେ କ୍ରାନ୍ତି ୱାଙ୍ଖଡ଼େ ।

ଖାଲି ସେତିକିନ ନୁହେଁ ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ । ସମୀର କିଭଳି ଡ୍ରଗ୍ସ ଜବତ ନାଁରେ ଲୋକଙ୍କ ବିରୋଧରେ ମିଛ ମାମଲା କରି ସେମାନଙ୍କୁ ଜେଲରେ ଭର୍ତ୍ତି କରନ୍ତି, ତାର ପୂରା ବିବରଣୀ ଦେଇଛନ୍ତି ଏହି ବ୍ୟକ୍ତି । ଏଥିରେ ୨୫ରୁ ଅଧିକ ମିଛ ମାମଲା ସଂପର୍କରେ ଉଲ୍ଲେଖ ରହିଛି । ସେ ସମସ୍ତ ତଥ୍ୟ ଏନସିପି ନେତା ତଥା ମହରାଷ୍ଟ୍ର ମନ୍ତ୍ରୀ ଥିବା ନବାବ ମଲ୍ଲିକଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଛନ୍ତି ।