• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଦେଲେ ସମ୍ବୋଧନ ।

  • ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଦେଲେ ସମ୍ବୋଧନ । ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହିତ ରାଷ୍ଟ୍ରପତି କହିଛନ୍ତି, ଏହି ଦିନ ସମସ୍ତଙ୍କ ପାଇଁ ହର୍ଷ ଓ ଉଲ୍ଲାସର ଦିନ । ପରାଧୀନତାରୁ ମୁକ୍ତି ହେବାର ଏହା ଏକ ବଡ଼ ପର୍ବ କହିଲେ ରାଷ୍ଟ୍ରପତି । ଚଳିତ ବର୍ଷ ସ୍ୱାଧୀନତା ଦିବସର ଏକ ବିଶେଷ ମହତ୍ୱ ରହିଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ । 

ସଂଗ୍ରାମୀଙ୍କ ସଂଘର୍ଷ ଫଳରେ ହିଁ ସ୍ୱାଧୀନତାର ସ୍ୱପ୍ନ ସାକାର ହୋଇଛି । ସେମାନେ ସମସ୍ତେ ତ୍ୟାଗ ଓ ବଳିଦାନର ଅନନ୍ୟ ଉଦାହରଣ ସମସ୍ତଙ୍କ ଆଗରେ ରଖିଛନ୍ତି । ରାଷ୍ଟ୍ରପତି ସେହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି । ଅଲିମ୍ପିକ୍ସରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଏକ ଝଲକ ବୋଲି କହିଛନ୍ତି ରାଷ୍ଟ୍ରପତି । ଝିଅଙ୍କୁ ଆଗକୁ ବଢିବା ପାଇଁ ବାପା ମା’ ପ୍ରେରଣା ଦେବା ଉଚିତ୍ ।

ଖାଲି ସେତିକି ନୁହେଁ, କରୋନା କାଳରେ ବୈଜ୍ଞାନିକମାନେ କରିଥିବା ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । କମ୍ ସମୟରେ ଟିକା ବାହାର କରିଥିବାରୁ ରାଷ୍ଟ୍ରପତି ସେମାନଙ୍କୁ ପ୍ରଶଂସା କରିଛନ୍ତି । ସେ ଆହୁରି କହିଛନ୍ତି କରୋନାର ଅନ୍ତ ଘଟିନି । ଏବେ ବି ଲୋକଙ୍କୁ ସତର୍କ ରହିବା ଜରୁରୀ । ଲୋକମାନେ ସାବଧାନତାର ରୁହନ୍ତୁ । ଦ୍ୱିତୀୟ ଲହରରେ ଡାକ୍ତର, ନର୍ସଙ୍କ ଅବଦାନ ପ୍ରଶଂସନୀୟ । ଏବେ ଜନକଲ୍ୟାଣ ଯୋଜନା ଉପରେ ସରକାର ଜୋର ଦେଉଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।