• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେଉଛି ପାଗ ପରିବର୍ତ୍ତନ

  • ଚନ୍ଦ୍ରର ଗତିବିଧିରେ ସାମାନ୍ୟ ପରିବର୍ତ୍ତନ ବନ୍ୟା ଆଣିବ

  • ଭୟଙ୍କର ସ୍ଥିତି ସୃଷ୍ଟି ହେବା ଆଶଙ୍କା

  • ନାସା ଅଧ୍ୟୟନର ରିପୋର୍ଟ 

ନୂଆଦିଲ୍ଲୀ : ତାଣ୍ଡବ ରଚିବ ପ୍ରକୃତି ? ସହର ବୁଡ଼ିବ, ବାସହରା ହେବେ ଲୋକେ । ୨୦୩୦ରେ ବିଶ୍ୱକୁ ବିନାଶକାରୀ ବନ୍ୟା ଭୟ ରହିଛି ।  ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଅନେକ ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଯାଉଛି । ଅଚାନକ୍ ପାଣିପାଗ ପରିବର୍ତ୍ତନ ଯୋଗୁଁ ଅନେକ ଦେଶରେ ବିଶେଷ କରି ଆମେରିକାରେ ବନ୍ୟା ପରିସ୍ଥିତି ଉପୁଜିଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚନ୍ଦ୍ର ଉପରେ ମଧ୍ୟ ପଡ଼ିପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଦ୍ୱାରା ଏହି ଅଧ୍ୟୟନରେ କରାଯାଇଥିଲା ।

ଜଳବାୟୁ ପରିବର୍ତ୍ତନ ହେତୁ ସମୁଦ୍ର ପତ୍ତନ ବୃଦ୍ଧି ସହିତ ଚନ୍ଦ୍ର ନିଜ କକ୍ଷରେ ହଲଚଲ ହେବା ଯୋଗୁଁ ପୃଥିବୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏହି ଅଧ୍ୟୟନ ଜୁନ୍ ୨୧ରେ ପ୍ରକୃତି ଉପରେ ଜଳବାୟୁ ପରିବର୍ତ୍ତନ ପତ୍ରିକାରେ ପ୍ରକାଶିତ ହୋଇଛି । ଚନ୍ଦ୍ର ହେତୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ 'ଉପଦ୍ରବୀ ବନ୍ୟା' ବୋଲି ଅଧ୍ୟୟନରେ କୁହାଯାଇଛି । ଏହି ପ୍ରକାର ବନ୍ୟା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିଥାଏ, ଯେତେବେଳେ ସମୁଦ୍ରର ତରଙ୍ଗ ହାରାହାରି ଦୈନିକ ଉଚ୍ଚତା ଠାରୁ ୨ ଫୁଟ ଅଧିକ ଉଚ୍ଚ ରହେ । ତେବେ ଏଥିଯୋଗୁଁ ବ୍ୟବସାୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ, ଘର ଏବଂ ରାସ୍ତା ପାଣିରେ ବୁଡ଼ିଗଲେ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେବ ।

ଏକ ଦଶନ୍ଧି ଧରି ବନ୍ୟା ଭୟ ରହିବ 

ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୩୦ ମଧ୍ୟଭାଗରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଆମେରିକାର ଉପକୂଳରେ ସମୁଦ୍ର ଜୁଆର, ସାଧାରଣ ଉଚ୍ଚତାଠାରୁ ତିନିରୁ ଚାରି ଫୁଟ ଉଚ୍ଚକୁ ବୃଦ୍ଧି ପାଇବ ବୋଲି ନାସା ଅଧ୍ୟୟନ ଅନୁସାରେ । ଏବଂ ଏହି ଧାରା ଏକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିବ । ସେହିପରି ବର୍ଷସାରା ବନ୍ୟା ପରିସ୍ଥିତି ନିୟମିତ ରହିବ ନାହିଁ, କିଛି ମାସ ଅନ୍ତରାଳରେ ଆସିବ ବନ୍ୟା, ଫଳରେ ବିପଦ ବଢ଼ିଯିବ ।

ସମୁଦ୍ର ପତ୍ତନ ବୃଦ୍ଧି ହେତୁ ତଳ ଅଞ୍ଚଳରେ ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କହିଛନ୍ତି ନାସା ପ୍ରଶାସକ ବିଲ୍ ନେଲସନ । ବାରମ୍ବାର ବନ୍ୟା ହେତୁ ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇପାରେ । କକ୍ଷପଥରେ ଚନ୍ଦ୍ରର ପରିବର୍ତ୍ତନ ହେତୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ସେ କହିଛନ୍ତି ।