• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଞ୍ଚଲ୍ୟ । ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ୟୁପି ପୋଲିସର ସୂଚନା ଅନୁଯାୟୀ, ବାଗମ୍ବରୀ ମଠର ଏକ କୋଠରୀରୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଛି । ଏହାସହ ଏକ ସୁଇସାଇଡ୍ ନୋଟ୍ ବି ଜବତ ହୋଇଛି । ଯେଉଁଥିରେ ଆଖଡ଼ା ପରିଷଦର କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି ।

ତେବେ ଏହି ସୁଇସାଇଡ୍ ନୋଟ୍‌ରେ ଥିବା ହାତ ଲେଖାକୁ ଫରେନ୍ସିକ୍ ଯାଞ୍ଚ ପାଇଁ ଲାବୋରାଟୋରୀକୁ ପଠାଯାଇଥିବା କହିଛି ପୋଲିସ । ପୋଲିସ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି । ଏହି ଘଟଣା ପରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଘଟଣାକୁ ଦୁଃଖଦାୟକ ବୋଲି କହିବା ସହ ଆଧ୍ୟାତ୍ମିକ ପରମ୍ପରା ପ୍ରତି ସମର୍ପିତ ରହି ସେ ସନ୍ଥ ସମାଜକୁ ଏକ ସ୍ୱତନ୍ତ୍ର ଧାରାରେ ଯୋଡ଼ିବାକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

ସେହିପରି ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଜନନ୍ଦଗାଓଁ ଜିଲ୍ଲା ଛୁରିୟାନା ସହରରେ ଥିବା ତାଙ୍କ ବାସଭବନରୁ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ରାଜିନ୍ଦର୍ ପାଲ୍ ସିଂହଙ୍କ ନିକଟରୁ ମଧ୍ୟ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ସୁଇସାଇଡ୍‌ ନୋଟ୍‌ରେ ସେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁନଥିବାରୁ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି । ପୋଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ ପଜିଟିଭ୍ ହେବା ପରଠାରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିବା ଶୁଣିବାକୁ ମିଳିଥିଲା ।