• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜାଭେଦ ଅଖତାର କରିଥିଲେ ମାନହାନୀ ମକଦ୍ଦମା ।

  • ଉଭୟ କଙ୍ଗନା ଓ ଅଖତାର କୋର୍ଟରେ ହାଜର ।

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର କରିଥିଲେ ମାନହାନୀ ମକଦ୍ଦମା । ଏହି ମାମଲାରେ ଆଜି ଉଭୟ କଙ୍ଗନା ଓ ଅଖତାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ତେବେ ଶୁଣାଣିରେ ତାଙ୍କ ମହକିଲ ସନ୍ତୁଷ୍ଟ ନଥିବା କୋର୍ଟଙ୍କୁ ଜଣାଇଥିଲେ କଙ୍ଗନାଙ୍କ ଓକିଲ ରିଜଓ୍ୱାନ୍ ସିଦ୍ଦିକି । କୋର୍ଟ ପକ୍ଷପାତିତା କରୁଥିବା ତାଙ୍କ ମହକିଲ ଅନୁଭବ କରୁଥିବାରୁ ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ସେ ଦାବି କରିଥିଲେ ।

କୋର୍ଟ ଏହି ଆବେଦନର ଆଗାମୀ ଶୁଣାଣି ଅକ୍ଟୋବର ପହିଲାରେ କରିବେ । କଙ୍ଗନାଙ୍କ ପକ୍ଷରୁ ଜାଭେଦ୍‌ଙ୍କ ନାଁରେ ଧମକଚମକ ଦେବା ନେଇ ଏକ ମାମଲା ବି ରୁଜୁ ହୋଇଛି । ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ତାଙ୍କ ବିବାଦ ପରିପ୍ରେକ୍ଷୀରେ ଏହି ମାମଲା ରୁଜୁ ହୋଇଛି । ଜାଭେଦ୍‌ଙ୍କ ବୟସ ଓ ତାଙ୍କ ପ୍ରତିଷ୍ଠାକୁ ଦେଖି କଙ୍ଗନା ୫ ବର୍ଷ ହେଲା ମାମଲା ରୁଜୁ କରୁନଥିଲେ । ମାତ୍ର ଏବେ ବହୁତ୍ ହୋଇଗଲା ବୋଲି କହିଛନ୍ତି କଙ୍ଗନା । 

ଅନ୍ୟପଟେ ଏବେ ଦିନକୁ ଦିନ ବଢୁଛି ‘Koo’ର କଙ୍ଗନାଙ୍କ କ୍ରେଜ୍‌ । ଟ୍ୱିଟରକୁ ବାଏ ବାଏ କରି ‘Koo’ ଆଡେ ମୁହାଁଇଛନ୍ତି କଙ୍ଗନା । ଖାଲି କଙ୍ଗନା ନୁହନ୍ତି ଅନେକ ସେଲିବ୍ରିଟି ଏବେ ‘Koo’କୁ ଆପଣାଇଛନ୍ତି । ଏବେ ଧିରେ ଧିରେ ଏହି ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ମିଲିଅନରେ ପହଞ୍ଚିଛି ।

ଚଳିତ ବର୍ଷ ଫେବ୍ରୁଆରୀରେ ‘Koo’ ଆପ୍‌ରେ ଆକାଉଣ୍ଟ ଖୋଲିଥିଲେ କଙ୍ଗନା । ଏତେ କମ୍‌ ସମୟରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିଛି । ଗତ ୩ ମାସ ଭିତରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଜବରଦସ୍ତ ବଢ଼ିବାରେ ଲାଗିଛି । ‘Koo’ ରେ ସଫଳତା ପାଇଥିବା କଙ୍ଗନା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ । ଏହି ପ୍ଲାଟଫର୍ମରେ ସେ ନିଜ ଫିଲ୍ମ ‘ଥଲାଇଭୀ’ର ଜୋରଦାର ପ୍ରମୋସନ କରିଥିଲେ । ଏହା ବ୍ୟତୀତ ନିଜ ସମ୍ପର୍କରେ ଓ ଦେଶ ବିଦେଶର ବିଭିନ୍ନ ପ୍ରସଙ୍ଗରେ ସେ ନିଜ ରାୟ ମଧ୍ୟ ରଖୁଛନ୍ତି ।