• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜଲନ୍ଧରର ଲିଟିଲ୍ ମାଷ୍ଟରଙ୍କ ଜଲୱା

  • ଆଇଟି କମ୍ପାନୀର ସିଇଓ ୧୧ ବର୍ଷର ବାଳକ

  • ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ମେଧାଂଶ

ଜଲନ୍ଧର : ତୁଳସୀ ଦୁଇ ପତ୍ରରୁ ବାସେ । କଅଁଳ ବୟସରେ ବଡ଼ କାରନାମା । ପଞ୍ଜାବ ଜଲନ୍ଧରର ବିସ୍ମୟ ବାଳକ ମେଧାଂଶ । ମାତ୍ର ୧୧ ବର୍ଷ ବୟସରେ ତାଙ୍କର ଚମତ୍କାର ପ୍ରତିଭା ପାଇଁ ସେ ଏବେ ସାରା ଦେଶରେ ପରିଚିତ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଧାଂଶଙ୍କ ଖ୍ୟାତି ପହଞ୍ଚି ଗଲାଣି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ସଫ୍ଟୱେର୍ ବିକଶିତ କରିଛନ୍ତି । ତାଙ୍କର ନିଜସ୍ୱ ଏକ କମ୍ପାନୀ ରହିଛି ଏବଂ ସେ ତାହାର ସିଇଓ ଅଟନ୍ତି ।

ସେଣ୍ଟ ଜୋସେଫ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି ମେଧାଂଶ କୁମାର ଗୁପ୍ତା । ୧୧ ବର୍ଷ ବୟସରେ ସଫ୍ଟୱେୟାର ଡେଭଲପର୍ ଭାବରେ ଏକ ବିଶେଷ ପରିଚୟ ସୃଷ୍ଟି କରିଛନ୍ତି । ୫୦ରୁ ଅଧିକ ସଫ୍ଟୱେର୍ ତିଆରି କରି ସେ ନିଜ ସାରା ବିଶ୍ୱରେ ଦେଇ ପାଇଁ ତଥା ନିଜ ସହର ପାଇଁ ଗୌରବ ଅର୍ଜନ କରିଛନ୍ତି । ଏଣ୍ଟର୍ ପ୍ରୋକୋଡର୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ନାମରେ ସେ ଏକ ସଫ୍ଟୱେର୍ କମ୍ପାନୀ ଗଢ଼ିଛନ୍ତି । ସେ ନିଜ କମ୍ପାନୀରେ ସିଇଓ ଥିବା ସହ ନିଜଠାରୁ ତିନି ଗୁଣ ଅଧିକ ବୟସ୍କ ଛାତ୍ରଛାତ୍ରୀଙ୍କୁ ଆଇଟି ସମ୍ପର୍କିତ ପାଠ ମଧ୍ୟ ପଢ଼ାଉଛନ୍ତି ।

ମେଧାଂଶଙ୍କ ବାପା ସନ୍ଦୀପ କୁମାର ଗୁପ୍ତା ଏବଂ ମାଆ ମୋନିକା ଗୁପ୍ତାଙ୍କର ନିଜସ୍ୱ ଆଇଟି କମ୍ପାନୀ ଅଛି । ଆଉ ସେହି ଆଇଟି କମ୍ପାନୀରେ ଉଭୟ ନିର୍ଦ୍ଦେଶକ ଅଟନ୍ତି । ମେଦାଂଶ ମାତ୍ର ୫ ବର୍ଷ ବୟସରୁ କମ୍ପ୍ୟୁଟର କୋଡିଂ କରିବା ଆରମ୍ଭ କରିଥିଲେ । ସ୍କୁଲରୁ ଆସିବା ପରେ ବାପାମା’ଙ୍କ କମ୍ପାନୀକୁ ଯାଇ ସବୁ କାମ ନିରେଖି ଦେଖୁଥିଲେ । ତାଙ୍କ ସାଙ୍ଗସାଥୀମାନେ ଖେଳନା ସହ ଖେଳିବା ସମୟେର ସେ କମ୍ପ୍ୟୁଟର ସହ ସମୟ ବିତାଉଥିଲେ । ଛୋଟରୁ କମ୍ପ୍ୟୁଟର ତାଙ୍କ ପାଇଁ ସାଜିଥିଲା ପ୍ରିୟ ସାଥୀ । ଫଳରେ ମାତ୍ର ୯ ବର୍ଷ ବୟସରେ ମେଧାଂଶ www.21stjune.com ସଫ୍ଟୱେର ପ୍ରସ୍ତୁତ କରିଥିଲେ । ବିଶ୍ୱ ଯୋଗ ଦିବସରେ ଏହାର ଆରମ୍ଭ ହୋଇଥିଲା ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମେଧାଂଶ ଏକ ସଫ୍ଟୱେର୍ 'ମିଶନ୍ ଖୁଶହାସ ପଞ୍ଜାବ' ପ୍ରସ୍ତୁତ କରିଛନ୍ତି । ଏହି ସଫ୍ଟୱେର୍ ମାଧ୍ୟମରେ ଶିଶୁ ଏବଂ ଅଭିଭାବକମାନେ ସେମାନଙ୍କର ପ୍ରିୟ ତଥା ଉତ୍ତମ ନେତା ବାଛିବାରେ ସକ୍ଷମ ହେବେ ।