• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାଳ ସାଜିଲା ବନ୍ୟା, ପାଣିରେ ଉବୁଟୁବୁ ପୂରା ଗାଁ

  • ଘର ଛାଡ଼ି ଟ୍ରକରେ ରହୁଛନ୍ତି ଗାଁ ଲୋକ

ମୁଜାଫରପୁର : ମୁଣ୍ଡ ଉପରେ ଛାତ ନାହିଁ, ଘର ଛାଡ଼ି ରାଜରାସ୍ତାରେ ଗାଁ ଲୋକ । ସେମାନଙ୍କ ପାଇଁ ସ୍ଥାୟୀ ବାସସ୍ଥାନ ବୋଲି କିଛି ନାହିଁ । କିଏ ଟ୍ରକରେ ତ ଆଉ କିଏ ଗଛ ମୂଳେ ଜୀବନ କାଟୁଛି । ମୁଜାଫରପୁରର ଗାଁର କିଛି ପରିବାର ଘର ଛାଡ଼ି ଜାଜାବର ଜୀବନ ବିତାଉଛନ୍ତି । ଟ୍ରକରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ନିଜର ଘରବାଡ଼ି ସବୁ କିଛି ଅଛି, ମାତ୍ର ପାଣି ଘେରରେ । ଫଳରେ ଭିଟାମାଟି ଛାଡ଼ି ଲୋକଙ୍କୁ ବାରଦ୍ୱାର ହେବାକୁ ପଡ଼ୁଛି । କିଛି ଲୋକ ତ ଟ୍ରକରେ ଦୋକାନ ମଧ୍ୟ ଖୋଲିଛନ୍ତି ।

ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ଏହି ଉକ୍ତିକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ବିହାର ମୁଜାଫରପୁର ଅନେକ ଗାଁ ଲୋକ । ବନ୍ୟା ଯୋଗୁଁ ଗାଁର ଅବସ୍ଥା କହିଲେ ନସରେ । ଯୁଆଡ଼େ ଚାହିଁଲେ ଖାଲି ପାଣି ପାଣି, ଜଳାର୍ଣ୍ଣବ ସମ୍ପୂର୍ଣ୍ଣ ଗାଁ । ଘରେ ପାଣି ପଶିଯିବାରୁ ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି । ଆଉ ଘର ଛାଡ଼ିବା ପରେ ସେମାନଙ୍କ ପାଇଁ ଟ୍ରକ୍ ପାଲଟିଛି ଘର । ସେଇଠି ଖାଇବା ପିଇବା, ଉଠାବସା, ଶୋଇବା ସବୁ କିଛି କରୁଛନ୍ତି । ଭାରି କଷ୍ଟ ହେଉଛି, ହେଲେ ଉପାୟ କିଛି ନାହିଁ ।

ମୁଜାଫରପୁର ଶିବହର ଷ୍ଟେଟ୍ ହାଇେଓ୍ବରେ ଅନେକ ସଂଖ୍ୟାରେ ଏବେ ଟ୍ରକ୍ ଦେଖିବାକୁ ମିଳୁଛି । ଲୋକମାନେ ଅତି କଷ୍ଟରେ ଟ୍ରକରେ ଜୀବନ କାଟୁଛନ୍ତି । ମୁଜାଫରପୁରର କଟି ମଧୁବନ ଗାଁର ଅନେକ ଲୋକ ମଧ୍ୟ ଟ୍ରକ୍ ଡ୍ରାଇଭର୍ ଅଟନ୍ତି । ଟ୍ରକରେ ସେଠାରେ ବାଲି କାରବାର କରାଯାଏ । କିନ୍ତୁ ବନ୍ୟା କାରଣରୁ କାରବାର ଏକ ପ୍ରକାର ଠପ୍ ହୋଇ ଯାଇଥିଲା । ଫଳରେ ଘର ଅଗଣାରେ ଖାଲି ଟ୍ରକ୍ ଛିଡ଼ା କରି ରଖିଥିଲେ ଗାଁ ଲୋକ । ଶେଷରେ ବନ୍ୟା ପାଇଁ ଘରେ ରହିବା ଅସମ୍ଭବ ହେବାରୁ ଏବେ ଟ୍ରକକୁ ଅସ୍ଥାୟୀ ଘର ରୂପେ ବ୍ୟବହାର କରୁଛନ୍ତି ।