• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ, କୋଣାର୍କ( ମଧୁସୂଦନ ମିଶ୍ର, ସଞ୍ଜୟ ପତି ) : କୋଣାର୍କରେ ଚାଲିଛି ଦ୍ୱିତୀୟ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ । କୋଣାର୍କ ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯିବ । ଘରୋଇ ଦଖଲରେ ଥିବା ସରକାରୀ ଜମିରେ ନୂତନ ଭବ୍ୟ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତିଷ୍ଠା ହୋଇନଥିବା ଅଧାଗଢା ମନ୍ଦିରରେ ସୂର୍ଯ୍ୟ ଦେବଙ୍କ ମୂର୍ତ୍ତି ରଖି ପୂଜା କରାଯାଉଛି । ଗୋଟିଏ ପଟେ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଳା ସଂସ୍ଥା ମନ୍ଦିର ନିର୍ମାଣ ପାଇଁ ଜିଦ୍ ଧରି ବସିଛି । ହେଲେ ସରକାରୀ ଜମିରେ ବେଆଇନ ନିର୍ମାଣ ବନ୍ଦ କରିବାକୁ ସଂପୃକ୍ତ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି କୋଣାର୍କ ରାଜସ୍ୱ ନିରୀକ୍ଷକ । ସେପଟେ କୋଣାର୍କରେ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର ନିର୍ମାଣକୁ ବିରୋଧ କରିଛନ୍ତି ଅଧିବକ୍ତା ସଂଘ । ମନ୍ତ୍ରୀ ସମୀର ଦାସ ମଧ୍ୟ ଏଭଳି କାର୍ଯ୍ୟକୁ ନେଇ ବିରୋଧ କରିଛନ୍ତି । ସରକାରଙ୍କ ବିନା ଅନୁମତିରେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି।

କୋଣାର୍କ ବସ ଷ୍ଟାଣ୍ଡ ନିକଟସ୍ଥ ଘରୋଇ ଦଖଲ ସରକାରୀ ଜମିରେ ଚାଲିଛି ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଲା ସଂସ୍ଥା ପକ୍ଷରୁ ମନ୍ଦିର ନିର୍ମାଣ କାମ ଚାଲିଛି । ବ୍ରିଟିଶ ଶାସନ ସମୟର ଅବିକଳ ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯାଉଛି । ହୀନ ଚକ୍ରାନ୍ତ ଓ ମନ୍ଦ ଉଦେଶ୍ୟ ରଖି ସମ୍ପୃକ୍ତ ସ୍ଥାନକୁ ତୁରନ୍ତ କାର୍ଯ୍ୟ ବନ୍ଦ ପାଇଁ କୋଣାର୍କ ରାଜସ୍ୱ ନିରୀକ୍ଷକ ଚିଠି କରିଛନ୍ତି । ୧୯୨୩ମସିହା ପ୍ଲଟ ନମ୍ବର ୧୬୫୫ଅନୁଯାୟୀ ଏହି ମନ୍ଦିର ନିର୍ମାଣ ସ୍ଥଳୀ ସରକାରୀ ଯାଗାରେ ଅବସ୍ଥିତ।ଏହାକୁ ଇଡ଼କୋକୁ ପ୍ରଦାନ କରାଯିବ । ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ । ଏହା ସୂର୍ଯ୍ୟ ଉପାସନାର ସିଦ୍ଧି ସ୍ଥଳ ।

୫୦୦୦ବର୍ଷ ଧରି ସୂର୍ଯ୍ୟ ଉପାସନା ହେଉଥିଲେ ହେଁ ୧୧୯ ବର୍ଷ ଧରି ଆଉ ସୂର୍ଯ୍ୟ ଦେବତାଙ୍କ ପୂଜା ହେଉନାହିଁ । ନୂତନ ଭବ୍ୟ କୋଣାର୍କ ମନ୍ଦିର ପାଇଁ ବହୁ ସଂଖ୍ୟାରେ ପଥର, ରଥର ଚକ, ସ୍ତମ୍ଭ, ମୂର୍ତ୍ତି, ଘୋଡ଼ା ପହଞ୍ଚିସାରିଛି । ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳାର ଅଧ୍ୟକ୍ଷ ମୁକେଶ ଜୈନ ଜିଲ୍ଲାପାଳ, କୋଣାର୍କ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଉକ୍ତ ଜମି ପାଇଁ ଅନୁମତି ଦେବାକୁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣସାଳ ସଂସ୍ଥା ଅଧ୍ୟକ୍ଷ ମୁକ୍ୱସ ଜୈନ ପୁରୀଠାରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

କୋଣାର୍କ ଅଂଚଳରେ ଚାଲିଥିବା ଦ୍ୱିତୀୟ ନକଲି ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛି ଅଧିବକ୍ତା ସଂଘ । ଦ୍ୱିତୀୟ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ହେବା ଅନୁଚିତ । ତେଣୁ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ଅଧିବକ୍ତା ସଂଘ ଦାବି କରି କରିଛି । ସେପରି ସରକାରୀ ଜାଗାରେ ମନ୍ଦିର ନିର୍ମାଣକୁ ବିରୋଧ କରଛନ୍ତି ଗଣ ଶିକ୍ଷା ମନ୍ତ୍ରୀ । ଯାହା କର ସରକାରଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଆଗକୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କାମକୁ କୋଣାର୍କ ରାଜସ୍ୱ ବିଭାଗ ବନ୍ଦ କରିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ନୋଟିସ ଜାରୀ କରାଯାଇଛି । ହେଲେ ଆଗକୁ ମନ୍ଦିର କାମ ହେଉଛି ନାଁ ଅଧା ବିଧାରେ ପଡିରହୁଛି ତାହା ଦେଖିବାର କଥା ।

ସେପଟେ ଘରୋଇ ଜବରଦଖଲ ସରକାରୀ ଜମିରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ତଥା ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ଗୋପ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମନ୍ଦିର ନିର୍ମାଣ ଯାଗା ସମ୍ପୂର୍ଣ୍ଣ ସରକାରୀ । ପୂର୍ବରୁ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା ନୋଟିସ । ଏନେଇ ତଦନ୍ତ କରୁଛନ୍ତି ଗୋପ ତହସିଲଦାର। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।