• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ନିକଟରେ ଆତ୍ମସମର୍ପଣ

  • ଆନ୍ଧ୍ର ଏବଂ ଓଡ଼ିଶା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ଥିଲେ

  • ଉଭୟଙ୍କ ନାଁରେ ଆନ୍ଧ୍ର ପୋଲିସ ରଖିଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ) : ୨ ମୋଷ୍ଟ ଓ୍ୱାଣ୍ଟେଡ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ଏସ.ପି. ବି. କ୍ରିଷ୍ଣା ରାଓ, ସିଆରପିଫ ୧୯୮ ବାଟାଲିୟନ କମାଣ୍ଡର କବିନ୍ଦ୍ର କୁମାର ଚାନ୍ଦ ଓ ସିଆରପିଫ ୨୩୪ ବାଟାଲିୟନ କମାଣ୍ଡର ସଞ୍ଜୟ କୁମାର ଦ୍ୱିବେଦୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ଦୁଇ ମହିଳା ମାଓବାଦୀ । ଉଭୟେ ହେଲେ ପେଦାବାୟାଳୁ ମାଓ ଦଳର ଟି. ସୀତା ଓରଫ ର୍ନିମଳା ଓ ପାଙ୍ଗି ଲଚି ଓରଫ ଶାଇଲୁ ।

୨୦୧୭ ମସିହାରେ ଏମାନେ ମାଓ ଦଳରେ ସାମିଲ ହୋଇଥିଲେ । ସାମିଲ ହେବାର ୬ ମାସ ମଧ୍ୟରେ ମାଓ ଦଳରେ ପଦୋନ୍ନତି ପାଇ ପେଦାବାୟାଳୁ ମାଓ ଦଳର ପ୍ରମୁଖ ନେତ୍ରୀ ହେବା ସହ ଏହାର ମଙ୍ଗ ଧରିଥିଲେ । ଉଭୟ ଆନ୍ଧ୍ର ଓଡିଶା ସୀମାନ୍ତ ବିଶାଖାପାଟଣା ଜିଲା ଅନ୍ତର୍ଗତ ଚିଂତାପଲ୍ଲୀ ପଂଚାୟତର ଆଭ୍ୟନ୍ତରୀଣ ଅଂଚଳର ବାସିନ୍ଧା ହୋଇଥିବାରୁ ମାଓବାଦୀ ମାନେ ଏମାନଙ୍କ ସହାୟତାରେ ସୀମାରେ ହତ୍ୟା, ଅପହରଣ, ଲ୍ୟାଣ୍ଡମାଇନ ବିଛାଇବା ଓ ପୋଲିସର ଗୁଳିବିନିମୟ ସମୟରେ ଘଟଣାସ୍ଥଳରୁ ଖସିଯିବାରେ ସହାୟତା କରୁଥିଲେ ।

କେବଳ ଏତିକି ନୁହଁ ଏମାନଙ୍କ ସହାୟତାରେ ସୀମାରେ ପ୍ରଜାମେଳିର ଆୟୋଜନ କରାଯାଇ ଆଦିବାସୀଙ୍କୁ ସରକାର ବିରୋଧୀ ସ୍ଲୋଗାନ ଦିଆଯିବାସହ ମାଓ ସାମିଲ ହେବାପାଇଁ ପ୍ରୋତ୍ସାହିତ କରାଯାଉଥିଲା । ୪ ବର୍ଷ ଧରି ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ । ଉଭୟ ମହିଳା ମାଓବାଦୀଙ୍କ ଉପରେ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା । ବିଭିନ୍ନ ହତ୍ୟା, ଅପହରଣ, ଲ୍ୟାଣ୍ଡମାଇନ ବିଛାଇବା ଭଳି କାମରେ ଲିପ୍ତ ଥିଲେ ।

ନିର୍ମଳାଙ୍କ ନାଁରେ ୯ଟି ହତ୍ୟା ଓ ଅପହରଣ ମାମଲା ରହିଥିବା ବେଳେ, ଶାଇଲୁଙ୍କ ନାଁରେ ୬ଟି ହତ୍ୟା, ଅପହରଣ ମାମଲା ଥିଲା । ଅସୁସ୍ଥତା, ଗୋଷ୍ଠୀକନ୍ଦଳ ଓ ପୋଲିସ ଦ୍ୱାରା ଘନ ଘନ କମ୍ବିଂ ଅପେରସନ ଯୋଗୁଁ ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ପୁରସ୍କାର ରାଶି ସହ ୫ ଏକର ଲେଖାଏଁ ଜମି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ବୋଲି ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି ।