• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆପଣ ଅନେକ କଳାକାରଙ୍କ ଅନନ୍ୟ କଳାକୃତି ଦେଖିଥିବେ। କଳାକାରଙ୍କ ହାତ ସ୍ପର୍ଶର ଏହି କଳାକୃତି ସତେ ଯେମିତି ଜୀବନ୍ତ ଭଳି ଦିଶିଥାଏ। ଯାହା ଲୋକଙ୍କୁ ଲୋକଙ୍କୁ ଆଚମ୍ବିତ କରିଥାଏ। ଏବେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣ ଆଚମ୍ବିତ ହେବା ସହ ଏହା କିଭଳି ସମ୍ଭବପର ବୋଲି କହିବେ। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀଙ୍କ ମୁହଁରେ କଳାକାର ଏମିତି କଳାକୃତି କରିଛନ୍ତି, ଯାହା ଦେଖିଲେ ଆପଣ କହିବେ ଯୁବତୀଙ୍କ ଆଖି, ନାକ, ଓଠ ଏସବୁ ଅସଲି ନା ନକଲି ? ଏହି କଳାକୃତି ଲୋକଙ୍କ ମନ ମଧ୍ୟରେ କନ୍‌ଫ୍ୟୁଜନ୍‌ ସୃଷ୍ଟି କରିଛି। ଯେ କେହିବି ହଠାତ୍ ଏହା ଦେଖିଲେ କନ୍‌ଫ୍ୟୁଜ୍‌ରେ ପଡ଼ି ଯିବେ।

ଭାଇରାଲ୍‌ ହେଉଥିବା ଏହି ଫେସ୍‌ ଆର୍ଟରେ ଯୁବତୀଙ୍କ ମୁହଁରେ ଅନେକ ଓଠ, ଆଖି, ନାକର ଆର୍ଟ କରାଯାଇଛି। ଯାହାକୁ ଦେଖି ଜଣାପଡ଼ୁ ନାହିଁ, ଏଥି ମଧ୍ୟରୁ କେଉଁଟା ଅସିଲି ଓ କେଉଁଟା ନକଲି ? ସେ ଯାହା ହେଉନା କାହିଁକି ଆର୍ଟିଷ୍ଟ୍‌ଙ୍କ ଏଭଳି ଅଜବ ପେଣ୍ଟିଂକୁ ଦେଖିଲେ ଯେକେହିବି କନ୍‌ଫ୍ୟୁଜନ୍‌ରେ ପଡ଼ି ଯିବେ। 

 

ଏହି ଭିଡିଓକୁ ଟ୍ୱିଟରରେ ପୂର୍ବତନ ଖେଳାଳି Rex Chapman ଶେଆର କରିଛନ୍ତି। ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓକୁ ନେଇ ଲୋକମାନେ ଅନେକ କମେଣ୍ଟସ୍‌ ମଧ୍ୟ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଭିଡିଓଟିକୁ ଦେଖି ସାରିଲେଣି। ଆର୍ଟିଷ୍ଟଙ୍କ ଏହି କଳାକୃତିକୁ ଲୋକମାନେ ବେଶ୍‌ ପ୍ରଶଂସା କରିଛନ୍ତି।