• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଟ୍ଟାମୁଣ୍ଡାଇ (ପ୍ର‍ବୀର କୁମାର ନାୟକ) : ଆସିଗଲା କଇଁଛ ଋତୁ । ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ କୁହା ଯାଉଥିବା ଗହୀରମଥାରେ ନଭେମ୍ବର ୧ ରୁ ବୋଟ ଚଳାଚଳକୁ ନେଇ ଲାଗିବ କଟକଣା । ବିରଳ ଅଲିଭରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଅଂଟା ଭିଡୁଥିବା ବେଳେ ବିଗତ ଦିନରେ ବିଫଳତାକୁ ନେଇ ପରିବେଶବିତଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅଚଳ ହୋଇ ପଡ଼ିଛି ବନ ବିଭାଗର ୨ଟି ହାଇସ୍ପିଡ ବୋଟ । କେମିତି ହେବ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ? ପାଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁମେ ୩୧ ଯାଏ କଟକଣା ଜାରି କରିବ ରାଜନଗର ବନବିଭାଗ । ବିରଳ ଅଲିଭ ରିଡଲେ କଇଁଛ ମିଳନ ପ୍ରକିୟା ଠାରୁ ଆରମ୍ଭ କରି ଅଣ୍ଡା ଦେବା ଛୁଆ ଫୁଟିବା ଯାଏ ୭ ମାସ ଧରି ଏହି କଟକଣା ଜାରି କରାଯାଇଥାଏ । ମାତ୍ର ସଠିକ ଭାବେ ପେଟ୍ରୋଲିଂ କରାଯାଉନଥିବାରୁ କଇଁଛ ଆଗମନ ସଂଖ୍ୟା ହ୍ରାସ ପାଇଥିବାରୁ ପରିବେଶବିତ୍‌ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

ଜୀବନ ଓ ଜୀବିକା ଦୃଷ୍ଟିରୁ ପେଟ୍ରୋଲିଂ କରାଯାଇଥାଏ । ବନ ବିଭାଗ , ସାମୁଦ୍ରିକ ପୋଲିସ, ପୋଲିସ , କୋଷ୍ଟଗାର୍ଡ ,ଫିସରି ବିଭାଗ , ପୋର୍ଟ ଅଥରିଟି ,ଟ୍ରଲର ଅସୋସିଏସନ,ସହାୟତାରେ ଅଲିଭ ରିଡଲେଙ୍କ ସୁରକ୍ଷା କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି । ଫିସରି ବିଭାଗ ତରଫରୁ ଅଫଲାଇନ ମୋବାଇଲ ମ୍ୟାପିଙ୍ଗ ଆପ ହୋଇଛି ।

ଯାହାଦ୍ୱାରା ମତ୍ସ୍ୟଜୀବି କେଉଁଠି ନୋ ଫିସିଂ ଜୋନ ମଧ୍ୟ ସମୁଦ୍ର ଭିତରେ ଥାଇ ଜାଣିପାରିବେ । ପେଟ୍ରୋଲିଂ ପାଇଁ ହାଇ ସ୍ପିଡି ବୋଟ ପାଇ ପାରାଦ୍ୱିପକୁ ମଗାଯାଇଛି ଓ ହାଇ ସ୍ପେସିଫିକ ପ୍ଳାନରେ ମଧ୍ୟ ଆଉ ଏକ ବୋଟ ମିଳିବ । ଯାହାଦ୍ୱାରା ଚଳିତ ବର୍ଷ ଅଲିଭ ରିଡଲେ ସୁରକ୍ଷାକୁ କଡାକଡି କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜନଗର ବନ ବିଭାଗ ପାଖରେ ପେଟ୍ରୋଲିଂ ପାଇ ବୋଟ ନଥିବା ଖବର ଟ୍ରଲର ମାଲିକ ଓ ମତ୍ସଜୀବିଙ୍କ ପାଖରେ ଥିବା ସୂଚନା ମିଳିଛି । ତେଣୁ କଟକଣା ସତ୍ୱେ ଟ୍ରଲର ମାନେ ବେଧଡକ ଭାବେ ନିଷିଦ୍ଧାଅଂଚଳରେ ପଶି ମାଛ ମାରିବେ ବୋଲି ଆଶଙ୍କା କରାଯାଉଛି । ମାତ୍ର ବନ ବିଭାଗ କଇଁଛ ମାନଙ୍କୁ ସୁରକ୍ଷା ଦେବାକୁ ଯାଇ କି ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା ।