• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଲେପୁର(ମନୋଜ୍) : ଆଦିମ ଅଧିବାସୀଙ୍କ ପାରମ୍ପରିକ ଚାଷ ପ୍ରଣାଳୀ ଉପରେ ଯୁବ ଓଡ଼ିଆ ବୈଜ୍ଞାନିକ ସିଦ୍ଧାର୍ଥ ବିଷୋୟୀଙ୍କ ଦ୍ୱାରା ଲିଖିତ ନିବନ୍ଧ ବିଶ୍ୱ ବୈଜ୍ଞାନିକଙ୍କୁ ଚକିତ କରିଛି । ତାଙ୍କର ଏହି ନିବନ୍ଧ ପାଇଁ ୧୯୦ ଜଣ ବୈଜ୍ଞାନିକଙ୍କୁ ପଛରେ ପକାଇ ସେ ତୃତୀୟ ସ୍ଥାନ ହାସଲ କରିପାରିଛନ୍ତି । କଟକର ଯୁବ ବୈଜ୍ଞାନିକ ସିଦ୍ଧାନ୍ତ ଶେଖର ବିଶୋଇ ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଭାଗ ନେଇ ଭାରତ ପାଇଁ ଗୌରବ ଆଣିଛନ୍ତି । ସ୍ଵଳ୍ପ ବୟସରେ ତାଙ୍କର ଗବେଷଣାତ୍ମକ ଦୁଇଟି ବହି ଓ ଲେଖ ଆଜି ତାଙ୍କୁ ବିଶ୍ଵର ସର୍ବ କନିଷ୍ଠ ବୈଜ୍ଞାନିକ ଭାବରେ ପରିଚିତ କରିପାରିଛି।

କଟକ ଜିଲ୍ଲା କିଶନନଗର ସାମନ୍ତରାପୁର ଗାଁର ଯୁବ ବୈଜ୍ଞାନିକ ସିଦ୍ଧାନ୍ତ ଶେଖର ବିଶୋଇ । ଉଦ୍ଭିଦ ବିଜ୍ଞାନରେ ଏମଫିଲଡ଼ ସାରି ଏବେ ପିଏଚଡ଼ି କରୁଛନ୍ତି । green education ଓ wild food education ନାମରେ ଦୁଇଟି ଗବେଷଣାତ୍ମକ ବହି ମଧ୍ୟ ଲେଖିଛନ୍ତି । କୋରାପୁଟ ଆଦିବାସୀ ଅଧ୍ୟୁଷିତ କୋରାପୁଟରେ ଦୀର୍ଘ ବର୍ଷ ଧରି ପାରମ୍ପାରିକ ପ୍ରାକୃତିକ ଚାଷବାସ ଉପରେ ଗବେଷଣା କରି ସନ୍ଦର୍ଭ ଲେଖି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛନ୍ତି । ଏଥିପାଇଁ ସୁଦୂର ଫିଲିପାଇନ୍ସରେ ହୋଇଥିବା ଏକ ପ୍ରତିଯୋଗିତା ' ସପ୍ତମ ଗୋ ଗ୍ରୀନ ସମ୍ମିଟ 'ରେ ବିଶ୍ଵରେ ବଚ୍ଛା ବଚ୍ଛା ୧୯୦ଜଣ ବୈଜ୍ଞାନିକଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରି ଆମ ଦେଶ ପାଇଁ ଗୈରବ ଆଣିପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଗାଇଡ଼ ଓ ପିତାମାତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସିଦ୍ଧାନ୍ତ ପିଲାବେଳୁ ହିଁ ପ୍ରକୃତି ପ୍ରତି ବେଶ୍ ଆକର୍ଷିତ ଥିଲେ । ଓଡ଼ିଆ ଆଦିବାସୀଙ୍କ ଜୀବନ ଶୈଳୀ, ପାରମ୍ପରିକ ଚାଷ, ର୍ଶ୍ତ୍ତିକା ସଂରକ୍ଷଣ, ଜଳସେଚନ ପଦ୍ଧତି ,ପୁରାତନ ବିହନ ସଂରକ୍ଷଣ, ଚିକିତ୍ସା ପଦ୍ଧତି ଉପରେ ଗବେଷଣା କରି ସେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ସେ ପାଇଛନ୍ତି । ଆଗକୁ ଆହୁରି ଗବେଷଣା କରି ସମଗ୍ର ବିଶ୍ଵକୁ ଚମକେଇ ଦେବା ଭଳି ତଥ୍ୟ ଆଣିବେ ବୋଲି କହିଛନ୍ତି ସେ । ଅନ୍ୟପଟେ ତାଙ୍କର ଏହି ସଫଳତାରେ ସବୁ ଗାଁଲୋକେ ମଧ୍ୟ ବେଶ ଗର୍ବିତ ଓ ଖୁସି ଥିବାର କହିଛନ୍ତି।