• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ତଥା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ ଦେବଦଳନ ସୂଚନା ଦେଇଛନ୍ତି।

ଦୈନିକ ସମ୍ବାଦପତ୍ର ସମ୍ବାଦରେ ‘କଟାକ୍ଷ କିଶୋର’ କାର୍ଟୁନ୍ ପାଇଁ ସେ ଘରେ ଘରେ ପରିଚିତ ଥିଲେ। ଗତ ୨ ଦିନ ଧରି କିଶୋର ଅସୁସ୍ଥ ଥିଲେ। ଗତ ରାତିରେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ECG କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଖଲ୍ଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟରେ ସ୍ନାତକ କରିବା ସହ କ୍ଷୁଦ୍ର କବିତା ଓ କାର୍ଟୁନ କରିବାରେ ମାହିର ଥିଲେ କିଶୋର। ବ୍ୟଙ୍ଗ ଚିତ୍ରରେ ସିଦ୍ଧହସ୍ତ କିଶୋର ଅଶି ଦଶକରୁ ସମ୍ବାଦ ସହ ଯୋଡ଼ି ହୋଇ ଆସିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।