• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗଛ ସହିତ ଗଛର ବାହାଘର

କାମାକ୍ଷାନଗର (ବିଦ୍ୟାଧର ବରାଳ): ବାଜା ରୋଷଣୀରେ କମ୍ପୁଥିଲା ଅଞ୍ଚଳ । ଡିଜେ ସାଉଣ୍ଡର ତାଳେ ତାଳେ ବିଭୋର ହେଉଥିଲେ ଲୋକ । ଶୋଭାଯାତ୍ରାରେ ଶହ ଶହ ଲୋକ ହସଖୁସିରେ ମାଡି ଚାଲିଥିଲେଆଗକୁ ଆଗକୁ । ହରିବୋଲ ହୁଳହୁଳି ଓ ସଂକୀର୍ତ୍ତନରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀରେ ବିବାହ କାର୍ଯ୍ୟ ଚାଲିଥିଲା । ବର କନ୍ୟା ବେଶରେ ଥିବା ବର ଓ ଅଶ୍ୱତଥ ବୃକ୍ଷରେ ବିବାହ ମୁକୁଟ ମଧ୍ୟ ବନ୍ଧା ହୋଇଥିଲା । ବୈଦିକ ରୀତିରେ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା । ଏହା ହେଉଛି ଦେବ ଦମ୍ପତିଙ୍କ ବିବାହ । ବରଗଛ ଓ ଅଶ୍ୱତଥ୍(ଓସ୍ତ) ଗଛ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । ମାଆ ଲକ୍ଷ୍ମୀଙ୍କ ବେଶରେ ବର ଗଛ ଓ ନାରାୟଣଙ୍କ ବେଶରେ ଅଶ୍ୱତଥ ବୃକ୍ଷକୁ ନିଆରା ଢଙ୍ଗରେ ବିବାହ କରାଇଥିଲେ ଗାଁ ଲୋକ ।

ବାହାମୁକୁଟ ପିନ୍ଧିଲେ ଲକ୍ଷ୍ମୀନାରାୟଣ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁରେ ସମ୍ପନ୍ନ ହୋଇଛି ଭଗବାନ ବିଷ୍ଣୁ ଓ ମାଆ ଲକ୍ଷ୍ମୀଙ୍କ ନିଆରା ବିଭାଘର । ଏ ବାହାଘରର ଆୟୋଜନ ଅନ୍ୟ ବାହାଘରଠାରୁ କୌଣସି ଗୁଣରେ କମ୍ ନୁହେଁ । ସତେ ଯେମିତି ଏକ ସାମ୍ରାନ୍ତ ଶ୍ରେଣୀର ଲୋକଙ୍କ ବାହାଘର ଶୋଭାଯାତ୍ରା ଚାଲିଥିଲା। ଏହି ବାହାଘରର ବର ହେଉଛନ୍ତି ସ୍ୱୟଂ ପ୍ରଭୁ ନାରାୟଣ ଆଉ ତାଙ୍କୁ କନ୍ୟା ରୂପରେ ଅପେକ୍ଷା କରିଥିଲେ ମାଆ ଲକ୍ଷ୍ମୀ ।

ବର ପିତା ଭାବେ କାନପୁରା ଗାଁର ମନୋଜ କୁମାର ରାଉତ ନିଜ ଭାଇ ବନ୍ଧୁ ଆତ୍ମୀୟ ସ୍ଵଜନ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ କନ୍ୟା ଘର ଅଭିମୁଖେ ଯାଇଥିଲେ । କାନପୁରାର ଭୀମଗୋଡ଼ାରେ ବରଯାତ୍ରୀଙ୍କୁ ଅପେକ୍ଷା କରିଥିଲେ କନ୍ୟାପିତା କାନପୁରା ଗାଁର ସଞ୍ଜୟ କୁମାର ରାଉତ । ଭୋଜି ପାଇଁ ଚାଲିଥିଲା ପ୍ରସ୍ତୁତି । ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଥିଲା । ସ୍ୱାଦିଷ୍ଟ ଖାଦ୍ୟର କରାଯାଇଥିଲା ବନ୍ଦୋବସ୍ତ । ବିବାହକୁ ନେଇ ଉଭୟ ବର ଓ କନ୍ୟା ପକ୍ଷ ବେଶ ଖୁସି ଥିଲେ ।

ବାହାଘର ପାଇଁ ସଂକଳ୍ପ

ଗାଁ ଲୋକମାନେ ବିବାହ ବନ୍ଧନରେ ବାନ୍ଧିଛନ୍ତି ପ୍ରଭୁ ନାରାୟଣ ଓ ମାଆ ଲକ୍ଷ୍ମୀ ଙ୍କୁ । ଏହା ଗାଁ ତଥା ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ଏହା ହେଉଛି ନିଆରା ପଦକ୍ଷେପ । ୧୯୯୯ ମହାବାତ୍ୟା ପରେ ନିଜ ହାତରେ ଲଗାଇଥିବା ଏକ ଗଛର ବିବାହ କରାଇଛନ୍ତି କନ୍ୟାପିତା ସଞ୍ଜୟ ରାଉତ । ତାହା ପୁଣି ଠିକ୍ ୨୧ ବର୍ଷ ପରେ । ବର ଓ କନ୍ୟା ପିତାଙ୍କ ଦୀର୍ଘ ଦିନର ଅଭିଳାଷ ସାର୍ଥକ ହୋଇଛି । ଏଇ ଅଞ୍ଚଳରେ ଯୋଡି ହୋଇଛି ଭାଇଚାରାର ଏକ ନୂଆ ଫର୍ଦ୍ଦ ।