• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁନିଆରେ ଏମତି ଅନେକ ଅଜିବ ପ୍ରାଣୀ ଅଛନ୍ତି ଯାହାକୁ ବହୁତ କମ୍‌ ଲୋକ ଜାଣିଥାନ୍ତି । ଯେଉଁମାନେ ନିଜର ଭିନ୍ନ ଗଠନ ଶୈଳୀ ଦୃଷ୍ଟିରୁ ଅଜବ ଥାନ୍ତି ଏବଂ ତାହା ହିଁ ସେମାନଙ୍କର ପରିଚୟ ପାଲଟିଯାଏ । ଠିକ୍‌ ଏହିପରି ଏକ କୁକୁର ଅଛି ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ତାଜୁବ୍ । କୁକୁରଟିର ବେକ ତଥା ଗଳା ଅବିକଳ ଜିରାଫ୍ ପରି ଲମ୍ୱା ହୋଇଥିବାରୁ ସୋସିଆଲ୍‌ ମିଡିଆରେ କୁକୁରଟିକୁ ନେଇ ବେଶ୍‌ ଚର୍ଚ୍ଚା ଦେଖାଯାଇଛି । ଆଜାୱାଖ ପ୍ରଜାତିର ଏହି କୁକୁରର ନାମ ହେଉଛି ବ୍ରୋଡି । କୁକୁରଟିର ଗ୍ରେ ହାଉଣ୍ଡ ଏବଂ ୱିପେଟ୍ ପ୍ରଜାତି ସହ ବହୁତ ସାମଞ୍ଜସ୍ୟ ରହିଛି ।

 
 
 
 
 
 
 
 
 
 
 
 
 
 
 

A post shared by Louisa (@crooklock)

ସୂଚନା ଅନୁସାରେ, ପିଲା ଦିନରେ ବ୍ରୋଡି ଏକ କାର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ସେ ଗୁରୁତର ଆହତ ହୋଇଥିଲା । ସେହି ସମୟରେ ସେଠାରେ ଥିବା ଲୁଇସା କ୍ରୁକ୍ ନାମକ ଜଣେ ମହିଳା ବ୍ରୋଡିର ଜୀବନ ରକ୍ଷା କରିଥିଲେ । ଦୁର୍ଘଟଣା କାରଣରୁ ବ୍ରୋଡିଙ୍କୁ କାନ୍ଧ ଏବଂ ଗୋଟିଏ ଆଗ ଗୋଡ କାଟି ବାକୁ ପଡିଲା । ଆଜାୱାଖ ପ୍ରଜାତିର କୁକୁରମାନଙ୍କର ବେକ ବହୁତ ଲମ୍ବା ଥାଏ । ଯେତେବେଳେ କୁକୁରର ଗୋଟିଏ ଗୋଡ ଓ କାନ୍ଧକୁ  କାଟି ଦିଆଗଲା ସେତେବେଳେ ତା’ର ବେକ ଆହୁରି ଲମ୍ବାଦେଖାଗଲା ।

Dog Neck Long Like Giraffe(ଲମ୍ୱା ବେକ ଥିବା କୁକୁରର ଫଟୋ)

ଏନେଇ ଲୁଇସା କହିଛନ୍ତି, ‘ଯେତେବେଳେ ସେ ବ୍ରୋଡିଙ୍କୁ ପ୍ରଥମ ଥର ଦେଖିଲେ, ସେତେବେଳେ ସେ ତାଙ୍କ ଗୋଡରେ ସଠିକ୍‌ ଭାବରେ ଚାଲି ମଧ୍ୟ ପାରୁନଥିଲା । ସେହି ସମୟରେ କୁକୁର ଏଭଳି ଅବସ୍ଥା ଦେଖି ସେ ବହୁତ ଦୁଃଖିତ ହୋଇଥିଲେ । ଆରମ୍ଭରୁ ହିଁ ବ୍ରୋଡିର ବେକ ଲମ୍ୱା ରହିଥିବାବେଳେ, ଦୁର୍ଘଟଣା କାରଣରୁ ବ୍ରୋଡିର କାନ୍ଧ ଓ ଗୋଡ ଅପରେସନ୍‌ ପରେ ତା ବେକ ଆହୁରି ଲମ୍ୱା ଦେଖାଯାଉଛି । ବ୍ରୋଡିକୁ ଦେଖିଲେ ଲାଗେ ଯେ କୁକୁରଟିର ବେକ ସହ ୩ଟି ଗୋଡ ଲାଗିଛି ’ ।

ଏହାସହ ସେ କହିଛନ୍ତି ଯେ,ସେ ବ୍ରୋଡିକୁ ବହୁତ ଭଲ ପାଆନ୍ତି । ଉଭୟ ଏକ ଭଲ ସାଙ୍ଗ ପରି ରହିଥାନ୍ତି । ଏମିତିକି ସେ ଯେତେବେଳେ ରୋଷେଇ କରିଥାନ୍ତି ବ୍ରୋଡି ମଧ୍ୟ ତାଙ୍କ ସହ ସେଠାରେ ଛିଡା ହୋଇଥାଏ । କେବଳ ବ୍ରୋଡି ନୁହେଁ ଲୁଇସ୍‌ଙ୍କ ପାଖରେ ଅନେକ କୁକୁର ରହିଛନ୍ତି ହେଲେ ସେ ସମସ୍ତଙ୍କ ଠାରୁ ବ୍ରୋଡିକୁ ଅଧିକ ଭଲପାଇଥାନ୍ତି । ସେ ବ୍ରୋଡିକୁ ଏତେ ଭଲ ପାଇଥାନ୍ତି ଯେ,ସବୁ ପରିସ୍ଥିତିର ସମ୍ମୁଖୀନ କରିବା ତଥା ଏପରି ଅବସ୍ଥାରେ କୁକୁରର ମନୋବଳ ବଢାଇବା ପାଇଁ ସେ ବ୍ରୋଡିକୁ  ଶତ୍ରୁ ସହ ଲଢିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦେଇଛନ୍ତି । କୁକୁରର ମନୋବଳକୁ ଦୃଢ କରିବା ସହ ଲୁଇସାଙ୍କ କୁକୁର ପ୍ରତି ଏଭଳି ଅତୁଟ ପ୍ରେମ ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।