• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ 
    
  • ୧୯୫୮ ମସିହାରେ ବନ୍ଧୁତ୍ୱ ଦିବସ ଆରମ୍ଭ ହୋଇଥିଲା 

ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଅଟେ ଯାହା କୈଣସି  ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା, ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।

ସାଧାରଣତଃ ୩୦ ଜୁଲାଇକୁ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଭାରତ ଓ ବାଙ୍ଗଲାଦେଶ ସହିତ ଅନ୍ୟ ଦେଶମାନଙ୍କରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଏ ।

ବନ୍ଧୁତ୍ୱ ଦିବସର ଆରମ୍ଭ ୧୯୫୮ ମସିହାରୁ ହୋଇଥିଲା । ବନ୍ଧୁତ୍ୱ ଦିବସର ପାଳନ କରିବା ନେଇ ଏକ ପୁରଣା ଇତିହାସ ରହିଛି । କିମ୍ବଦନ୍ତୀ ରହିଛି ଯେ ୧୯୫୮ ମସିହାରେ ଆମେରିକାରେ ଅଗଷ୍ଟ ମାସର ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କର ହତ୍ୟା ହୋଇଥିଲା । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କର ଆଉ ଜଣେ ଘନିଷ୍ଠ ବନ୍ଧୁ ଆତ୍ମହତ୍ୟା କରିଦେଇଥିଲେ । ଆଉ ସେବେଠାରୁ ଆମେରିକା ସରକାର ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରୁଛନ୍ତି । ବନ୍ଧୁତ୍ୱ ଦିବସ ସହିତ ଜଡିତ ଅନେକ କାହାଣୀ ଇତିହାସର ପୃଷ୍ଠାରେ ଦେଖାଯାଏ ।

ଆଜିର ଏହି ଦିନରେ ବନ୍ଧୁତ୍ୱର ପର୍ବକୁ ସ୍ୱତନ୍ତ୍ର କରିବା ପାଇଁ, ସମସ୍ତ ସାଙ୍ଗମାନେ ଏହି ଦିନ ଏକତ୍ର ଏକ ପାର୍ଟିର ଆୟୋଜନ କରନ୍ତି । ଆହୁରି ମଧ୍ୟ, ବନ୍ଧୁମାନେ ପରସ୍ପରକୁ କାର୍ଡ, ଅଭିବାଦନ, ଉପହାର ଦିଅନ୍ତ ଓ ଫ୍ରେଣ୍ଡସିପ୍ ବ୍ୟଣ୍ଡ ବାନ୍ଧି ଏହି ଦିନକୁ ପାଳନ କରିଥାନ୍ତି ।