• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଣ୍ଡୀଗଡ଼ : ସ୍କୁଲ ଖୋଲିଲା, ସଂକ୍ରମଣ ବଢ଼ିଲା । ହରିୟାଣାରେ ସ୍କୁଲ ଖୋଲାବା ମାତ୍ରେ ପଶିଲା କରୋନା । ଫତେହାବାଦରେ ୬ ଜଣ ଶିଶୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତ ପିଲାମାନଙ୍କୁ ଘରେ ଆଇସୋଲେସନରେ ରଖାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ଫତେହାବାଦର ଦୁଇଟି ସରକାରୀ ବିଦ୍ୟାଳୟର ବୋଲି ସୂଚନା ମିଳିଛି ।

ଜାଖାଲ ବ୍ଲକର ୨ଟି ସରକାରୀ ସ୍କୁଲରେ ୬ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହେବା ପରେ ଲୋକେ ପୁଣି ଭୟଭୀତ ହୋଇପଡ଼ିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ଲେଖି ବିଦ୍ୟାଳୟରୁ ସମସ୍ତଙ୍କ ନମୁନା ସଂଗ୍ରହ କରିବାକୁ କହିଛନ୍ତି ସିଭିଲ୍ ସର୍ଜନ । ତା’ପରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ପିଲାମାନଙ୍କର କୋଭିଡ ପରୀକ୍ଷା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଠାରୁ ସମସ୍ତ ବିଦ୍ୟାଳୟରେ ନମୁନା ସଂଗ୍ରହ ଆରମ୍ଭ ହେବ । ସେହିପରି ବିଦ୍ୟାଳୟରେ ସମସ୍ତ ଶିକ୍ଷକଙ୍କ ଟିକାକରଣ ଶେଷ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ସୂଚନାଯୋଗ୍ୟ ହରିୟାଣାରେ ସରକାର ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିଛନ୍ତି । ହରିୟାଣା ବ୍ୟତୀତ ମହାରାଷ୍ଟ୍ରର ସୋଲାରପୁରେ ମଧ୍ୟ କିଛି ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋଲାପୁରରେ ସ୍କୁଲ ଖୋଲିବା ପର ଠାରୁ ୬ ଶହରୁ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି ।

ସେପଟେ ’ଯେଉଁ ଜିଲ୍ଲାରେ ଦ୍ୱିତୀୟ ଲହରୀ ତାଣ୍ଡବ ରଚିଥିଲା, ସେଠାରେ କମ୍ ମାରାତ୍ମକ ହେବ ତୃତୀୟ ଲହରୀ ବୋଲି କହିଛି ଆଇସିଏମଆର୍ । କରୋନା ଭାଇରସର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚିଛି । ଦ୍ୱିତୀୟ ଲହରୀରେ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇ ଜୀବନ ହାରିଛନ୍ତି । କେତେ କୁନି କୁନି ପିଲା ବାପାମା’ଛେଉଣ୍ଡ ହୋଇ ଯାଇଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଇଛି । ଅପୂରଣୀୟ କ୍ଷତି ଦେଇ ଯାଇଛି ଦ୍ୱିତୀୟ ଲହରୀ ।

ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଶେଷଜ୍ଞମାନେ କରୋନା ତୃତୀୟ ଲହରୀକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହି ଭିତରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ନୂତନ ତଥ୍ୟ ପ୍ରଦାନ କରିଛି । ଯେଉଁ ଜିଲ୍ଲା ଗୁଡ଼ିକରେ କରୋନା ଭୂତାଣରୁ ଦ୍ୱିତୀୟ ଲହରୀର ପ୍ରଭାବ ଅଧିକ ଥିଲା, ସେଠାରେ ତୃତୀୟ ଲହରୀ ସେତେ ଅଧିକ କ୍ଷତି ଘଟାଇବ ନାହିଁ ବୋଲି ଆଇସିଏମଆର କହିଛି ।