• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୬ ତାରିଖ, ରବିବାର, କନ୍ୟା ୧୦ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ ପଞ୍ଚମୀତିଥି, ,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ସମସ୍ତ ନିଷ୍ପତ୍ତି ଓ ର୍ନିଣ୍ଣୟ ବୁଦ୍ଧିମତା ସହ ପରିପୂର୍ଣ୍ଣ ହୋଇପାରେ । ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବା ଫଳରେ ପରିଶ୍ରମର ଫଳ ମିଳିପାରିବ । ଏକା ସାଙ୍ଗରେ ଅନେକ କାର୍ଯ୍ୟ ଦାୟିତ୍ୱ ନେବା ଫଳରେ ସ୍ୱାସ୍ଥ୍ୟ ସମସ୍ୟା ଉପୁଜି ପାରେ ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:- କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିବାକୁ ଇଛା କରିବେ ଓ ସବୁ କାର୍ଯ୍ୟ ସହଜରେ ପୂରଣ ହୋଇପାରେ । ପାରିବାରିକ ଜୀବନରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଶାନ୍ତିର ବାତାବରଣ ବଜାୟ ରହିବାର ଆଶା ରହିଛି । ଭାଗୀଦାରଙ୍କ ସହ ଆଦର୍ଶଗତ ମତଭେଦ ସୃଷ୍ଟିହେଲେ ମଧ୍ୟ ଆଶାତୀତ ଲାଭ ହୋଇପାରେ ।

ପ୍ରତିକାର- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମିଥୁନ:- ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାସହ ମିତ୍ରଙ୍କ ଦ୍ୱାରା ସହାୟତା ମିଳିପାରିବ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବା ଫଳରେ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ପ୍ରୋଜେକ୍ଟ ପୂରଣ କରିବାରେ ସହଜ ସରଳ ବାଟ ଅନୁଶରଣ କରିପାରନ୍ତି ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ରଖି ପ୍ରଣାମ କରନ୍ତୁ

କର୍କଟ:- ସାମାଜିକ କାର୍ଯ୍ୟକ୍ରମରେ ସମ୍ମାନ ପାଇବେ ଓ ପୈତୃକ ସମ୍ପତ୍ତି ସମସ୍ୟା ଦୂର ହୋଇପାରେ । ଛାତ୍ର ଛାତ୍ରୀମାନେ ନିଜ କ୍ୟାରିୟର ବିଷୟରେ ଧ୍ୟାନ ଦେଇପାରନ୍ତି । ଟଙ୍କା ସମ୍ବନ୍ଧିତ ସମସ୍ୟା ଦୂର ହୋଇ ବ୍ୟବସାୟ କାର୍ଯ୍ୟ ସହଜରେ ପୂରଣ ହୋଇପାରିବ ।

ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୁର ମିଶାଇ ମସ୍ତକରେ ଧାରଣ କରନ୍ତୁ

ସିଂହ:-ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଦୂରଯାତ୍ରାର ସୁଯୋଗ ପାଇପାରିବେ । ବ୍ୟବସାୟରେ ପ୍ରଚୁର ଲାଭହେବା ଫଳରେଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରିବେ । ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବାର ଆଶା ଅଛି ।

ପ୍ରତିକାର-ମାଆ,ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା:- ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ବନ୍ଧୁ ବାନ୍ଧବ ମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇ ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିପାରେ । ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ।

ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ

ତୁଳା:- ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିପାରନ୍ତି । କେତେକ କର୍ମରେ ସଫଳତା ପ୍ରାପ୍ତି ହେବା ସହ ପାରିବାରିକ କ୍ଷେତ୍ରରେ ସ୍ନେହ ସହାନୁଭୁତି ମିଳିପାରେ । ଶିକ୍ଷାର୍ଥୀମାନେ ମାନସିକ ଶାନ୍ତି ଅନୁଭବ କରିବେ ଓ ଦାମ୍ପତ୍ୟ ସୁଖରେ ମଧୁରତା ଆସିବାର ଆଶା ରହିଛି ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ରଖି ପ୍ରଣାମ କରନ୍ତୁ

ବିଚ୍ଛା:- ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବାର ସମ୍ଭାବନା ନାହିଁ । ବ୍ୟବସାୟରେ ପ୍ରସାର ପ୍ରଚାର କରିବାକୁ ମନ ବଳାଇ ପାରନ୍ତି । ବିଦ୍ୟା କ୍ଷେତ୍ରରେ ଦକ୍ଷତା ଅର୍ଜନ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇପାରେ ।

ପ୍ରତିକାର:-କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ଧନୁ:- ଶତ୍ରୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ଧନର ଆଗମନ ହୋଇପାରେ ଓ ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିପାରେ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟ ପ୍ରାପ୍ତି ହୋଇପାରେ ।

ପ୍ରତିକାର-ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ

ମକର:- ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ । ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇପାରିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହୋଇପାରିବ ।

ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

କୁମ୍ଭ:- ଶାରୀରିକ ସୁସ୍ଥତା ଅନୁଭବ କରିବେ ଓ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇପାରିବ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭବାନ୍‌ ହୋଇପାରିବେ । ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହୋଇପାରିବ ।

ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ମୀନ:- ଶତ୍ରୃ ନାଶ, ଧନପ୍ରାପ୍ତି, ମିତ୍ରଲାଭ, ପ୍ରଶଂସିତ ହେବା ସହ ଉଚ୍ଚ ସମ୍ମାନ ପାଇପାରିବେ । ସହନ ଶୀଳତା ବଜାୟ ରହି ସାମାଜିକ ପତିଆରା ଅମଳିନ ରହିପାରେ । ଛାତ୍ରଛାତ୍ରୀମାନେ ସାଙ୍ଗସାଥୀଙ୍କ ସହ ମୌଜ ମଜଲିଶ୍ରେ ବ୍ୟସ୍ତ ରହିପାରନ୍ତି ।

ପ୍ରତିକାର-ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ