• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଘରର ପଶ୍ଚିମ ଦିଗରେ ରଖିନ୍ତୁ ନାହିଁ ମନି ପ୍ଲାଣ୍ଟ୍

  • ଅଗ୍ନି କୋଣରେ ରଖନ୍ତୁ ମନି ପ୍ଲାଣ୍ଟ୍

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମନି ପ୍ଲାଣ୍ଟକୁ ସର୍ବଦା ଶୁଭଙ୍କର ଗଛ ବିବେଚନା କରାଯାଏ । କୁହାଯାଏ ଯେ ଯେଉଁ ଘରେ ମନି ପ୍ଲାଣ୍ଟ ରଖାଯାଏ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ କ୍ଷେତ୍ରରେ ମହାନ ଉଚ୍ଚତା ହାସଲ କରିବାରେ ସାହାଯ୍ୟ କରିଥାଏ । ଲୋକମାନେ ପ୍ରାୟତଃ ମନି ପ୍ଲାଣ୍ଟ ସହିତ ନିଜ ଘରକୁ ସଜାନ୍ତି କାରଣ ଏହା ସେମାନଙ୍କୁ କେବଳ ସମୃଦ୍ଧିର ଆଶୀର୍ବାଦ ଦେଇନଥାଏ ବରଂ  ଏହା ଏକ ସବୁଠାରୁ ସୁନ୍ଦର ଗଛ ଯାହା ଘର ଭିତରେ ରଖିଲେ ଘରର ଶୋଭା ବଢାଇଥାଏ ।

  • ଯଦି ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ରଖାଯାଏ ନାହିଁ, ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ ଏହା ମଧ୍ୟ ଦୁର୍ଭାଗ୍ୟ ଆଣିପାରେ । ଏହାଛଡ଼ା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
  • ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମନି ପ୍ଲାଣ୍ଟ ଲଗାଇବା ପାଇଁ ଅଗ୍ନି କୋଣ ହେଉଛି ସବୁଠାରୁ ଉପଯୁକ୍ତ ଦିଗ । ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ ।
  • ମନି ପ୍ଲାଣ୍ଟକୁ ଅଗ୍ନି କୋଣ ଅର୍ଥାତ୍ ଦକ୍ଷୀଣ-ପୂର୍ବ ଦିଗରେ ରଖିବାର କାରଣ ହେଉଛି, ଏହି ଦିଗର ଭଗବାନ ଗଣେଶ ଥିବାବେଳେ ଏହାର ପ୍ରତିନିଧୀ ଶୁକ୍ର ଅଟନ୍ତି  ।
  • ମନି ପ୍ଲାଣ୍ଟକୁ ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ କାରଣ ଏହା ଦୁର୍ଭାଗ୍ୟ ଆଣିଥାଏ ।
  • ମନି ପ୍ଲାଣ୍ଟକୁ କେବେବି ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ । ଏଥିପାଇଁ ଏହି ଦିଗଟିକୁ ସବୁଠାରୁ ନକାରାତ୍ମକ ବୋଲି ବିବେଚନା କରାଯାଏ, କାରଣ ଉତ୍ତର ଦିଗର ପ୍ରତିନିଧୀ ଦେବଗୁରୁ ବୃହସ୍ପତି ଭାବରେ ବିବେଚନା କରାଯାଏ । ଏହା ଦ୍ୱାରା ଆର୍ଥିକ କ୍ଷତି ପାରିବାରିକ ସମ୍ପର୍କକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।
  • ଭୂମିରେ ଛୁଇଁଥିବା ମନି ପ୍ଲାଣ୍ଟ ପତ୍ର ସୁଖ ଏବଂ ସମୃଦ୍ଧିରେ ବାଧା ଦେବା ସହିତ ସଫଳତାରେ ବାଧା ସୃଷ୍ଟି କରିଥାଏ ।  ତେଣୁ ଏହାକୁ ସର୍ବଦା ଉପରକୁ ରଖି ଗଛ ଲଗାନ୍ତୁ । ଯଦି ମନି ପ୍ଲାଣ୍ଟର ପତ୍ର ଶୁଖିବା ଆରମ୍ଭ କରେ, ତେବେ ତାହାକୁ ତୁରନ୍ତ ବାହାର କରିଦିଅନ୍ତୁ । ଏହାର ଘର ଉପରେ ଖରାପ ପ୍ରଭାବ ପକାଇ ଥାଏ ।
  • ଶୋଇବା ଘରେ ଖଟର ବାମ ଓ ଡାହାଣ ପଟରେ ମନି ପ୍ଲାଣ୍ଟ ଲଗାନ୍ତୁ, ଯାହା ସାକାରତ୍ମକ ଶକ୍ତି ବଢାଇଥାଏ ।